Advertisement
Article Detail0/zeeodisha/odisha2680772
Zee OdishaOdisha TrendingBSNL Plan: ୬ ମାସ ପାଇଁ ରହିବନି ଟେନସନ୍, ମିଳିବ ଡାଟା ସହ କଲିଂ ଏବଂ ଏସଏମଏସ ସୁବିଧା

BSNL Plan: ୬ ମାସ ପାଇଁ ରହିବନି ଟେନସନ୍, ମିଳିବ ଡାଟା ସହ କଲିଂ ଏବଂ ଏସଏମଏସ ସୁବିଧା

BSNL ପକ୍ଷରୁ ଲଞ୍ଚ୍ କରାଯାଇଥିବା ପ୍ଲାନରେ ୭୫୦ ଟଙ୍କାରେ ୬ ମାସର ବୈଧତା ଏବଂ ଦୈନିକ ୧ ଜିବି ଡାଟା ମିଳୁଛି। ଏହି ପ୍ଲାନରେ ଆପଣ ଅସୀମିତ କଲିଂ ଏବଂ ପ୍ରତିଦିନ 100ଟି ମାଗଣା SMS ସୁବିଧା ପାଇପାରିବେ ।

BSNL Plan: ୬ ମାସ ପାଇଁ ରହିବନି ଟେନସନ୍, ମିଳିବ ଡାଟା ସହ କଲିଂ ଏବଂ ଏସଏମଏସ ସୁବିଧା

BSNL Recharge Plan: ଟାରିଫ୍ ବୃଦ୍ଧି କାରଣରୁ BSNLର ଲୋକପ୍ରିୟତା ଉପରେ ପ୍ରଭାବ ପଡିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ (୨୦୨୪ ମସିହା) ନଭେମ୍ବର ଏବଂ ଡିସେମ୍ବର ମାସରେ ପ୍ରାୟ ୩ ଲକ୍ଷ ଗ୍ରାହକଙ୍କୁ ହରାଇଛି। ଗ୍ରାହକମାନଙ୍କୁ ଯୋଡି ରଖିବା ପାଇଁ  BSNL ଏକ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାମାନଙ୍କୁ ୬ ମାସର ବୈଧତା ମିଳିବ । ଏହା ବ୍ୟତୀତ, ଆହୁରି ଅନେକ ସୁବିଧା ମଧ୍ୟ ବିଏସଏନଏଲ ପକ୍ଷରୁ ପ୍ରଦାନ କରାଯାଉଛି।

ନୂଆ କରି ଲଞ୍ଚ ହୋଇଥିବା BSNL ରିଚାର୍ଜ ପ୍ଲାନର ମୂଲ୍ୟ ରହିଛି ମାତ୍ର 750 ଟଙ୍କା ଏବଂ ଏହାର ବୈଧତା 6 ମାସ ପର୍ଯ୍ୟନ୍ତ ରହିଛି। ତଥାପି, ଏହା ଜାଣି ରଖିବା ଉଚିତ ଯେ, କେବଳ କିଛି ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ବିଶେଷକରି, BSNLର ଏହି ପ୍ଲାନଟି GP-2 ବର୍ଗର ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଅର୍ଥାତ୍ ଯେଉଁ ଗ୍ରାହକମାନେ ସାତ ଦିନରୁ ଅଧିକ ସମୟ ପାଇଁ ରିଚାର୍ଜ କରିନାହାଁନ୍ତି କେବଳ ସେହିମାନେ ହିଁ ଆଗାମୀ 165 ଦିନ ମଧ୍ୟରେ ଏହି ପ୍ଲାନର ଲାଭ ଉଠାଇବାକୁ ସକ୍ଷମ ହେବେ ।

ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ 100 ଟି SMS ମାଗଣାରେ ମିଳିବ । ଏଥିସହ ଅସୀମିତ ଭଏସ୍ କଲିଂ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଏହା ବ୍ୟତୀତ ଗ୍ରାହକଙ୍କୁ ପ୍ରତିଦିନ 1GB ଡାଟା ମିଳିବ । ଡାଟା ସୀମା ଶେଷ ହେବା ପରେ, ଇଣ୍ଟରନେଟ୍ ସ୍ପିଡ୍ 40 Kbps କୁ ହ୍ରାସ ପାଇବ। ସାମଗ୍ରିକ ଭାବରେ କହିବାକୁ ଗଲେ, ଏହି ପ୍ଲାନରେ ମୋଟ 180GB ଡାଟା ମିଳିଥାଏ । ଏହାର ବୈଧତା ମୋଟ 180 ଦିନ ରହିଛି।

Add Zee News as a Preferred Source

BSNLର ନୂଆ ଅଫରରେ ଆପଣଙ୍କୁ ବହୁତ କମ ଖର୍ଚ୍ଚାନ୍ତ ହେବାକୁ ପଡିବ । କାରଣ ଏହା ବ୍ୟତୀତ ଅନ୍ୟ କୌଣସି ଘରୋଇ ଟେଲିକମ୍ ଅପରେଟର ଏପରି ପ୍ଲାନ ପ୍ରଦାନ କରୁନାହାଁନ୍ତି। ଏହି ପ୍ଲାନ ମାଧ୍ୟମରେ, BSNL ଉପଭୋକ୍ତାମାନଙ୍କୁ ଅଧିକ ଆକର୍ଷଣୀୟ ଅଫର ଦେଇ ନିଜ ସହ ଯୋଡି ରଖିବାକୁ ଚାହୁଁଛି।

ସୂଚନାଯୋଗ୍ୟ, ଦୂରସଂଚାର ବିଭାଗ (DoT) ଗତ ୯୦ ଦିନରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ୭୧ ହଜାରରୁ ଅଧିକ ସିମ୍ କାର୍ଡକୁ ବ୍ଲକ୍ କରିଛି। ରିପୋର୍ଟରେ କୁହାଯାଇଛି ଯେ, ଏହି ସିମ୍ କାର୍ଡଗୁଡ଼ିକ ଠକେଇ ମାଧ୍ୟମରେ ମିଳିଥିଲା । ମୁଖ୍ୟତଃ ଠକେଇ କାର୍ଯ୍ୟ ପାଇଁ ଉକ୍ତ ସିମ୍ ବ୍ୟବହୃତ ହୋଇଥିଲା। ଅଧିକାଂଶ ସିମ୍ କାର୍ଡ ଠକମାନେ ଜାଲ ପରିଚୟ ଦେଇ ଉକ୍ତ ସିମ୍ ରେ ନାଁ ପଞ୍ଜୀକୃତ କରିଥିଲେ। ଏହି ଅଭିଯୁକ୍ତମାନେ ପଏଣ୍ଟ ଅଫ୍ ସେଲ୍ (PoS) ଏଜେଣ୍ଟମାନଙ୍କ ସୁଯୋଗ ନେଇ ବେଆଇନ ଭାବରେ ସିମ୍ କାର୍ଡ ହାସଲ କରିଥିଲେ। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସେମାନେ ଏହି କାର୍ଡଗୁଡ଼ିକ ପାଇବା ପାଇଁ ନକଲି ପରିଚୟ ବ୍ୟବହାର କରିଥିଲେ ଏବଂ ଲୋକଙ୍କୁ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକିବାର ଅଭିଯୋଗ ବିଭିନ୍ନ ସମୟରେ ଆସିଛି ।

Also Read- Mangal Gochar 2025: ମଙ୍ଗଳଙ୍କ ପ୍ରଭାବ ୩ ରାଶିରେ, ଜାଣନ୍ତୁ କିପରି ରହିବ ସ୍ଥିତି

About the Author