Advertisement
Article Detail0/zeeodisha/odisha2105530
Zee OdishaOdisha TrendingThailand Chiang Mai Airport: ଯାତ୍ରୀଙ୍କ ପାଇଁ ଉଡ଼ିପାରିଲା ନାହିଁ ବିମାନ; ଜାଣନ୍ତୁ ପୁରା ଘଟଣାକ୍ରମ

Thailand Chiang Mai Airport: ଯାତ୍ରୀଙ୍କ ପାଇଁ ଉଡ଼ିପାରିଲା ନାହିଁ ବିମାନ; ଜାଣନ୍ତୁ ପୁରା ଘଟଣାକ୍ରମ

Canadian Passenger Arrested in Thailand:  ଥାଇଲ୍ୟାଣ୍ଡ ସ୍ଥିତ ଚିୟାଙ୍ଗ ମାଇ ବିମାନବନ୍ଦରରେ ଜଣେ କାନାଡ଼ ଯାତ୍ରୀଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ

 

 Thailand Chiang Mai Airport: ଯାତ୍ରୀଙ୍କ ପାଇଁ ଉଡ଼ିପାରିଲା ନାହିଁ ବିମାନ; ଜାଣନ୍ତୁ ପୁରା ଘଟଣାକ୍ରମ

Candian Passenger Opens Flight Emergency Door in Thailand: ଥାଇଲ୍ୟାଣ୍ଡ ସ୍ଥିତ ଚିୟାଙ୍ଗ ମାଇ ବିମାନବନ୍ଦରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏହି ବିମାନବନ୍ଦରରେ ଏକ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ଯାତ୍ରୀ ଯେଉଁ କାରନାମା କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ୭ ତାରିଖରେ ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ହଠାତ୍ ଜଣେ ଯାତ୍ରୀ ଏହାର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଦେଇଥିଲେ। ଏହି ଘଟଣା ପରେ ବିମାନ ଭିତରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବିମାନ ଦେଶର ରାଜଧାନୀ ବ୍ୟାଙ୍କକ ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଉଡାଣ ବେଳେ ଏହାର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଦେଇଥିବା ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଯାତ୍ରୀ ଜଣଙ୍କ କାନାଡା ବାସିନ୍ଦା ବୋଲି କୁହାଯାଉଛି। ରାତି ସମୟରେ ଏହି ଘଟଣା ଘଟିଥିଲା। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ବିମାନର ଇନଫ୍ଲେଟେବଲ୍ ସ୍ଲାଇଡ୍ ସକ୍ରିୟ ହୋଇ ଉଠିଥିଲା। ଯେଉଁଥିପାଇଁ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା।

ଭୁଲ ସ୍ୱୀକାର କରିଥିଲେ ଯାତ୍ରୀ 
ବିମାନ ଉଡାଣ ବେଳେ ଏହାର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲି ଦେଇଥିବା କାନାଡ଼ ଯାତ୍ରୀଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ। ଗିରଫ ହେଉଥିବା କାନାଡ଼ ଯାତ୍ରୀଙ୍କ ଓକିଲ ଜିରୱାଟ ୟାର୍ନକିଆତପଦୀ (Lawyer Jirawat Yarnkiatpakdee) ସ୍ଥାନୀୟ ବ୍ରଡକାଷ୍ଟର ଥାଇପିବିଏସ (Thailand Broadcaster ThaiPBS) କହିଛନ୍ତି ଯେ ଯାତ୍ରୀ ଜଣଙ୍କ କହିଛନ୍ତି ଯେ ମତିଭ୍ରମ କାରଣରୁ ସେ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାରା ଖୋଲି ଦେଇଥିଲେ। କାନାଡ଼ ଯାତ୍ରୀ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାରା ଖୋଲିଥିବା ନେଇ ସ୍ୱୀକାର କରିଛନ୍ତି। ହେଲେ ଏହା ପଛରେ ରହିଥିବା କାରଣ ହେଉଛି ଲୋକ ତାଙ୍କୁ ଅନୁସରଣ କରୁଥିଲେ। ତାଙ୍କ ଆଚରଣରୁ ଲାଗୁଥିଲା ଯେ ତାଙ୍କର ମତିଭ୍ରମ ହୋଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅନନ୍ୟା ତ୍ୟାଙ୍ଗଟେ ନାମକ ଜଣେ ଯାତ୍ରୀ। ଏନେଇ ସେ କହିଛନ୍ତି ଯେ ସେହି କାନାଡ଼ା ବ୍ୟକ୍ତି ଜଣକ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲିବା ମାତ୍ରେ ବିମାନ ଭିତରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଯଦି ଆମେ ସମୁଦ୍ର ପତ୍ତନ ଠାରୁ ୩୦,୦୦୦ ଫୁଟ ଉଚ୍ଚରେ ରହିଥାନ୍ତେ ତାହାଲେ କ'ଣ ହୋଇଥାନ୍ତା?

ପ୍ରଭାବିତ ହୋଇଥିଲା ଏକାଧିକ ବିମାନର ଉଡ଼ାଣ
ଏହି ଘଟଣାରେ ପ୍ରତିକ୍ରିୟା ରଖି ଚିୟାଙ୍ଗ ମାଇ ବିମାନବନ୍ଦର ନିର୍ଦ୍ଦେଶକ ରୋନନାକର୍ନ ଚାଲେର୍ମସେନ୍ୟାକୋର୍ନ (Ronnakorn Chalermsaenyakorn) କହିଛନ୍ତି ଯେ ଏହି ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାକୁ ଟର୍ମିନାଲ ଅଭିମୁଖେ ଫେରାଇ ନିଆଯାଇଥିଲା। କାରଣ ଏହା ଦ୍ୱାରା ଟେକ୍ନିସିଆନ ସୁରକ୍ଷା ଯାଞ୍ଚ କରିପାରିବେ। ଏହି ଘଟଣା କାରଣରୁ ବିମାନବନ୍ଦରରେ ଅନେକ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ବିମାନଟି ଟର୍ମିନାଲ ଅଭିମୁଖେ ଫେରାଇ ନେବା ପରେ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଟେକ୍ନିସିଆନ ଟିମ୍ ବିମାନର ସୁରକ୍ଷା ସହ ଜଡ଼ିତ ସମସ୍ତ ଦିଗକୁ ଯାଞ୍ଚ କରିଥିଲେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବିମାନ ସମସ୍ତ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କ ସହ ଉଡ଼ାଣ ଭରିବା ପ୍ରସ୍ତୁତ ହୋଇଥିଲା।

About the Author