Advertisement
Article Detail0/zeeodisha/odisha2955639

ଦେଢ଼ ଲକ୍ଷ ଚାକିରି କ’ଣ ବିକା ହେବ! ନିଯୁକ୍ତି ପ୍ରକ୍ରିୟାକୁ ସୁଧାରିପାରିବେ କି ମୋହନ ସରକାର

ରାଜ୍ୟରେ ବିଜେପି ସରକାର ଖାଲି ପଡ଼ିଥିବା ସରକାରୀ ଚାକିରିକୁ ୫ ବର୍ଷରେ ପୂରଣ କରିବାକୁ ପ୍ରତିଶୃତି ଦେଇଛି। କ୍ଷମତାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ଚାକିରି ପ୍ରଦାନ ଲକ୍ଷ୍ୟ ଥିଲା। ଆଜିକୁ କ୍ଷମତା ୧୬ ମାସ ଚାଲିଛି। କିନ୍ତୁ ଦିନକୁ ଦିନ ଚାକିରି ବିକ୍ରି ଅଭିଯୋଗ ନା ପ୍ରତିଶୃତି ପୂରଣକୁ ବାଟ ଛାଡ଼ୁଛି ନା ଏଥିପାଇଁ ବ୍ୟବସ୍ଥାରେ ସଂସ୍କାର କରାଯାଉଛି। ଏହି ପ୍ରକ୍ରି

  • ଶେଷରେ ପୂରା ନିଯୁକ୍ତି ପ୍ରକ୍ରିୟାକୁ ଆଉଟ୍‍ ସୋର୍ସିଂ କରାଯାଇ ଚାକିରି  କିଣାବିକାକୁ ସୁଯୋଗ ପ୍ରଦାନ କରାଯାଇଥିଲା।  ନିକଟରେ ରାଜ୍ୟର  ପ୍ରଥମ ବିଜେପି ସରକାରରେ ଯେତେବେଳେ ସରକାରୀ ଚାକିରି ପାଇଁ ପଦବୀ ଉନ୍ମୁକ୍ତ କରାଯାଇଛି ସେତେବେଳେ ବ୍ୟବସ୍ଥାର ଏହି ଗଳା ବାଟ ସାମ୍ନାକୁ ଆସୁଛି। ଆଉ ସେ ଗଳା ବାଟର ପ୍ରଥମ ବଡ଼ ଶିକାର ଯାହା ଧରା ପଡ଼ିଛି ତାହା ହେଲା ପୁଲିସ ଏସ୍‍ଆଇ ନିଯୁକ୍ତି। ଏହି ନିଯୁକ୍ତି ପାଇଁ ପ୍ରଶ୍ନପତ୍ର ଲିକ୍‍ ଉଦ୍ୟମ ହୋଇଥିଲା। ଯେଉଁମାନେ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ସାମନଙ୍କୁ ହିଁ ସ୍ୱତନ୍ତ୍ର ଶିବିରରେ ପ୍ରଶ୍ନପତ୍ର ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା।

Trending Photos

ଦେଢ଼ ଲକ୍ଷ ଚାକିରି କ’ଣ ବିକା ହେବ!  ନିଯୁକ୍ତି ପ୍ରକ୍ରିୟାକୁ ସୁଧାରିପାରିବେ କି ମୋହନ ସରକାର

ରାଜ୍ୟରେ ବିଜେପି ସରକାର ଖାଲି ପଡ଼ିଥିବା ସରକାରୀ ଚାକିରିକୁ ୫ ବର୍ଷରେ ପୂରଣ କରିବାକୁ ପ୍ରତିଶୃତି ଦେଇଛି। କ୍ଷମତାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ଚାକିରି ପ୍ରଦାନ ଲକ୍ଷ୍ୟ ଥିଲା। ଆଜିକୁ କ୍ଷମତା ୧୬ ମାସ ଚାଲିଛି। କିନ୍ତୁ ଦିନକୁ ଦିନ ଚାକିରି ବିକ୍ରି ଅଭିଯୋଗ ନା ପ୍ରତିଶୃତି ପୂରଣକୁ ବାଟ ଛାଡ଼ୁଛି ନା ଏଥିପାଇଁ ବ୍ୟବସ୍ଥାରେ ସଂସ୍କାର କରାଯାଉଛି। ଏହି ପ୍ରକ୍ରିୟାରେ ରାଜ୍ୟର ଜେନ୍‍-ଜି ବିତସ୍ପୃହ ହୋଇଛନ୍ତି। ହତୋତ୍ସାହିତ ହୋଇଛନ୍ତି। ଆଉ ନିରାଶାଭାବରେ କାଳ କାଟୁଛନ୍ତି। ଏଭଳି ପରିସ୍ଥିତିରେ ମୋହନ ସରକାର ସୁଧାର ଆଣିପାରିବେ କି? ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରିପାରିବେ କି?

