)
Gap of 6 feet between 2 bridges in Mumbai: ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି ବ୍ରିହାନ ମୁମ୍ବାଇ ମହାନଗର ନିଗମ। କେବେଳ ବିଏମସି ନୁହେଁ ଇଞ୍ଜିନିୟରଂ ଦକ୍ଷତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ସୋସିଆଲ ମିଡିଆ ଦୁନିଆରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଛି। କେବଳ ସେତିକି ନୁହେଁ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଠାରେ ଆମେ ଆପଣଙ୍କ ମାୟାନଗରୀ ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ଗୋଖଲେ ବ୍ରିଜ୍ ଏବଂ ବାର୍ଫିୱାଲା ଫ୍ଲାଏଓଭର ବିଷୟରେ କହୁଛୁ। ଏହି ଦୁଇ ବ୍ରିଜ ମଧ୍ୟରେ ଭୁଲ ଆଲାଇନମେଣ୍ଟ ପରିଚାଳନା ପାଇଁ ବିଏମସି ଏବେ ସମାଲୋଚନାର ଶୀକାର ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏହି ଦୁଇଟି ପୋଲକୁ ପରସ୍ପର ସହ ଯୋଡ଼ିବା ଏବେ ବିଏମସି ପାଇଁ କାଠିକାର ପାଠ ହୋଇଯାଇଛି। ଉଭୟ ଫ୍ଲାଏଓଭର ବ୍ରିଜ ମଧ୍ୟରେ ପ୍ରାୟ ୬ ଫୁଟ ଲମ୍ବାର ଏକ ଭୂଲମ୍ବ ବ୍ୟବଧାନ ରହିଛି।
ଫ୍ଲାଏଓଭର ବ୍ରିଜ ପାଇଁ ସରକାରଙ୍କୁ ଘେରିଲେ ବିରୋଧି
ଗୋଖଲେ ବ୍ରିଜ୍ ଏବଂ ବାର୍ଫିୱାଲା ଫ୍ଲାଏଓଭର ମଧ୍ୟରେ ରହିଥିବା ପ୍ରାୟ ୬ ଫୁଟ ଲମ୍ବାର ଏକ ଭୂଲମ୍ବ ବ୍ୟବଧାନକୁ ନେଇ ବିରୋଧି ଦଳ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦ୍ୱିତୀୟ ଫ୍ଲାଏ ଓଭର ବ୍ରିଜ ଠାରେ ପହଞ୍ଚିବା ପାଇଁ ମୁମ୍ବାଇ ବାସିନ୍ଦାଙ୍କୁ ସେମାନଙ୍କ ଗାଡି ସହିତ ଲମ୍ଫ ଡ଼ିଆଁ ମାରିବାକୁ ପଡିବ ବୋଲି ସେମାନେ ଆଶା କରୁଛନ୍ତି। ଯେତେବେଳେ ବିଏମସି ଏହି ପୋଲକୁ ସ୍ଥାପତ୍ୟର ଏକ ଉତ୍ତମ ଉଦାହରଣ ଭାବେ ବର୍ଣ୍ଣନା କରିବା ସହ ଦେଶର ବ୍ୟସ୍ତବହୁଳ ରେଳପଥରେ ନିର୍ମିତ ସବୁଠାରୁ ଆଶ୍ଚର୍ଯ୍ୟଜନକ ମଡେଲ ବୋଲି ଦାବି କରିଛି। କାରଣ ସ୍ଥାନୀୟ ଏବଂ ଦୂର ଦୂରଗାମୀ ଟ୍ରେନ୍ ସେବାରେ ବାଧା ନଦେଇ ସହରରେ ଏପରି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରିଛି ବ୍ରିହାନ ମୁମ୍ବାଇ ମହାନଗର ନିଗମ।
