)
CAPF Test will be held Odia Language: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ନିଯୁକ୍ତି ଲାଗି ହେଉଥିବା ଲିଖିତ ପରୀକ୍ଷା ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଅନୁଷ୍ଠିତ ହେବ। ହିନ୍ଦୀ ଏବଂ ଇଂରାଜୀ ସହ ଅନ୍ୟ ୧୩ ଆଞ୍ଚଳିକ ଭାଷାରେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ପରୀକ୍ଷା ଦେଇପାରିବେ ଆଶାୟୀ ପ୍ରାର୍ଥୀ। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ସିଏପିଏଫ ପରୀକ୍ଷା ଅନୁଷ୍ଠିତ ହେବ।
ପ୍ରଥମ ଥର ପାଇଁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ୨୦୨୪ ଜାନୁୟାରୀ ୧ ତାରିଖରୁ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ୧୩ ଆଞ୍ଚଳିକ ଭାଷାରେ କରିବାକୁ ନିଷ୍ପତ୍ତି ନେଇଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଏଣିକି ୧୩ ଆଞ୍ଚଳିକ ଭାଷାରେ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।
କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ପରୀକ୍ଷା ମଧ୍ୟରୁ ସିଏପିଏଫ କନଷ୍ଟେବଳ ଜିଡି ପରୀକ୍ଷା ହେଉଛି ଅନ୍ୟତମ। ଯାହା ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଯୁବକଙ୍କୁ ଆକର୍ଷିତ କରିଥାଏ। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ କରିବାକୁ ଗୃହ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ କର୍ମଚାରୀ ଚୟନ ଆୟୋଗ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏନେଇ ହୋଇଥିବା ବୁଝାମଣା ଅନୁଯାୟୀ ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ଅନ୍ୟ ୧୩ ଆଞ୍ଚଳିକ ଭାଷାରେ ଚଳିତ ସିଏପିଏଫ କନଷ୍ଟେବଳ (ଜିଡି) ପରୀକ୍ଷା କରିବାକୁ କେନ୍ଦ୍ରୀୟ କର୍ମଚାରୀ ଚୟନ ଆୟୋଗ ବିଜ୍ଞପ୍ତି ଜାରି କରିଛି। କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି) ପରୀକ୍ଷାର ପ୍ରଶ୍ନପତ୍ର ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ନିମ୍ନ ଲିଖିତ ୧୩ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ।
ସିଏବପିଏଫ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି) ନିଯୁକ୍ତି ପରୀକ୍ଷା ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରୀକ୍ଷା ଦେଶର ୧୨୮ ସହରରେ ଆୟୋଜିତ ହେବ। ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେବେ। ଏ ସମ୍ପର୍କରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଲକ୍ଷ ଲକ୍ଷ ଯୁବକ ସେମାନଙ୍କ ମାତୃଭାଷା/ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ଦେଇପାରିବେ। ସେମାନଙ୍କର ଚୟନ ଆଶାରେ ଉନ୍ନତି ଘଟିବ। ଯାହାର ଫଳସ୍ୱରୂପ ଏହି ପରୀକ୍ଷାର ପ୍ରସାର ସମଗ୍ର ଦେଶରେ ପ୍ରାର୍ଥୀଙ୍କ ମଧ୍ୟରେ ବୃଦ୍ଧି ପାଇବ। ସମସ୍ତେ ରୋଜଗାର ପାଇଁ ସମାନ ସୁଯୋଗ ପାଇବେ।