ଗଲା କିଛି ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟାରେ ଚାଲିଥିବା କିଣାବିକା ପଦ୍ଧତ୍ତି ଏ ଅନାସ୍ଥା ସୃଷ୍ଟିର କାରଣ। ଆଉ ଏ କାରଣ ପଛରେ ରହିଛି ବିଶାଳା ରାଜନୀତିକ ପୃଷ୍ଠଭୂମି, ଯାହା ରାଜ୍ୟରେ ୨୦୦୦ ମସିହାରେ ପକାଯାଇଥିଲା। ପ୍ରଥମେ ସରକାରୀ ଚାକିରିରେ ସମ୍ପୂର୍ଣ୍ଣ ରୋକ ଲଗାଯିବା, ପରେ ଠିକା ନିଯୁକ୍ତି ଓ ଘରୋଇ ଏଜେନ୍ସୀ ମାଧ୍ୟମରେ ଆଉଟ ସୋର୍ସିଂ ନିଯୁକ୍ତି ହେବା ଏବଂ ଶେଷରେ ପୂରା ନିଯୁକ୍ତି ପ୍ରକ୍ରିୟାକୁ ଆଉଟ୍‍ ସୋର୍ସିଂ କରାଯାଇ ଚାକିରି  କିଣାବିକାକୁ ସୁଯୋଗ ପ୍ରଦାନ କରାଯାଇଥିଲା।  ନିକଟରେ ରାଜ୍ୟର  ପ୍ରଥମ ବିଜେପି ସରକାରରେ ଯେତେବେଳେ ସରକାରୀ ଚାକିରି ପାଇଁ ପଦବୀ ଉନ୍ମୁକ୍ତ କରାଯାଇଛି ସେତେବେଳେ ବ୍ୟବସ୍ଥାର ଏହି ଗଳା ବାଟ ସାମ୍ନାକୁ ଆସୁଛି। ଆଉ ସେ ଗଳା ବାଟର ପ୍ରଥମ ବଡ଼ ଶିକାର ଯାହା ଧରା ପଡ଼ିଛି ତାହା ହେଲା ପୁଲିସ ଏସ୍‍ଆଇ ନିଯୁକ୍ତି। ଏହି ନିଯୁକ୍ତି ପାଇଁ ପ୍ରଶ୍ନପତ୍ର ଲିକ୍‍ ଉଦ୍ୟମ ହୋଇଥିଲା। ଯେଉଁମାନେ ୨୫ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ସାମନଙ୍କୁ ହିଁ ସ୍ୱତନ୍ତ୍ର ଶିବିରରେ ପ୍ରଶ୍ନପତ୍ର ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା। କେବଳ ସେତିକି ନୁହେଁ ସେମାନଙ୍କ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟ ଏବଂ ଖାତା ଦେଖା ମଧ୍‍ୟ ସମ୍ପୃକ୍ତ ଏଜେନ୍ସୀ ଦାୟିତ୍ୱ ନେଇଥିଲା। ଅର୍ଥାତ୍‍  ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫିକ୍ସିଂ କରିଥିଲେ ଦଲାଲ। ଏବେ କ୍ରାଇମ୍‍ ବ୍ରାଞ୍ଚ ଏହାର ତଦନ୍ତ କରୁଥିବା ବେଳେ ସେ ସମ୍ପୂର୍ଣ୍ଣ କଳା କାରନାମାର ବିଷୟ ଗୋଟି ଗୋଟିକରି ସାମ୍ନାକୁ ଆସୁଛି।

