)
ଭୁବନେଶ୍ୱର:ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝିଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମ୍ମୁଖରେ ଗୁଳି ମାରିଦେବେ ବୋ ଧମକ ଦେବା ଘଟଣାକୁ ନେଇ ଏହି ଏତଲା ଦାୟର କରାଯାଇଛି।
ନଭେମ୍ବର ୨୮ ତାରିଖରେ ଶ୍ରୀ ମାଝି ଜିଲ୍ଲାମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକାକୁ ଏପରି ଧମକ ଦେଇଥିବା କୁହାଯାଉଛି। ଶ୍ରୀ ମାଝି ସେତେବଳେ ଜଣେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବାକୁ ଆସିଥିଲେ। ସମ୍ପୃକ୍ତ ଛାତ୍ରଟି ୨୦ ତାରିଖରେ ପ୍ରେସରକୁକୁର ଫାଟିଯିବାରୁ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ଯୋଗାଇବା ପାଇଁ ପ୍ରଦୀପ ମାଝି ସ୍କୁଲ୍ ପାଚେରୀ ଡେଇଁ ହଷ୍ଟେଲ୍ରୁ ଛାତ୍ରଙ୍କୁ ଉଦ୍ଧାର କରିଥିବା କୁହାଯାଏ।
ନବରଙ୍ଗପୁର ଥାନାରେ ଦାଖଲ ମାମଲାରେ ଦର୍ଶାଯାଇଛି ଯେ, ସରକାରୀ କାର୍ଯ୍ୟରେ ଥିବା ବେଳେ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ତାଙ୍କୁ ଫାୟରିଂ କରିଦେବି ବୋଲି ଧମକ ଦେଇଥିଲେ। ଏହା ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥିବା ତଥାମାନସିକ ସ୍ତରରେନିର୍ଯାତିତ ହେଉଥିବା ନେଇନିଜ ଏତଲାରେ ଦର୍ଶାଇଛନ୍ତି । ଏଥିସହ ବିଭିନ୍ନ ସମୟ ରେ ପ୍ରଦୀପ ମାଝୀ ତାଙ୍କ ବିରୋଧରେ ମିଥ୍ୟା ଦୁର୍ନୀତି ର ଅଭିଯୋଗ ଆଣି ମନ୍ଦ ଉଧ୍ୟେଷ୍ୟ ରଖି ତାଙ୍କୁ ହଇରାଣ କରୁଥିବା ଏତଲାରେ ଦର୍ଶାଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।
ଉକ୍ତ ଘଟଣାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିବା ବେଳେ ଶାସକ ବିରୋଧୀ ମୁଁହା ମୁହିଁହୋଇଥିଲେ । ଅପରପକ୍ଷରେ ଆଜି ଏନେଇନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ମଧ୍ୟ ପ୍ରଦୀପ ମାଝୀ ଙ୍କ ସରକାରି ଅଧିକାରୀଙ୍କୁଧମକ ଦେବା ଘଟଣା ନିନ୍ଦା କରିବାର ମାତ୍ର ଅଳ୍ପ କିଛି ଘଣ୍ଟା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ ମାଝୀଙ୍କ ବିରୋଧରେ ଏତଲା ଦାୟର କରିଥିବା ଦେଖିବାକୁ ମିଳିଥିଲା ଏହି ଏତଲାକୁ କେନ୍ଦ୍ର କରି ଭାରତୀୟ ନ୍ୟାୟ ସଂହିତାର ଧାରା - 162(2),221,351(3) ରେ ମାମଲା ରୁଜ୍ଜୁ ହୋଇଛି।