Indian Medical Student: ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ବଡ଼ ସୁଯୋଗ ଦେବ ଋଷିଆ
Advertisement
Article Detail0/zeeodisha/odisha1783660

Indian Medical Student: ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ବଡ଼ ସୁଯୋଗ ଦେବ ଋଷିଆ

ukraine returned indian medical students: ଋଷୀୟ ବିଶ୍ୱବିଦ୍ୟାଳୟ ଅଧ୍ୟୟନ କରିବା ପାଇଁ ଭାରତୀୟ ଛାତ୍ରଙ୍କ ଲାଗି ସେମାନଙ୍କ ଦ୍ୱାର ଖୋଲି ଦେଇଛନ୍ତି। ଯେଉଁମାନେ ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଅଧାରୁ ପାଠ ଛାଡ଼ି ଦେଇଥିଲେ।

Indian Medical Student: ୟୁକ୍ରେନ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ବଡ଼ ସୁଯୋଗ ଦେବ ଋଷିଆ

russian offer for indian medical student: ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ଏହି ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସ୍ୱଦେଶ ଫେରି ଆସିଥିଲେ ହଜାର ହଜାର ଭାରତୀୟ ଛାତ୍ର। ଯେଉଁମାନେ ୟୁକ୍ରେନ ଠାରେ ଡାକ୍ତରୀ ପାଠ ପଢୁଥିଲେ। ଯୁଦ୍ଧ କାରଣରୁ ଅଧାରୁ ପାଠ ଛାଡ଼ିଥିବା ଭାରତୀୟ ଛାତ୍ରଙ୍କ ପାଇଁ ସେମାନଙ୍କର ଅସମ୍ପୂର୍ଣ୍ଣ ଡାକ୍ତରୀ ଅଧ୍ୟୟନ ସମାପ୍ତ କରିବାର ଏକ ସୁଯୋଗ ସୃଷ୍ଟି ହୋଇଛି। ଏନେଇ ଭାରତ-ଋଷିଆ ପକ୍ଷରୁ ଆରମ୍ଭ ହୋଇଥିବା ମିଳିତ ପଦକ୍ଷେପ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଅଧ୍ୟୟନକୁ ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ ଦ୍ୱାର ଖୋଲିଦେଇଛି।

ଅନେକ ଋଷୀୟ ବିଶ୍ୱବିଦ୍ୟାଳୟ (Russian University) ଅଧ୍ୟୟନ କରିବା ପାଇଁ ଭାରତୀୟ ଛାତ୍ରଙ୍କ (Indian Student) ଲାଗି ସେମାନଙ୍କ ଦ୍ୱାର ଖୋଲି ଦେଇଛନ୍ତି। ଯେଉଁମାନେ ଋଷିଆ-ୟୁକ୍ରେନ ଯୁଦ୍ଧ (Russia Ukraine War) କାରଣରୁ ସେମାନଙ୍କ ଅଧ୍ୟୟନ ଅଧାରୁ ବନ୍ଦ କରି ଦେଇଥିଲେ। ଋଷିଆର ଓରେନବର୍ଗ ବିଶ୍ୱବିଦ୍ୟାଳୟ (Orenburg University), ମାରି ଷ୍ଟେଟ ବିଶ୍ୱବିଦ୍ୟାଳୟ (Mari State University) ସମେତ ଅନ୍ୟ ୯ ବିଶ୍ୱବିଦ୍ୟାଳୟ ଭାରତର ୮ ସହରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଆଡମିଶନ ପାଇଁ ଏକ ଶିବିର ଆୟୋଜନ କରୁଛନ୍ତି। ଏହି ଶିବିର ଦିଲ୍ଲୀ (Delhi), କୋଲକାତା (Kolkata), ଅହମ୍ମଦାବାଦ (Ahmedabad), ମୁମ୍ବାଇ (Mumbai), ଚଣ୍ଡିଗଡ଼ (Chandigarh), ପାଟନା (Patna) ଭଳି ସହରରେ ଆୟୋଜନ କରାଯାଉଛି। ଯାହା ଅଧୀନରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀଙ୍କୁ ଆଡମିଶନ (indian students in russia for mbbs) ପ୍ରଦାନ କରାଯିବ।

Also Read: Russia-Ukraine War ବେଳେ ଭାରତୀୟ ନାଗରିକଙ୍କ ପାଇଁ ସୁରକ୍ଷା କବଚ ପାଲଟିଲା ତ୍ରୀରଙ୍ଗା

ଉଦ୍ଧାର ପରେ ସ୍ୱଦେଶ ଫେରିଥିଲେ ୨୨ ହଜାର ଭାରତୀୟ ଡାକ୍ତରୀ ଛାତ୍ର 
ଗତ ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ। ଯାହା ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି। ଏହି ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଭାରତ ସରକାର (Govt of India) ୟୁକ୍ରେନ (Ukraine) ଠାରେ ଅଧ୍ୟୟନ କରୁଥିବା ପ୍ରାୟ ୨୨ ହଜାର ଛାତ୍ରଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍ ଗଙ୍ଗା ନାମରେ ଏକ ଉଦ୍ଧାର ଅଭିଯାନ (Rescue Mission Operation Ganga) କାର୍ଯ୍ୟକାରୀ ହୋଇଥିଲା। ଏହି କାର୍ଯ୍ୟରେ ଭାରତୀୟ ଦୂତାବାସ (Indian Embassy in Ukraine) ମଧ୍ୟ ନିୟୋଜିତ ହୋଇଥିଲା।

Also Read: Russia-Ukraine Conflict: ଉଦ୍ଧାର ଅଭିଯାନରେ ଅନ୍ୟ ଦେଶ ଠାରୁ ଆଗରେ ଭାରତ

ଭାରତରେ ଅବସ୍ଥାପିତ ଋଷୀୟ ଦୂତାବାସ ଶିକ୍ଷା ବିଭାଗ (Russian Embassy Education Department) ଅନୁଯାୟୀ, ଯୁଦ୍ଧ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଶହରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଋଷିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆଡମିଶନ ପ୍ରଦାନ କରାଯାଇଛି। ଆଗକୁ ଏପରି ବ୍ୟବସ୍ଥା କରାଯାଉଛି ଯାହା ଦ୍ୱାରା ଅନ୍ୟ ଛାତ୍ର ମଧ୍ୟ ସେମାନଙ୍କର ଅବଶିଷ୍ଟ ପାଠ୍ୟକ୍ରମ ସମାପ୍ତ କରିବାର ସୁଯୋଗ ପାଇବେ। ଋଷୀୟ ଦୂତାବାସ (Russian Embassy in India) ଅନୁଯାୟୀ ଭାରତ ସରକାର ମଧ୍ୟ କ୍ରମାଗତ ଭାବରେ ଏହି ପ୍ରସଙ୍ଗ ଉଠାଇ ଆସୁଥିଲା। ଏନେଇ କୁହାଯାଉଥିଲା ଯେ ଅଧାରୁ ପାଠ ଛାଡ଼ିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଋଷୀୟ ସରକାର ଆବଶ୍ୟକୀୟ ନିଷ୍ପତ୍ତି ନିଅନ୍ତୁ।