୯୦ କୋଟି ଟଙ୍କାର ମୂଲ୍ୟରେ ନିର୍ମିତ ହୋଇଛି ଫ୍ଲାଏ ଓଭର ବ୍ରିଜ
ନିକଟରେ ମୁମ୍ବାଇ ସହରରେ ସୁରୁଖୁରୁରେ ଯାତାୟାତ ପାଇଁ ଗୋଖଲେ ବ୍ରିଜ୍ ନାମକ ଏହି ପୋଲର ଏକ ଅଂଶ ଖୋଲାଯାଇଥିଲା। ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ଏହାର କାର୍ଯ୍ୟ ଶେଷ ହୋଇଥିଲା। ବର୍ତ୍ତମାନ ଏହି ସେତୁ ଖୋଲିବା ପରେ ଉଭୟ ମୁମ୍ବାଇ ବାସିନ୍ଦା ଏବଂ ବିରୋଧି ଦଳର ନେତା ମୁମ୍ବାଇ ମହାନଗର ନିଗମକୁ ପରିହାସ କରୁଛନ୍ତି। ଏହାର କାରଣ ହେଉଛି ଏହି ବ୍ରିଜ ପୂର୍ବରୁ ନିର୍ମିତ ଫ୍ଲାଏ ଓଭର ସହିତ ସଂଯୁକ୍ତ ହେବା ଆବଶ୍ୟକ। ହେଲେ ଉଭୟର ଉଚ୍ଚତାରେ ପ୍ରାୟ ଦେଢ ମିଟର ଠାରୁ ୨ ମିଟର ପାର୍ଥକ୍ୟ ରହିଛି। ଆପଣଙ୍କୁ କହିରଖୁଛୁ ଯେ ଏହି ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟ ୯୦ କୋଟି ଟଙ୍କାରେ ହୋଇଛି। ମୁମ୍ବାଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଗତ ୨୦୧୮ ବର୍ଷରେ ଏହି ସେତୁର ଏକ ଅଂଶ ଭୁଶୁଡି ଯାଇଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାର ପୁନ ନିର୍ମାଣ ପାଇଁ ଲକ୍ଷ୍ୟ ଗତ ୨୦୨୨ ବର୍ଷରେ ସ୍ଥିର କରାଯାଇଥିଲା। ଏହି ସେତୁ ବାର୍ଫିୱାଲା ଫ୍ଲାଏଓଭର ସହିତ ସଂଯୁକ୍ତ ରହିଥିଲା। ଯାହା ଜୁହୁ ଏବଂ ବାନ୍ଦ୍ରା ଆଡକୁ ଯାଉଥିଲା।
ବାର୍ଫିୱାଲା ବ୍ରିଜ୍ ଉପରେ ପ୍ରତିକ୍ରିୟା ରଖିଲା ବିଏମସି
ଏହି ସେତୁ ସମ୍ପର୍କରେ ପ୍ରତିକ୍ରିୟା ବିଏମସି ପକ୍ଷରୁ କୁହାଯାଇଛି ଯେ ଏହା ପରିଚାଳନାଗତ କିମ୍ବା ଇଞ୍ଜିନିୟରିଂ ଭୁଲ ନୁହେଁ। ଏହା ରେଳବାଇର ଆଧୁନିକୀକରଣ ନୀତି ଅନୁଯାୟୀ ହୋଇଛି। ଯାହା ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ୨ ମିଟର ଉଚ୍ଚତା ଆବଶ୍ୟକ କରିଥାଏ। ଉଚ୍ଚତା ସମସ୍ୟାର ପ୍ରଭାବଶାଳୀ ସମାଧାନ ପାଇଁ BMC IIT ଏବଂ VJTI ଠାରୁ ପରାମର୍ଶଦାତା ନିଯୁକ୍ତ କରିଛି। ସେତୁର ଦ୍ୱିତୀୟ ପର୍ଯ୍ୟାୟ ସମାପ୍ତ ହେବା ସହିତ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଏହାର ସମାଧାନ ହେବ ବୋଲି ଆଶା କରାଯାଉଛି। ଏହି ଉପାୟରେ ଯଥାଶୀଘ୍ର ରେମ୍ପ ସଂପୂର୍ଣ୍ଣ କରିବାକୁ କାର୍ଯ୍ୟ ଚାଲିଛି |