ପ୍ରଥମ ହେଉଛି ପ୍ରଚ୍ଛଦପଟ୍ଟ, ଯାହା  ବଜେଡିର ୨୪ ବର୍ଷିଆ ନିରବଚ୍ଛିନ୍ନ ଶାସନ ଏବଂ ଏହାର ତୁଙ୍ଗ ନେତାଙ୍କ ବେଆଇନ ରୋଜଗାର ଲୋଭ ଯୋଗୁ ସୃଷ୍ଟି ହୋଇଥିଲା। ସେମିତି ଜଣେ କିଙ୍ଗ୍‍ପିନ୍‍ ଭାବେ ବଣିକ ଶିକ୍ଷାନୁଷ୍ଠାନର ମାଲିକ ସୁବ୍ରତ ଛାଟୋଇଙ୍କୁ ଗ୍ରହଣ କରାଯାଉଛି।  ଅନେକ ସମୟରେ ତାଙ୍କୁ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ନବୀନଙ୍କ ସେବକ ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ସହ ଦେଖିବାକୁ ମିଳିଛି। ପୁଣି ସେ ତାଙ୍କ ସୋଶାଲ୍‍ ମିଡିଆରେ ପୋଷ୍ଟ କରିଥିବା ଫଟୋଗ୍ରାଫ୍‍ଗୁଡ଼ିକରେ ବବି ଦାସ ବି ରହିଛନ୍ତି। ବବି ଦାସ  ଏକଦା ବିଜେଡିର  ସଂଗଠନର ସର୍ବେସର୍ବା ଥିଲେ। ତାଙ୍କରି ଇଙ୍ଗିତରେ ବଡ଼ ବଡ଼ ନେତା ସାଂସଦ ଉଠ ବସ୍‍ କରୁଥିଲେ। ତାଙ୍କ ସହ ଫଟୋ ଉଠାଇବାକୁ ଅଚ୍ୟୁତ ସାମନ୍ତଙ୍କ ଭଳି ଶିକ୍ଷା ବ୍ୟବସାୟୀ ତଥା ସାଂସଦ ମଧ୍ୟ ନିଜକୁ କୃତ୍ୟକୃତ୍ୟ ମନେ କରୁଥିଲେ। ସେହି ତାଲିକାରେ ସୁବ୍ରତ ବି ରହିଛନ୍ତି। ପୁଣି ସୁବ୍ରତଙ୍କ ସହ ବବିଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଥିବା ରାଜନୀତିକ ମହଲରେ ଚର୍ଚ୍ଚା ହୁଏ।  କୁହାଯାଏ ବବି ହେଉଛନ୍ତି ସୁବ୍ରତଙ୍କ  ବ୍ୟବସାୟର ଛାୟା ପାର୍ଟନର। ତାଙ୍କର ଟଙ୍କା ପଇସା ରୋଜଗାର କୁଆଡ଼େ ସୁବ୍ରତଙ୍କ ପରିବହନ, କୋଚିଂ ଏବଂ ଚୁଙ୍ଗୁଡ଼ି ବ୍ୟବସାୟରେ ଲାଗିଛି। ୨୦୧୮ ମସିହାରୁ ଏହି କାରବାର ତ୍ୱରାନ୍ୱିତ ହୋଇଛି। ଯେବେଠାରୁ ରାଜ୍ୟରେ ସରକାରୀ ଚାକିରି ପୁଣିଥରେ ସାଧାରଣ ଲୋକଙ୍କ ପାଇଁ ପ୍ରତତଦ୍ୱନ୍ଦ୍ୱତା ଭିତ୍ତିରେ ଉନ୍ମୁକ୍ତ ହୋଇଥିଲା। ଏ କଥା କହିବା ପଛର କାରଣ ହେଉଛଇ, ୨୦୦୦ ମସିହାରେ ଯେତେବଳେ ବିଜେଡି ଶାସନକୁ ଆସିଲା ସରକାରୀ ବ୍ୟବସ୍ଥାରେ ସଂସ୍କାର କରିବା ଲାଗି ପ୍ରଥମେ ସରକାରୀ ଚାକିରି ଉପରେ ରୋକ ଲଗାଇଥିଲା। କର୍ମଚାରୀଙ୍କୁ ଛଟେଇ କରାଗଲା। ଆଉ କର୍ମଚାରୀଙ୍କୁ ବାଧ୍ୟ କରାଯାଇ ଅବସର ଦିଆଗଲା। ଏହାପରେ ଯେତେବଳେ କର୍ମଚାରୀଙ୍କ ଅଭାବ ହେଲା ସେତେବଳେ ସରକାର ଘରୋଇ ଏଜେନ୍ସୀଙ୍କ ଦ୍ୱାରା ମାନବ ସମ୍ବଳ ନିଯୁକ୍ତ କରିଲେ। ଏମାନଙ୍କୁ ଆଉଟ ସୋର୍ସିଂ ବଂ ଠିକା କର୍ମଚାରୀ ବୋଲି କୁହାଗଲା। ଏମାନେ ସରକାରୀ ପାହ୍ୟାରେ ରହିଲେ କିନ୍ତୁ ସରକାରଙ୍କଠାରୁ ସିଧାସଳଖ ଦରମା କି ଭତ୍ତା ପାଇଲେ ନାହିଁ। ଫଳରେ ଉନ୍ନତ ମାନବ ସମ୍ବଳ ଆଉ ସରକାରୀ ଚାକିରିରେ ପ୍ରବେଶ କରିଲେ ନାହିଁ। ଏଜେନ୍ସୀ ଯାହାଙ୍କୁ ଚାହିଁଲା କମିଶନ ନେଇ ନିଯୁକ୍ତି କରିଲା। ଉଚିତ ମାନବ ସମ୍ବଳ ଅଭାବ ପରେ ୨୦୧୮ ମସିହା ଆଡ଼କୁ ସରକାରୀ ଚାକିରି ପାଇଁ ବାଟ ଖୋଲିଲେ ସରକାର। କିନ୍ତୁ ସମୟ ସହ ତାଳ ଦେଇ ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକ ନିଜର ରୂପାନ୍ତରଣ କରି ନଥିଲେ। ଏକଦା ରୂପାନ୍ତରଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାଣ୍ଡିଆନ୍‍ ଏ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ଆଉ ହଠାତ୍‍ ଯେଉଁ ରୂପାନ୍ତରଣ ହେଲା ତାହା ଥିଲା ନିଜର କର୍ମୀ, ନେତା ଓ ସଂଗଠନକୁ ଫାଇଦା ପହଞ୍ଚାଇବା ଲାଗି। ଆଉ ପରୋକ୍ଷରେ ଏଇଠୁ ଆରମ୍ଭ ହେଲା ଚାକିରି ଚୋରି।  ଆଜି ତାହା ଅତ୍ୟନ୍ତ ଉତ୍କଟ ରୂପ ନେଇଛି।

