Advertisement
Article Detail0/zeeodisha/odisha2765542
Zee OdishaOdisha TrendingOdisha News: ପୁଣି ଏକ ‘ଆଳୁ’ ଯନ୍ତ୍ରଣା: ଶିଳ୍ପପତି ଗଲେ ଗୁଜରାଟ

Odisha News: ପୁଣି ଏକ ‘ଆଳୁ’ ଯନ୍ତ୍ରଣା: ଶିଳ୍ପପତି ଗଲେ ଗୁଜରାଟ

ଭୁବନେଶ୍ୱର: ଓଡ଼ିଶାରେ ଆଳୁକୁ ନେଇ ଅନେକ ଚର୍ଚ୍ଚା ହୋଇଛି। କେତେବେଳେ ପଡ଼ୋଶୀ ରାଜ୍ୟ ସହ ବିବାଦ ସୃଷ୍ଟି ହୋଇଛି ତ କେତେବେଳେ ଚାଷୀମାନେ ବିହନ ଯୋଗାଣରେ ସରକାରୀ ଦୁର୍ନୀତିକୁ ପଦାରେ ପକାଇଛନ୍ତି। କେତେବେଳେ ଚାଷୀ ଆଳୁ ଚାଷ କରି ସଂରକ୍ଷଣ କରିବାକୁ ଜାଗା ପାଇ ନାହାନ୍ତି ତ ଆଉ କେତେବେଳେ ଉପଯୁକ୍ତ ଜ୍ଞାନ କୌଶଳ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହ

Odisha News: ପୁଣି ଏକ ‘ଆଳୁ’ ଯନ୍ତ୍ରଣା: ଶିଳ୍ପପତି ଗଲେ ଗୁଜରାଟ

Odisha News: ଭୁବନେଶ୍ୱର: ଓଡ଼ିଶାରେ ଆଳୁକୁ ନେଇ ଅନେକ ଚର୍ଚ୍ଚା ହୋଇଛି। କେତେବେଳେ ପଡ଼ୋଶୀ ରାଜ୍ୟ ସହ ବିବାଦ ସୃଷ୍ଟି ହୋଇଛି ତ କେତେବେଳେ ଚାଷୀମାନେ ବିହନ ଯୋଗାଣରେ ସରକାରୀ ଦୁର୍ନୀତିକୁ ପଦାରେ ପକାଇଛନ୍ତି। କେତେବେଳେ ଚାଷୀ ଆଳୁ ଚାଷ କରି ସଂରକ୍ଷଣ କରିବାକୁ ଜାଗା ପାଇ ନାହାନ୍ତି ତ ଆଉ କେତେବେଳେ ଉପଯୁକ୍ତ ଜ୍ଞାନ କୌଶଳ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଉଦାହରଣ ଅନେକ ରହିଛି। ଏବେ ରାଜ୍ୟର ଜଣେ ଶିଳ୍ପପତି ବ୍ୟବସାୟ ପାଇଁ ରାଜ୍ୟକୁ ଛାଡ଼ି ଗୁଜରାଟକୁ ନିଜର ଅନୁଷ୍ଠାନ ପାଇଁ ଚୟନ କରିବା  ବିଫଳତାର ଆଉ ଏକ ଅଧ୍ୟାୟ ସୃଷ୍ଟି କରି ରାଜ୍ୟ ସରକାରଙ୍କ ଇଜ୍ଜତରେ ଦାଗ ଲଗାଇଛି ।  

