Advertisement
Article Detail0/zeeodisha/odisha2950658

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ସମାଲୋଚନା କଲା ବିଜେଡି, କହିଲା ରଙ୍ଗ ମାରି ନବୀନ ସରକାରଙ୍କ ପ୍ରକଳ୍ପକୁ ଉଦ୍ଘାଟନ କରୁଛନ୍ତି ମୋହନ

କଟକରେ ଉଦ୍ବେଗଜନକ ସ୍ଥିିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି । ଶଙ

  • ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ୧୦୦୦ ବର୍ଷର ଐତିହାସିକ ସହର କଟକର ଗାରିମା ଆଜି ଭୃଲୁଣ୍ଠିତ ହୋଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରେ ଲଗାତାର ଭୂସ୍ଖଳନ ସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହ ନନେବା ଚିନ୍ତାଜନକ । ରାଜ୍ୟର ୫ଟି ଜିଲ୍ଲାରେ ବର୍ଷାଜନିତ ବ୍ୟାପକ କ୍ଷୟକ୍ଷତି ପ୍ରତି ସରକାରଙ୍କ ନିଘା ନାହିଁ । ସର୍ବୋପରି ନିଯୁକ୍ତି ଆଶାୟୀ ଯୁବ ସମାଜକୁ ପ୍ରତାରଣା କରି ସରକାରୀ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକି୍ର ହେବା ଘଟଣା ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାର ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି ।

Trending Photos

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ସମାଲୋଚନା କଲା ବିଜେଡି, କହିଲା ରଙ୍ଗ ମାରି ନବୀନ ସରକାରଙ୍କ ପ୍ରକଳ୍ପକୁ  ଉଦ୍ଘାଟନ କରୁଛନ୍ତି ମୋହନ

ଭୁବନେଶ୍ୱର: କଟକରେ ଉଦ୍ବେଗଜନକ ସ୍ଥିିତି, ଗଜପତି ଜିଲ୍ଲାରେ ଭୂସ୍ଖଳନଜନିତ ସମସ୍ୟା, ୨୦୦ କୋଟି ଟଙ୍କାର ଏସ୍ଆଇ ଚାକିରି କେଳେଙ୍କାରୀ, ୫ଟି ଜିଲ୍ଲାରେ ବର୍ଷା ଜନିତ ବ୍ୟାପକ କ୍ଷୟକ୍ଷତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାରକୁ ବିଜୁ ଜନତା ଦଳ କଡା ନିନ୍ଦା କରିଛି । ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଂଜୟ କୁମାର ଦାସବର୍ମା, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨ ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆପଡାରେ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଭାଇଚାରାର ସହର କଟକରେ କେବେ ନଦେଖିବା ସ୍ଥିତି ଆଜି ଡବଲ ଇଂଜିନ ସରକାରରେ ଦେଖିବାକୁ ମିଳିଛି । ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ୧୦୦୦ ବର୍ଷର ଐତିହାସିକ ସହର କଟକର ଗାରିମା ଆଜି ଭୃଲୁଣ୍ଠିତ ହୋଇଛି । ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ସେହିଭଳି ଗଜପତି ଜିଲ୍ଲାରେ ଲଗାତାର ଭୂସ୍ଖଳନ ସ୍ଥିତିକୁ ପ୍ରଶାସନ ଗମ୍ଭୀରତାର ସହ ନନେବା ଚିନ୍ତାଜନକ । ରାଜ୍ୟର ୫ଟି ଜିଲ୍ଲାରେ ବର୍ଷାଜନିତ ବ୍ୟାପକ କ୍ଷୟକ୍ଷତି ପ୍ରତି ସରକାରଙ୍କ ନିଘା ନାହିଁ । ସର୍ବୋପରି ନିଯୁକ୍ତି ଆଶାୟୀ ଯୁବ ସମାଜକୁ ପ୍ରତାରଣା କରି ସରକାରୀ ପ୍ରୋତ୍ସାହନରେ ପୋଲିସ ଏସ୍ଆଇ ଚାକିରି ବିକି୍ର ହେବା ଘଟଣା ରାଜ୍ୟବାସୀଙ୍କ ମନକୁ ଆନେ୍ଦାଳିତ କରିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡାରେ ନିର୍ବାଚନୀ ପ୍ରଚାର ରାଜ୍ୟବାସୀଙ୍କ ପ୍ରତି ସମ୍ବେଦନହୀନତାକୁ ଦର୍ଶାଉଛି ।

ସେହିପରି ଶ୍ରୀମତୀ ଛୁରିଆ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୬୪ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଆଜି ରଙ୍ଗ ମାରି ମୁଖ୍ୟମନ୍ତ୍ରୀ ଫିତା କାଟିଛନ୍ତି । ସିନାପାଲିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବରୁ ଏନ୍ଏସି ଘୋଷଣା କରିଥିଲେ । ତାଲିକାର ପ୍ରଥମ ପର୍ଯ୍ୟାୟରେ ସିନାପାଲିର ନାଁକୁ କାଟି ପୁଣି ବର୍ତ୍ତମାନ ଯୋଡିବାରେ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଆଜି ଘୋଷଣା କରିଥିବା ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ୨୦୨୩ ଏପ୍ରିଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ । ସେହିଭଳି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡା ଜିଲ୍ଲା ଘୋଷଣା ମଧ୍ୟ ପୂର୍ବ ବିଜେଡି ସରକାର ସମୟରେ ୨୦୧୯ରେ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଦ୍ୱାରା ୧୯୯୩ରେ ଜିଲ୍ଲା ଘୋଷଣା ହେବା ଠାରୁ ନୂଆପଡା ବିଜୁ ଜନତା ଦଳର ଫୋକସରେ  ରହିଆସିଛି । ୧୬ ମାସରେ ନୂଆପଡା ପାଇଁ ଇଟା ଖଣ୍ଡେ ଯୋଡିନଥିବା ବିଜେପି ସରକାର, ନିର୍ବାଚନ ଘୋଷଣା ହେବା ସମୟରେ ନୂଆପଡାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ ରାଜନୀତିକ ଉଦେ୍ଦଶ୍ୟ ପ୍ରଣୋଦିତ ।

Add Zee News as a Preferred Source

ସେହିପରି ବିଧାୟକ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟବାସୀଙ୍କ ସମସ୍ୟାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନୂଆପଡାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ଲଗାଣ ବର୍ଷା ଯୋଗୁ ଉତ୍ତର ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନନେବା ଦୁଃଖଦାୟକ ।

 

About the Author