)
Gold & Silver Rate : ସୁନା-ରୂପା ଦରରେ ଏବେ ଆକାଶ ଛୁଆଁ ହେବାରେ ଲାଗିଛି। ତେବେ, ଆଗକୁ ଅର୍ଥାତ୍ ୨୦୨୬ ବେଳକୁ ସୁନା ଓ ରୂପା ରେଟ୍ କେତେ ରହିବ। ଆସନ୍ତା ବର୍ଷ ଦର ଖସିବା ନା ବଢିବ ଏ-ନେଇ ବ୍ୟାଙ୍କ୍ ଅଫ ଆମେରିକା ଏକ ପୂର୍ବାନୁମାନ କରିଛି। ସୋମବାର ବ୍ୟାଙ୍କ୍ ଅଫ୍ ଆମେରିକା କହିଛି ଯେ, ୨୦୨୬ରେ ସୁନା ପ୍ରତି ଆଉନ୍ସ ଡଲାର ୫,୦୦୦ ଏବଂ ରୂପା ଆଉନ୍ସ ପ୍ରତି ଡଲାର ୬୫ ସ୍ଥିର କରିଛି। ଏହାର ଅର୍ଥ ହେଉଛି ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ୍ ୧୫୬ ଏବଂ ରୂପା ୨୦୩,୪୧୭ ଟଙ୍କାରେ ପହଞ୍ଚିପାରେ। ବ୍ୟାଙ୍କ୍ ଅଫ୍ ଆମେରିକାର ଏହାମଧ୍ୟ କହିଛି ଯେ, ୨୦୨୬ରେ ଉଭୟ ଧାତୁରେ ଆହୁରି ଖସିବାର ସମ୍ଭାବନା ରହିଛି।
ବ୍ୟାଙ୍କ ଅଫ୍ ଆମେରିକା ପ୍ରତି ଆଉନ୍ସ $୫,୦୦୦ ରେ ସୁନା ମୂଲ୍ୟ ପୂର୍ବାନୁମାନ କରିଥିବା ପ୍ରଥମ ପ୍ରମୁଖ ବ୍ୟାଙ୍କ ହୋଇଛି। ଗତ ସପ୍ତାହରେ, ସ୍ପଟ୍ ସୁନା ପ୍ରତି ଆଉନ୍ସ ଡଲାର୍ ୪,୦୦୦ ଅତିକ୍ରମ କରି ସୋମବାର ଦିନ ୧୦.୧୦ GMT ସୁଦ୍ଧା ଡଲାର୍ ୪,୦୭୩.୬୯ ରେ କାରବାର କରୁଥିଲା। ଏହି ବର୍ଷ ସୁନା ମୂଲ୍ୟ ଏ-ପର୍ଯ୍ୟନ୍ତ ୫୫ % ବୃଦ୍ଧି ପାଇଛି। ବ୍ୟାଙ୍କ କହିଛି ଯେ ,ଯଦି ସୁନା ମୂଲ୍ୟ ପ୍ରତି ଆଉନ୍ସ ଡଲାର ୬,୦୦୦ରେ ପହଞ୍ଚିବାକୁ ହୁଏ, ତେବେ ନିବେଶକମାନଙ୍କୁ ସେମାନଙ୍କର କ୍ରୟକୁ ୨୮% ବୃଦ୍ଧି କରିବାକୁ ପଡିବ।
ରୂପା ଦର ହ୍ରାସ ପାଇବ: ବ୍ୟାଙ୍କ୍ ଅଫ ଆମେରିକା କହିଛି ଯେ, ଆସନ୍ତାବର୍ଷ ରୂପା ୧୧ ପ୍ରତିଶତ ହ୍ରାସ ପାଇବ। ସିଲଭର ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ରୂପା ବଜାର ଲଗାତର ପଞ୍ଚମ ବର୍ଷ ହେଲାଣୀ ଘାଟାରେ ରହିଛି। ସ୍ପଟ୍ ରୂପା ପ୍ରତି ଆଉନ୍ସ $୫୧.୭୦ ର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯେତେବେଳେ ଡିସେମ୍ବର ୨୦୨୫ ପାଇଁ କମେକ୍ସ ରୂପା ଫ୍ୟୁଚର୍ସ ଡଲାର୍ ୪୯.୭୨ ରେ କାରବାର କରୁଥିଲା।
ବ୍ୟାଙ୍କ କହିଛି ଯେ ଶୁଳ୍କ ଆସିବାର ଭୟ ମଧ୍ୟରେ ରୁପା ଆଉନ୍ସ ନ୍ୟୁୟର୍କକୁ ସ୍ଥାନାନ୍ତରିତ କରାଯାଇଥିଲା। ଯାହା ଶେଷରେ ବାସ୍ତବରେ ପରିଣତ ହୋଇନଥିଲା। ଏହା ଲଣ୍ଡନ ବଜାରରେ ଯୋଗାଣକୁ କଡ଼ାକଡ଼ି କରିଥିଲା ଏବଂ ଲିଜ୍ ହାରକୁ ତୀବ୍ର ଭାବରେ ବୃଦ୍ଧି କରିଥିଲା। ବ୍ୟାଙ୍କ ଅନୁଯାୟୀ, ସାମ୍ପ୍ରତିକ ବଜାର ଅସନ୍ତୁଳନ ଧୀରେ ଧୀରେ ସ୍ୱାଭାବିକ ହୋଇପାରେ, ଅସ୍ଥିରତା ବୃଦ୍ଧି ପାଇବ ଏବଂ ସ୍ୱଳ୍ପକାଳୀନ ସମୟରେ ରୂପା ମୂଲ୍ୟ ଉପରେ ଚାପ ପକାଇବ।
ଭାରତରେ ବର୍ତ୍ତମାନର ସୁନା ମୂଲ୍ୟ:ଭାରତରେ ପର୍ବପର୍ବାଣୀ ଋତୁ ପାଖେଇ ଆସୁଥିବାରୁ ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ନୂତନ ରେକର୍ଡ କରୁଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ରେଟ୍ ୧,୧୭,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୮,୬୮୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ରେ ୩,୦୦୦ ଓ ୩,୨୮୦ ଟଙ୍କା ବୃଦ୍ଧି ହୋଇଛି।