ଏହି ଶିଳ୍ପପତି ଜଣକ ହେଉଛନ୍ତି ତାରାରଞ୍ଜନ ପଟ୍ଟନାୟକ।  ୧୯୭୮ ମସିହାରୁ ରାଜ୍ୟରେ ଚିଙ୍ଗୁଡ଼ି ରପ୍ତାନୀ କାରବାର ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଜ୍ୟରେ ତାଙ୍କ ପ୍ରତିଷ୍ଠିତ କମ୍ପାନୀ ଫାଲକନ୍‍ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ପାଇଁ ପ୍ରତିଷ୍ଠିତ। ପ୍ରାୟ ୪ ହଜାର କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା ତାଙ୍କର ଏହି ରପ୍ତାନୀ ଶିଳ୍ପକୁ ସେ ଗୁଜରାଟକୁ ସମ୍ପ୍ରସାରଣ କରିଛନ୍ତି। ଏଥିରେ ସାମିଲ୍‍ ହୋଇଛି ନ୍ୟୁ ଜେନେରେସନ୍‍ ଆଳୁ ଶିଳ୍ପ ପାଇଁ। ଆଉ ଏହି ଉଦ୍ୟମରେ ମେହଶାଣା ଜିଲ୍ଲାରେ ଉଦ୍‍ଘାଟନ ହୋଇଛି ଫାଲକନ୍‍ ଏଗ୍ରିଫିଜ୍‍ କମ୍ପାନୀ। ୧୦୫୦ କୋଟି ଟଙ୍କା ଏହି ପ୍ରକଳ୍ପରେ ତାରା ନିବେଶ କରିଛନ୍ତି। ଏହି ନିବେଶ ଦ୍ୱାରା ପ୍ରାୟ ୪ ହଜାର ଚାଷୀ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଏଠି ପ୍ରଶ୍ନ ଉଠୁଛି  ଓଡ଼ିଶା ଛାଡ଼ି ଗୁଜରାଟ କାହିଁକି ଚୟନ କଲେ ତାରା ଏବଂ ତାଙ୍କ ପୁଅ? ରାଜ୍ୟ ସରକାର ତାଙ୍କୁ ଉଚିତ ସୁଯୋଗ ଦେବାରେ ବିଫଳ ହେଲେ କି? 

ସୂଚନା ଅନୁସାରେ, ୨୦୨୩ ମସିହା ମାର୍ଚ୍ଚ ମାସରେ ଗୁଜରାଟ ସରକାରଙ୍କ ସହ ବୁଝାମଣା କରିଥିଲେ ତାରା। ଏହି ବୁଝାମଣା ରାଜ୍ୟର ମେହଶଣା ଜିଲ୍ଲାରେ ଏକ ଅତ୍ୟାଧୁନିକ ଫ୍ରେଞ୍ଚଫ୍ରାଇଜ୍‍ ପଉତ୍ପାଦନ ଉଦ୍ୟୋଗ ସ୍ଥାପନ ପାଇଁ ଉଦ୍ଦିଷ୍ଟ। ଏହି ଜିଲ୍ଲାରେ ଆଗରୁ ଅମୁଲ, ଇସ୍କନ ବାଲାଜୀ, ହାଇଫନ୍‍ ଫୁଡ୍‍ସ, ମ୍ୟାକ୍‍କେନ୍ସ ଫୁଡ୍ସ ଭଳି କମ୍ପାନୀ ନିଜର ଉଦ୍ୟୋଗ ସ୍ଥାପନ କରିଥିବା ବେଳେ ଓଡ଼ିଶାରେ ଗୋଟିଏ ବି ଏହିପରି ଶିଳ୍ପ ନାହିଁ। ଏଣୁ ଓଡ଼ିଶା ଛାଡ଼ି ଗୁଜରାଟକୁ କାହିଁକି ମନ ବଳାଇଲେ ତାରା?

Add Zee News as a Preferred Source

ଏଠାରେ ମୂଳ କାରଣ କଞ୍ଚାମାଲ ପ୍ରବାହ ହୋଇପାରେ। ସମଗ୍ର ବନସକାଠା ଅଞ୍ଚଳରେ ସ୍ୱତନ୍ତ୍ର ‘ସନ୍ତାନା’ ବିହନର ଆଳୁ ଚାଷ ହୁଏ। ଏହି ଆଳୁ ଆମେରିକା ଓ ୟୁରୋପରେ ଫ୍ରେଞ୍ଚ ଫ୍ରାଇଜ୍‍ ପାଇଁ ଆବଶ୍ୟକ ଭେରାଇଟି ହୋଇଥାଏ। ଯାହାର ରଙ୍ଗ ଏବଂ ଆକାର ସୁନ୍ଦର ଫ୍ରେଞ୍ଚଫ୍ରାଇଜ୍‍ ତିଆରିରେ ସହାୟକ ହୋଇଥାଏ।  

କିନ୍ତୁ ଯଦି ଗୁଜରାଟରେ ସନ୍ତାନା ଭେରାଇଟିର ବିହନ ଚାଷ କଥାକୁ ଆଲୋଚନା କରାଯାଏ ତେବେ ତାହା ଯେ ଅନେକ ପୁରୁଣା ତାହା କୁହାଯାଇ ନପାରେ। କାରଣ ୨୦୦୭ ବେଳକୁ ଏଠାରେ ଫ୍ରେଞ୍ଚ ଫ୍ରାଇଜ୍‍ ପାଇଁ ଉଦ୍ଦିଷ୍ଟ ଆଳୁ କେବେ ଚାଷ ହେଉ ନଥିଲା।  ଏହାପରେ ହିଁ ଏହି ଉଦ୍ୟୋଗ ପ୍ରସ୍ଫୁଟିତ ହୋଇଛି। 