Add Zee News as a Preferred Source

ସେତେବଳେ ବିଭିନ୍ନ ସରକାରୀ ନିଯୁକ୍ତି ଏଜେନ୍ସୀ ଯେମିତି ଓପିଏସ୍‍ସି, ଓଏସ୍‍ଏସ୍‍ସି, ଓପିଆର୍‍ବି, ଓଏସ୍‍ଏସ୍‍ସି ଭଳି ନିଯୁକ୍ତି ଏଜେନ୍ସୀ ପାଖରେ ସମ୍ବଳ ଓ ଟେକ୍ନୋଲୋଜି ନଥିବାରୁ ତାଙ୍କୁ ଘରୋଇ ଏଜେନ୍ସୀଙ୍କଠାରୁ ସେବା ଗ୍ରହଣ କରିବାକୁ କ୍ଷମତା ଦିଆଗଲା। ଆଉ ପରେ ସେମାନଙ୍କ ପାଖରେ ବେସରକାରୀ ତଥା କେନ୍ଦ୍ର ସରକାରଙ୍କ ଏଜେନ୍ସୀମାନେ ତାଲିକାଭୁକ୍ତ ହେଲେ। କିନ୍ତୁ ସୁବ୍ରତଙ୍କ ଭଳି କିଛି ଅନୁଷ୍ଠାନର ମାଲିକ ଏହି ବ୍ୟବସ୍ଥାର ଫାଇଦା ନେଇ ଗଳା ବାଟରେ ଚାକିରି ଫିକ୍ସିଂ କରିବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୁଏ। ଏହି ଅଭିଯୋଗ ଆଧାରରେ ତାଙ୍କ ଅନୁଷ୍ଠାନ ଉପରେ ଚଢ଼ଉ ହୋଇଛି। ପୂର୍ବରୁ ମଧ୍ୟ ଆର୍ଥିକ ଅନିୟମିତତା, ଟିକସ ଫାଙ୍କି ଆଦି ଅଭିଯୋଗରେ ତାଙ୍କ ଅନୁଷ୍ଠାନ ଉପରେ ଚଢ଼ଉ ହୋଇଥିଲା। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୩ ମସିହାରେ ଯେତେବଳେ ବିଜେଡି ସରକାର କ୍ଷମତାରେ ଥିଲା ସେତେବେଳେ ଟିକସ ଫାଙ୍କି ଅଭିଯୋଗ ତାଙ୍କ ଉପରେ ଆସିଥିଲା। ଆଉ କେନ୍ଦ୍ରୀୟ କର ବିଭାଗ ତାଙ୍କ ଅନୁଷ୍ଠାନ ଉପରେ ଚଢ଼ଉ କରିଥିଲେ। ୨୫ ଜଣିଆ ଟିମ୍‍ ତାଙ୍କର ବିଭିନ୍ନ ଶାଖା ଉପରେ ଏକ ସଙ୍ଗେ ଚଢ଼ଉ କରିଥିଲା। ଭୁବନେଶ୍ୱରରର ୩ଟି ବ୍ରାଞ୍ଚ ଏବଂ କଲିକତାର ଗୋଟିଏ ବ୍ରାଞ୍ଚ ଉପରେ ଚଢ଼ଉ ହୋଇଥିଲା। ଏହାପରେ ଚଢ଼ଉ ହୋଇଥିଲା ଏପ୍ରିଲ ୨୦୨୪ ମସିହାରେ। ସେତେବଳେ ବି ବିଜେଡି ସରକାରରେ ଥିଲା। ଆୟକର ବିଭାଗ ପକ୍ଷରୁ ଏହି ଚଢ଼ଉ ହୋଇଥିଲା। ଏହି ସମୟରେ ଭୁବନେଶ୍ୱର ଏବଂ ଯାଜପୁର ଅନୁଷ୍ଠାନ ସହ ସେଠାରେ ଥିବା ଏକ ହୋଟେଲ୍‍ ଉପରେ ଆୟକର ଚଢ଼ଉ ହୋଇଥିଲା। ଆୟ ଅର୍ଥକୁ ଯେଉଁ ପ୍ରକାରେ ବ୍ୟୟ କରାଯାଉଥିବା ଦର୍ଶାଯାଇଥିଲା ସେଥିରେ ସନ୍ଦେହ ପ୍ରକଟ କରିଥିଲେ ଆୟକର ବିଭାଗ।

