)
ଭୁବନେଶ୍ୱର: ଭାରତରେ ୧୮ଟି ସଙ୍ଗୀନ ଅପରାଧରେ ସମ୍ପୃକ୍ତ ଥିବା କୁଖ୍ୟାତ ଶୁଟର ତଥା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଅନମୋଲ ଆସନ୍ତା କାଲି ଭାରତରେ ପହଞ୍ଚିବ। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ହସ୍ତାନ୍ତରଣ ପ୍ରକ୍ରିୟା ଶେଷ କରାଯାଇ ଭାରତ ପ୍ରେରଣ କରାଯାଇଛି। ଏନେଇ ଇମେଲ ଯୋଗେ ସବିଶେଷ ସୂଚନା ଦିଆଯାଇଛି।
ଜାତୀୟ ତଦନ୍ତ ବ୍ୟୁରୋ ( ଏନ୍ଆଇଏ) ବିଭିନ୍ନ ମାମଲାରେ ମନେମାଲକୁ ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ ରଖିଥିଲା। ତାଙ୍କ ବାବଦରେ ସୂଚନା ଦେଉଥିବା ବ୍ୟକ୍ତି ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ବି ଘୋଷଣା କରିଥିଲା। କାରଣ ଅନମୋଲଙ୍କ ନାମରେ ଭାରତରେ ୧୮ଟି ମାମଲା ରହିଛି। ଏଥିରେ ପ୍ରମୁଖ ରହିଛି ଅକ୍ଟୋବର ୧୨, ୨୦୨୪ରେ ମହାରାଷ୍ଟ୍ରର ଏନ୍ସିପି ନେତା ବାବା ସିଦ୍ଦିକିଙ୍କୁ ତାଙ୍କ ପୁତ୍ରଙ୍କ ଅଫିସ ତଳେ ହତ୍ୟା, ଏପ୍ରିଲ ୨୦୨୪ରେ ସଲମାନ ଖାନ୍ଙ୍କ ବାନ୍ଦ୍ରା ଘରକୁ ଗୁଳି ମାରିବା ପ୍ରଭୃତି। ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲା ଯେତେବଳେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାରେ ତାଙ୍କସମ୍ପୃକ୍ତି ଅଭିଯୋଗ ହୋଇଥିଲା। ମେ ୨୦୨୨ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ଏକ ସୁଚିନ୍ତିତ ଓ ସୁପରିଚାଳିତ ହତ୍ୟାକାଣ୍ଡ ଭାବେ ଗ୍ରହଣ କରାଯାଇଛି।
ଏନ୍ଆଇଏ ର ସୂଚନା ଅନୁସାରେ ଅନମୋଲ ବିଷ୍ଣୋଇ ଗ୍ରାଙ୍ଗକୁ ଦେଶ ବାହାରେ ପରିଚାଳନା କରିବାରେ ମାଷ୍ଟର ମାଇଣ୍ଡଠ ଭାବେ କାର୍ଯ୍ୟ କରିଥାଏ। ସେ ବିଭିନ୍ନ ଗୁପ୍ତ ଚ୍ୟାନେଲ୍ ଦେଇ ଧମକାଇବା ଏବଂ ହତ୍ୟା କାରବାରକୁ ଗ୍ରହଣ କରିଥାଲଏ। ଏହି କାର୍ଯ୍ୟକୁ ମଧ୍ୟ ପରିଚାଳନା କରିଥାଏ। ଏପରିକି ପଶ୍ଚିମ ଏସିଆ, ପୂର୍ବ ଆଫ୍ରିକା ଏବଂ ଉତ୍ତର ଆମେରିକାର ଅପରାଧିକ ଗୋଷ୍ଠୀଙ୍କ ସହ ସମ୍ପର୍କ ରକ୍ଷା କରିଛନ୍ତି। ତାଙ୍କ ପ୍ରତ୍ୟାର୍ପଣ ପରେ ତୁରନ୍ତ ତାଙ୍କୁ ଗିରଫ କରାଯିବ ବୋଲି ହିନ୍ଦୁସ୍ତାନ ଟାଇମ୍ସ ପ୍ରକାଶ କରିଛି।