ଓଡ଼ିଶା ଏ କ୍ଷେତ୍ରରେ ପୂର୍ବରୁ ଅନେକ ଉଦ୍ୟମ କରିଛି। ରାଜ୍ୟକୁ ଆଳୁ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ପୂର୍ବରୁ ବିଜେଡି ସରକାର ଆଳୁ ମିଶନ ଚଳାଇଥିଲେ। କିନ୍ତୁ ବିହନ ଯୋଗାଣରେ ଦୁର୍ନୀତି, ଶୀତଳ ଭଣ୍ଡାର ସ୍ଥାପନରେ ଅବହେଳା ଯୋଗୁ ଏ ମିଶନ ବିଫଳ ହୋଇଥିଲା। ଅର୍ଥାତ୍‍ ରାଜ୍ୟର ଘରୋଇ ଆଳୁ ଚାହିଦା ମେଣ୍ଟାଇବା ଲାଗି ପଶ୍ଚିମବଙ୍ଗର ଆଳୁଚାଷୀଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଲା ଓଡ଼ିଶା। ପ୍ରତି ବର୍ଷ ଆଳୁ ଅମଳ ସମୟରେ ପଶ୍ଚିମବଙ୍ଗର ଜୁଲମ ସେଥିଲାଗି ସହ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ଓଡ଼ିଶାବାସୀ। 

ନୂଆ ସରକାର ଆସିବା ପରେ ମଧ୍ୟ ସ୍ଥିତି ଯଥାପୂର୍ବଂ ତଥା ପରଂ ହୋଇ ରହିଛି। ନା ରାଜ୍ୟ ନିଜ ଆବଶ୍ୟକତା ଅନୁସାରେ ଆଳୁ ଅମଳ କରିପାରୁଛି ନା ଚାଷୀଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ସଫଳ ହୋଇପାରୁଛି। କିନ୍ତୁ ଆଳୁ ପାଇଁ ଟିଏମ୍‍ସି-ବିଜେପି କଳି ଲାଗିବା ଦେଖୁଛି ଓଡ଼ିଶା। 

ଯେଉଁ ଭେରାଇଟି ଆଳୁ ବିହନ ଅର୍ଥାତ୍‍ ‘ସନ୍ତାନା’ ଆଳୁ କଥା କୁହାଯାଉଛି ତାହା ଯେ ଓଡ଼ିଶାରେ ହୋଇ ପାରିବ ନାହିଁ ତାହା ନୁହେଁ। କୃଷି ବିଜ୍ଞାନୀଙ୍କ ଅନୁସାରେ ଓଡ଼ିଶାରେ ଆଳୁ ଚାଷ ପାଇଁ ପର୍ଯ୍ୟାପ୍ତ ସୁଯୋଗ କରିଛି। ଓଡ଼ିଶାର ମାଟି ଓ ଜଳବାୟୁ ଏଭଳି ଚାଷ ପାଇଁ ସୁଯୋଗ ସୃଷ୍ଟି କରିପାରେ। ଏହି ସୁଯୋଗକୁ ପୁଞ୍ଜିରେ ପରିଣତ କରିବା ପାଇଁ ଆବଶ୍ୟକ ସରକାରୀ ଉଦ୍ୟମ ଓ ଉଦ୍ୟୋଗୀଙ୍କ ନିବେଶ। ଯେଉଁଥିରେ ମୋହନ ସରକାର ଫେଲ୍‍ ମାରିଛନ୍ତି ତାହା ଜଳଜଳ ହୋଇ ଦିଶୁଛି। 

