Silchar BJP MP Residence: ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha1843702

Silchar BJP MP Residence: ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

Silchar Latest News: ରାଜ୍ୟର ସିଲଚର ଲୋକସଭା ଆସନର ସାଂସଦଙ୍କ ବାସଭବନରୁ ଜବତ ହୋଇଛି ନାବାଳକର ମୃତଦେହ। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି।

 

 

Silchar BJP MP Residence: ବିଜେପି ସାଂସଦଙ୍କ ବାସଭବନରୁ ୧୦ ବର୍ଷୀୟ ନାବାଳକର ମୃତଦେହ ଉଦ୍ଧାର

Death in BJP MP Residence: ସାଂସଦଙ୍କ ବାସଭବନରୁ ଉଦ୍ଧାର ହୋଇଛି ଏକ ବାଳକର ମୃତଦେହ। ଆସାମ ସିଲଚର ଲୋକସଭା ଆସନର ବିଜେପି ସାଂସଦ ରାଜଦୀପ ରାୟଙ୍କ ବାସଭବନରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଅଗଷ୍ଟ ୨୬ ତାରିଖ ସନ୍ଧ୍ୟାରେ ମୃତକ ବାଳକର ମୃତଦେହ ମିଳିଥିଲା। ଯାହାର ବୟସ ୧୦ ବର୍ଷ ହେବ ବୋଲି କୁହାଯାଉଛି। ଯିଏ ନିଜ ମାଆ ଏବଂ ଭଉଣୀ ସହ ସାଂସଦଙ୍କ ବାସଭବନରେ ରହୁଥିଲା। 

ପୋଲିସ (Assam Police) ମୃତକ ବାଳକର ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ସିଲଚାଲ ମେଡିକାଲ କଲେଜ ଏବଂ ହସ୍ପିଟାଲ ପଠାଇ ଦେଇଥିଲା। ଖବର ଅନୁଯାୟୀ ମୃତକ ବାଳକର ପରିଚୟ ମିଳିଛି। ଯାହାର ନାଁ ହେଉଛି ରାଜଦୀପ ରାୟ। ଯିଏ ପଞ୍ଚମ ଶ୍ରେଣୀରେ ପଢୁଥିଲା। 

ଭିତର ପଟୁ ବନ୍ଦ ଥିଲା କବାଟ 
ନିଜ ବାସଭବନରୁ ନାବାଳକର ମୃତଦେହ ମିଳିବା ଘଟଣାରେ ପ୍ରତିକ୍ରୟା ରଖିଛନ୍ତି ଆସାମ (Assam) ସିଲଚର ଲୋକସଭା ଆସନର (Silchar Lok Sabha Constituency) ବିଜେପି ସାଂସଦ ରାଜଦୀପ ରାୟ (BJP MP Rajdeep Roy)। ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ (Assam BJP MP) କହିଛନ୍ତି ଯେ ଯେଉଁ ଘରୁ ନାବାଳକର ମୃତଦେହ ମିଳିଥିଲା ​​ସେହି ଘର ଭିତ ପଟରୁ ତାଲା ପଡିଥିଲା। ମୋର କର୍ମଚାରୀ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ହୋଇଥିବା ଘରୁ ମୃତଦେହ ଜବତ କରିଥିଲା। ପରେ ପୋଲିସ ଶବ ବ୍ୟବଚ୍ଛେଦ କରିବା ପାଇଁ ମୃତଦେହକୁ ସିଲଚାଲ ମେଡିକାଲ କଲେଜ ଏବଂ ହସ୍ପିଟାଲ (Silchar Medical College and Hospital) ପଠାଇ ଦେଇଥିଲା। ଯେଉଁଠାରେ ଡାକ୍ତର ନାବାଳକକୁ ମୃତ ବୋଲି ଘୋଷଣା କରିଥିଲେ।

ଘଟଣାର ତଦନ୍ତ କରୁଛି ପୋଲିସ 
ବିଜେପି ସାଂସଦ ରାଜଦୀପ ରାୟ ଆହୁରି କହିଛନ୍ତି ଯେ ମୁଁ ସଙ୍ଗେ ସଙ୍ଗେ ଏସପି ନମଲ ମହାତୋଙ୍କୁ ଡାକି ତଦନ୍ତ ପାଇଁ ଉପଯୁକ୍ତ ମାନକ ପ୍ରଣାଳୀ ଅନୁସରଣ କରିବାକୁ ଅନୁରୋଧ କରିଥିଲି। କଚ୍ଛାର ଜିଲ୍ଲାର ଅତିରିକ୍ତ ଏସପି ସୁବ୍ରତ ସେନ ଫୋନ ଯୋଗେ ନ୍ୟୁଜ୍ ଏଜେନ୍ସି ଏଏନଆଇ ଉଦ୍ଦେଶ୍ୟରେ କହିଛନ୍ତି ଶବ ବ୍ୟବଚ୍ଛେଦ କରାଯାଉଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।  

ବାହାରକୁ ଯାଇଥିଲେ ମୃତକଙ୍କ ମାଆ
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବିଜେପି ସାଂସଦ କହିଛନ୍ତି ଯେ ମୃତକଙ୍କ ମାଆ ତାଙ୍କ ଝିଅ ସହିତ ରାସନ ସାମଗ୍ରୀ ଆଣିବାକୁ ଯାଇଥିଲେ। ଏହା ପୂର୍ବରୁ ପୁଅ ଏକ ମୋବାଇଲ୍ ଫୋନ୍ ମାଗିଥିଲେ। ଯାହାକୁ ମାଆ ଦେବାକୁ ମନା କରିଦେଇଥିଲେ। ଯେତେବେଳେ ପ୍ରାୟ ୪୦ ମିନିଟ୍ ପରେ ମାଆ ଫେରି ଆସିଥିଲେ, ସେତେବେଳେ ସେ ଦେଖିଲେ ଯେ କବାଟ ଭିତର ପଟୁ ବନ୍ଦ ରହିଛି।

ସାଂସଦ ମୃତକ ନାବାଳକକୁ ଜଣେ ମେଧାବୀ ଛାତ୍ର ଭାବରେ ବର୍ଣ୍ଣନା କରିଥିଲେ। ଏନେଇ ସାଂସଦ କହିଥିଲେ ଯେ ସେ ନାବାଳକର ହସ୍ତଲିଖନ ଦେଖିଥିଲେ ଏବଂ ତା' ସହିତ କିଛି ସମୟ ପାଇଁ କଥା ହୋଇଥିଲେ। ଏହି ମୃତ୍ୟୁ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ଏହି ଘଟଣାକୁ ମୋ ପରିବାର ଚକିତ ହୋଇଯାଇଛି।

ହିନ୍ଦୁସ୍ତାନ ଟାଇମ୍ସ ବାଳକ ପରିବାରର ଜଣେ ସଦସ୍ୟଙ୍କ ଉଦ୍ଧେଶ୍ୟରେ କହିଛି ଯେ ସେମାନେ କାଚର ଜିଲ୍ଲାର ପାଲୋଙ୍ଗ ଘାଟ ଅଞ୍ଚଳର ବାସିନ୍ଦା। ପୁଅର ମାଆ ବିଜେପି ସାଂସଦ ରାଜଦୀପ ରାୟଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ମହିଳା ଜଣଙ୍କ ଅଧ୍ୟୟନ ପାଇଁ ୨ ବର୍ଷ ପୂର୍ବେ ସିଲଚର (Silchar) ଆସିଥିଲେ।