Advertisement
Article Detail0/zeeodisha/odisha2667709
Zee OdishaOdisha Trendingଟାଟୁ ପାଇଁ ଚର୍ଚ୍ଚିତ ଏହି ମହିଳା... କାହାର ଘର ଭାଙ୍ଗିଲା ତ କାହାର ମାନ ଇଜ୍ଜତ

ଟାଟୁ ପାଇଁ ଚର୍ଚ୍ଚିତ ଏହି ମହିଳା... କାହାର ଘର ଭାଙ୍ଗିଲା ତ କାହାର ମାନ ଇଜ୍ଜତ

ଦେହରେ ଟାଟୁ ଖୋଦି ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା। ୨୩ ଜୁଲାଇ ୨୦୨୧ ମସିହା କଥା ଆପଣଙ୍କ ମନେ ଥାଇପାରେ। କଟକରେ ରହୁଥିବା ମୋହିତ ଶର୍ମା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଁରେ ଏମିତି ଏକ ଅଭିଯୋଗ ଆଣିଥିଲେ ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ମର୍କତ ନଗର ଥାନାରେ ସେ କହିଥିଲେ ଯେ  ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ଏକଟାଟୁ ରହିଛି ଯାହା ତାଙ୍କ ପୁର୍ବତନ ବୟଫ୍ରଣ୍ଡ ନାଁରେ ନାମିତ।

ଟାଟୁ ପାଇଁ ଚର୍ଚ୍ଚିତ ଏହି ମହିଳା... କାହାର ଘର ଭାଙ୍ଗିଲା ତ କାହାର ମାନ ଇଜ୍ଜତ

ଭୁବନେଶ୍ୱର: ଦେହରେ ଟାଟୁ ଖୋଦି ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ମହିଳା। ୨୩ ଜୁଲାଇ ୨୦୨୧ ମସିହା କଥା ଆପଣଙ୍କ ମନେ ଥାଇପାରେ। କଟକରେ ରହୁଥିବା ମୋହିତ ଶର୍ମା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଁରେ ଏମିତି ଏକ ଅଭିଯୋଗ ଆଣିଥିଲେ ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ମର୍କତ ନଗର ଥାନାରେ ସେ କହିଥିଲେ ଯେ  ତାଙ୍କ ପତ୍ନୀଙ୍କ ଗୁପ୍ତାଙ୍ଗରେ ଏକଟାଟୁ ରହିଛି ଯାହା ତାଙ୍କ ପୁର୍ବତନ ବୟଫ୍ରଣ୍ଡ ନାଁରେ ନାମିତ। ଏପରିକି ଗଣମାଧ୍ୟମରେ ଅଭିଯୁକ୍ତ ପତ୍ନୀ ବି ତାହା ସ୍ୱୀକାର କରି କହିଥିଲେ ଯେ ମୋହିତଙ୍କ ଦ୍ୱାରା ଡାକ୍ତରଖାନା ଯାଇ ସେ ସେହି ଟାଟୁକୁ ଲେଜର ମାଧ୍ୟମରେ ସର୍ଜରୀ କରି ଉଭାନ କରିଛନ୍ତି। ଏ ଘଟଣା ସେତେବେଳେ ରାଜ୍ୟରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଥିଲା ଏହାକୁ ଆଜି କିଏ ମନେ ରଖିଛନ୍ତି କି ନାହିଁ ତାହା ଭିନ୍ନ ବିଷୟ କିନ୍ତୁ ଆଜି ଆଉ ଏକ ବିଷୟ ସାମ୍ନାକୁ ଆସିଛି ଆମ ଆବେଗ, ଆସ୍ଥାକୁ ଆଘାତର କଥା। 

ଶ୍ରୀ ଜଗନ୍ନାଥଙ୍କ ଟାଟୁକୁ ଜଣେ ବିଦେଶୀ ମହିଳା ତାଙ୍କ ଜଙ୍ଘରେ ଛାପି ମିଡିଆ ଚର୍ଚ୍ଚାକୁ ଆସିଛନ୍ତି। ଏହାନେଇ ଶ୍ରୀ ଜଗନ୍ନାଥ ପ୍ରେମୀ ପ୍ରବଳ ଆଘାତ ପାଇ ଥାନାରେ ଅଭିଯୋଗ କରିଛନ୍ତି।  ଏହାପରେ ସମ୍ପୃକ୍ତ ଯୁବତୀ କ୍ଷମା ମାଗିଛନ୍ତି ଏବଂ ଏହାକୁ ପରବର୍ତ୍ତୀ ସମୟରେ ଲିଭାଇ ଦେବେ ବୋଲି କହିଛନ୍ତି। 

ପ୍ରଶ୍ନ ହେଉଛି, ବିଦେଶିନୀ ମହିଳା ଶ୍ରୀ ଜଗନ୍ନାଥଙ୍କୁ ଏକ ଚିତ୍ର ଭାବେ ଗ୍ରହଣ କରୁଥାଇପାରନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଏ ଟାଟୁ ଖୋଦେଇ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ସେ କିପରି  କୋଟି ଗୋଟି ଲୋକଙ୍କ ଶ୍ରଦ୍ଧା, ଆସ୍ଥା ଓ ବିଶ୍ୱାସରେ ପାଣି ପକାଇଦେଇପାରିଲେ?  କେବଳ ଚର୍ଚ୍ଚାରେ ରହିବା ପାଇଁ ଏପରି ଆସ୍ଥା ବିରୋଧୀ ବିଷୟକୁ ଦଣ୍ଡିତ କରିବାର ସମୟ ଆସି ନାହିଁ କି ?

Add Zee News as a Preferred Source

Also Read- SBI Plan: ଏସବିଆଇ ଗ୍ରୀନ୍ ରୁପି ଟର୍ମ ଡିପୋଜିଟ୍ କ’ଣ, କିପରି ମିଳେ ଲାଭ ? ଜାଣନ୍ତୁ

Also Read- Shani Gochar: ଶନି ବଦଳାଇଲେ ନକ୍ଷତ୍ର ୩ ରାଶିରେ ଶୁଭ ପ୍ରଭାବ, ବଦଳିବ ଭାଗ୍ୟ

About the Author