ହେଲେ ୨୦୨୫ରେ ଯେଉଁ ଅଭିଯୋଗ ଆସିଛି ତାହା ଆର୍ଥିକ ଅନିୟମିତତା ନୁହେଁ, ବରଂ ବ୍ୟବସ୍ଥାକୁ ଖୋଳ କରିବାର ପ୍ରକ୍ରିୟାକୁ ନେଇ ସନ୍ଦେହ କରାଯାଇଛି। ଏବେ ସରକାର ବଦଳିଲା ପରେ  ସୁବ୍ରତଙ୍କ ପରି ଅନେକ ଲୋକଙ୍କ ଦ୍ୱାରା ସୃଷ୍ଟି ଛାଞ୍ଚକୁ ସରକାର ଠଉରାଇଛନ୍ତି। ଆଉ ପ୍ରମାଣ ଯୋଗାଡ଼ ପାଇଁ ଚଢ଼ଉ ଚାଲିଛି।  ଯଦି ଏ ବାବଦରେ ପ୍ରମାଣ ମିଳେ ତେବେ କୋଚିଂ ସେଣ୍ଟର ଓ ନିଯୁକ୍ତି ଏଜେନ୍ସୀ ଭିତରେ ଥିବା ସମ୍ପର୍କ ପଦାକୁ ଆସିବା ସମ୍ଭାବନା ରହିଛି। ଆଉ ଯଦି ୨୦୧୮ ମସିହାରୁ ବାହାରୁଥିବା  ସରକାରୀ ପଦବୀ ଓ ତା’ ପାଇଁ ହେଉଥିବା ପରୀକ୍ଷାଗୁଡ଼ିକୁ ସରକାର ତଦନ୍ତ ପରିସରଭୁକ୍ତ କରନ୍ତି ତେବେ ଏମିତି ଅନେକ ବ୍ୟକ୍ତିଙ୍କ ନାମ ଆସିପାରେ ଯେଉଁମାନେ ଚାକିରି ଚୋରି କରି ଏବେ ସରକାରୀ ବାବୁ ପାଲଟିଛନ୍ତି।

କିନ୍ତୁ ଏହା ହେବ କେମିତି? ଆଜିକୁ ୧୬ ମାସ ହେଲା ସରକାର ଗଠନ କରିଥିଲେ ମଧ୍ୟ ବିଜେପି ସରକାର ବିଜେଡିର କଳା ଗୁମରକୁ ଖୋଲିବାରେ ସାହସ କରିପାରି ନାହିଁ। ବିରୋଧୀ ଦଳରେ ଥିବା ବେଳେ ଶାସନରେ ଦୁର୍ନୀତି ହେଉଛି ବୋଲି ବିଜେପି ଅନେକ ଅଭିଯୋଗ କରିଥିଲା ହେଲେ ଆଜି ଯାଏ କୌଣସି ଘଟଣା ପ୍ରଘଟ ନହେବା ଏହା ନିଶ୍ଚିତ କରୁଛି ଯେ ସରକାରରେ ଦୁର୍ବଳତା ରହିଛି। ଆଉଏ ଏଇ ଦୁର୍ବଳତା ମଧ୍ୟ ଚାକିରି ଚୋରି ପରି ଅଭିଯୋଗକୁ ପାଣିଚିଆ କରିଦେଇପାରେ ବୋଲି ଆଶଙ୍କା ଜନ୍ମିଛି।

About the Author