Advertisement
Article Detail0/zeeodisha/odisha2626763

Budget 2025: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର, ଏଣିକି କିଷାନ କ୍ରେଡିଟ୍ କାର୍ଡରେ ମିଳିବ ଏତିକି ଟଙ୍କା

Budget 2025: ୧୭ ନିୟୁତ କୃଷକ ଉପକୃତ ହେବେ। ଗରିବ, ଯୁବକ ଓ ମହିଳା କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୀତାରମଣ କହିଛନ୍ତି। କୃଷି ଅଭିବୃଦ୍ଧି, ଗ୍ରାମ୍ୟ ଉନ୍ନୟନ ଓ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ଏଥିସହ ଆର୍ଥିକ କ୍ଷେତ୍ରରେ ସଂସ୍କାର ଉପରେ ଗୁରୁତ୍ୱ ଦିଆଯିବ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ସେହିପରି କିଷାନ କ୍ରେଡିଟ୍ କାର୍ଡର ସୀମା କୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି । 

 

Budget 2025: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର, ଏଣିକି କିଷାନ କ୍ରେଡିଟ୍ କାର୍ଡରେ ମିଳିବ ଏତିକି ଟଙ୍କା

Budget 2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଘୋଷଣା କରିଛନ୍ତି ଯେ କିଷାନ କ୍ରେଡିଟ୍ କାର୍ଡ (କେସିସି) ପାଇଁ ସୁଧ ସବସିଡି ସ୍କିମ୍ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରି ସୀତାରମଣ କହିଛନ୍ତି ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଋଣ ଉପଲବ୍ଧତା ରେ ଉନ୍ନତି ଆଣିବା ପାଇଁ ସରକାର ଋଣ ଗ୍ୟାରେଣ୍ଟି କଭର ବୃଦ୍ଧି କରିବେ। ଏହାବ୍ୟତୀତ ସରକାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ୫ ଲକ୍ଷ ଟଙ୍କା ସୀମା ବିଶିଷ୍ଟ 'କଷ୍ଟମାଇଜ୍ଡ୍' କ୍ରେଡିଟ୍ କାର୍ଡ ପ୍ରଚଳନ କରିବେ।

କିଷାନ କ୍ରେଡିଟ୍ କାର୍ଡ ରେ ୭୭ ନିୟୁତ କୃଷକ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସୁପରିଚାଳିତ ରପ୍ତାନି ଭିତ୍ତିକ ଏମଏସଏମଇ ଗୁଡ଼ିକୁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦି ଋଣ ପ୍ରଦାନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟ୍ ଅଭିଭାଷଣରେ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ୬ ବର୍ଷିଆ ମିଶନ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଘୋଷଣା
ଅର୍ଥମନ୍ତ୍ରୀ ବଜେଟରେ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଘୋଷଣା କରିଛନ୍ତି । ରାଜ୍ୟମାନଙ୍କ ସହଯୋଗରେ ସରକାର ଏହି ଯୋଜନା ଚଳାଇବେ। ୧୭ ନିୟୁତ କୃଷକ ଉପକୃତ ହେବେ। ଗରିବ, ଯୁବକ ଓ ମହିଳା କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୀତାରମଣ କହିଛନ୍ତି। କୃଷି ଅଭିବୃଦ୍ଧି, ଗ୍ରାମ୍ୟ ଉନ୍ନୟନ ଓ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ। ଏଥିସହ ଆର୍ଥିକ କ୍ଷେତ୍ରରେ ସଂସ୍କାର ଉପରେ ଗୁରୁତ୍ୱ ଦିଆଯିବ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ସେହିପରି କିଷାନ କ୍ରେଡିଟ୍ କାର୍ଡର ସୀମା କୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି । 

Add Zee News as a Preferred Source

ବଜେଟରେ ବର୍ତ୍ତମାନ ସୁଦ୍ଧା ପ୍ରମୁଖ ଘୋଷଣା
ଆସନ୍ତା ୬ ବର୍ଷ ମଧ୍ୟରେ ମସୁର ଓ ହରଡ଼ ଭଳି ଡାଲି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । କପା ଉତ୍ପାଦନ ବୃଦ୍ଧି ପାଇଁ ୫ ବର୍ଷିଆ ଅଭିଯାନ ଦେଶର ବୟନ ବ୍ୟବସାୟକୁ ସୁଦୃଢ଼ କରିବ। କିଷାନ କ୍ରେଡିଟ୍ କାର୍ଡରେ ଋଣ ସୀମା ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବ। ବିହାରରେ ଏକ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ, ଯାହା ଦ୍ୱାରା କ୍ଷୁଦ୍ର କୃଷକ ଏବଂ ବ୍ୟବସାୟୀମାନେ ଉପକୃତ ହେବେ । କ୍ଷୁଦ୍ର ଶିଳ୍ପ ପାଇଁ ସ୍ବତନ୍ତ୍ର କ୍ରେଡିଟ୍ କାର୍ଡ ଜାରି କରାଯିବ ଏବଂ ପ୍ରଥମ ବର୍ଷରେ ୧୦ ଲକ୍ଷ କାର୍ଡ ଜାରି କରାଯିବ।

Also Read: Budget 2025: ୧୨ ଲକ୍ଷ ଯାଏଁ ରୋଜଗାର କରୁଥିଲେ ଦେବାକୁ ପଡ଼ିବନି କୌଣସି ଟ୍ୟାକ୍ସ

Also Read: Budget 2025: Swiggy, Zepto ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ହାତ ଖୋଲିଲେ ଅର୍ଥମନ୍ତ୍ରୀ

About the Author
author img
Rashmita Sahoo

'ମୁଁ ଜଣେ ସମାଲୋଚକ ନୁହେଁ, ଗର୍ବରେ କହିବି ମୁଁ ଜଣେ ସାମ୍ବାଦିକା'

...Read more