ଏଠି ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କ ମନକୁ ଆସିପାରେ। ଯଦି ଆଳୁ ଉତ୍ପାଦନ ହେଉ ନାହିଁ ତେବେ କ’ଣ ଗୋଟିଏ ଶିଳ୍ପ ଆଳୁ ଆମଦାନୀ କରି ଏ ଶିଳ୍ପ ଚଳାଇପାରିବ? ଉତ୍ତର ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। କିନ୍ତୁ ମନେ ରଖିବାକୁ ପଡ଼ିବ ଯେ, ଗୁଜରାଟରେ ଯେତେବଳେ ଫ୍ରେଞ୍ଚ ଫ୍ରାଇଜ୍‍ ଶିଳ୍ପ ଆରମ୍ଭ ହେଲା ସେତେବଳେ ସେଠାରେ ପଞ୍ଜାବ, ହରିୟାଣା ପ୍ରଭୃତି ରାଜ୍ୟରୁ ବିହନ ଆଣି ଚାଷ ହେଲା। ଅର୍ଥାତ୍‍ ଯେଉଁ ଆଳୁ ଏହି ଶିଳ୍ପ ପାଇଁ ଆବଶ୍ୟକ ତାହାକୁ ଚାଷ କରିବା ଏହି କମ୍ପାନୀମାନେ ହିଁ ଶିଖାଇଲେ। ସେମାନେ ଚାଷୀଙ୍କ ସହ ଏ ବାବଦରେ ଚୁକ୍ତି କରିଲେ। ତାଙ୍କ ଜମିରେ ଆଳୁ ଯାହା ଉତ୍ପାଦନ ହେବ ତାହାକୁ ସମ୍ପୂର୍ଣ୍ଣ କିଣିବା ଏବଂ ଫସଲ ନଷ୍ଟ ହେଲେ ତାହାକୁ ଭରଣା କରିବାର ପ୍ରତିଶୃତି ଦେଲେ। ଫଳରେ ଚାଷୀଙ୍କ ମନରେ ଆତ୍ମବିଶ୍ୱାସ ଆସିଲା ଆଉ ଲୋକେ ପାରମ୍ପରିକ ଚାଷରୁ ବାହାରି ଆବଶ୍ୟକ ଆଳୁ ଉତ୍ପାଦନ କରିଲେ। ଏବେ ପ୍ରାୟ ଦେଢ଼ ଲକ୍ଷ ହେକ୍ଟର ଜମିରେ ଆଳୁ ଚାଷ ହେଉଛି। କେବଳ ବନସକାଠା ବର୍ଷକୁ ପ୍ରାୟ ୧୬ ଲକ୍ଷ ମେଟ୍ରିକ୍‍ ଟନ୍‍ ଆଳୁ ଉତ୍ପାଦନ କରୁଛି। ଯେଉଁ ଅଞ୍ଚଳ ରେ କୌଣସି ଶିଳ୍ପ ସ୍ୱପ୍ନ ଥିଲା ତାହା ଏବେ ଦୁଗ୍ଧଜାତ ଶିଳ୍ପ ଏବଂ ଆଳୁ ଶିଳ୍ପ ପାଇଁ ବିଶ୍ୱବିଖ୍ୟାତ  ହୋଇପାରିଛି। 

ଆଜି ଏ ବିଷୟକୁ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଗୁଜରାଟ ଓ ଓଡ଼ିଶା ଭିତରେ ତୁଳନା ପାଇଁ ଉଦ୍ଦିଷ୍ଟ ନୁହେଁ। କିନ୍ତୁ ଯେଉଁ ଗୁଜରାଟ ମଡେଲକୁ ରାଜ୍ୟ ସରକାର ଅନୁକରଣ କରୁଛନ୍ତି ବୋଲି କହୁଛନ୍ତି ତାହା କେବଳ ସରକାରରେ ଦୁର୍ନୀତି, ତୋଷାରପାତ ପାଇଁ ପ୍ରୟୋଗ କରା ନଯାଉ। କେବଳ ଗୁଜରାଟର ଠିକାଦାରଙ୍କୁ କାମ ଦେବାରେ ସୀମିତ ନ ରହୁ। ବରଂ ଓଡ଼ିଶାକୁ ନିଯୁକ୍ତି ଓ ଶିଳ୍ପର ମୂଳକେନ୍ଦ୍ର ଭାବେ ଗ୍ରହଣ କରି ଗ୍ରାମାଞ୍ଚଳ କାରଖାନା ସୃଷ୍ଟିରେ ଧ୍ୟାନ ଦିଆଯାଉ। ଏ ରାଜ୍ୟରେ ଯେତିକି ବନ୍ଦର ରହିଛି ତାହା ବିଦେଶକୁ ରପ୍ତାନୀ କରିବାରେ ଆମକୁ ସହାୟକ ହୋଇଥାଏ। କିନ୍ତୁ ଏଠାରୁ ଯଦି ଉତ୍ପାଦନ ନ ହେବ ତେବେ କ’ଣ କେବଳ ଖଣିଜ ରପ୍ତାନୀରେ ଆମ ବନ୍ଦରସବୁ ସୀମିତ ରହିବେ?

About the Author