Advertisement
Article Detail0/zeeodisha/odisha2665704
Zee OdishaOdisha Trendingହିମାଚଳ ପ୍ରଦେଶ ଚାମୋଲିରେ ହିମସ୍ଖଳନ ଘଟଣାରେ ୪ ମୃତ

ହିମାଚଳ ପ୍ରଦେଶ ଚାମୋଲିରେ ହିମସ୍ଖଳନ ଘଟଣାରେ ୪ ମୃତ

ଚାମୋଲିରେ ହିମସ୍ଖଳନ ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫସି ରହିଥିବା ୪୯ ଜଣଙ୍କୁ ଉଦ୍ଧାର କରାଯିବାପରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଧାମି ଉଦ୍ଧାର ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି ।

ହିମାଚଳ ପ୍ରଦେଶ ଚାମୋଲିରେ ହିମସ୍ଖଳନ ଘଟଣାରେ ୪ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଚାମୋଲିରେ ହିମସ୍ଖଳନ ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫସି ରହିଥିବା ୪୯ ଜଣଙ୍କୁ ଉଦ୍ଧାର କରାଯିବାପରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଧାମି ଉଦ୍ଧାର ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି ।

ଗତକାଲି ମାନାରେ ବରଫ ଅତଡା ଧସିବା କାରଣରୁ BRO କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପ୍ରାୟ ୪୯ ଜଣ ଶ୍ରମିକ ଥିବା କୁହାଯାଇଥିଲା । ସେନା ଏବଂ ITBP ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣଙ୍କୁ କହି ରଖୁଛୁ ଯେ, ଲଗାତାର ତିନି ଦିନ ଧରି ଉତ୍ତରାଖଣ୍ଡରେ ପାଗ ଖରାପ ରହିଛି। ଉଚ୍ଚ ସ୍ଥାନ ଗୁଡ଼ିକରେ ପ୍ରବଳ ତୁଷାରପାତ ଜାରି ରହିଛି।

ସୂଚନା ମୁତାବକ, ଏପର୍ଯ୍ୟନ୍ତ ବରଫ ତଳେ ଚାପି ହୋଇ ରହିଥିବା କିଛି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ଯବାନ । ଏମାନେ ସମସ୍ତେ ମାନାରୁ ମାନା ପାସ୍ ପର୍ଯ୍ୟନ୍ତ ୫୦ କିଲୋମିଟର ଅଞ୍ଚଳରେ ରାଜପଥ ପ୍ରଶସ୍ତ ଏବଂ ପିଚୁ କାର୍ଯ୍ୟରେ ନିୟୋଜିତ କମ୍ପାନୀର କର୍ମଚାରୀ ଥିବା ଜଣାପଡିଛି। ଏହି ରାସ୍ତାର କାମ EPC କମ୍ପାନୀ ମାଧ୍ୟମରେ BRO ଦ୍ୱାରା କରାଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କରା ସିଂହ ଧାମି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Add Zee News as a Preferred Source

ଅନ୍ୟପଟେ, ଚାମୋଲି ଜିଲ୍ଲାରେ ବର୍ଷା ଏବଂ ତୁଷାରପାତକୁ ଦୃଷ୍ଟିରେ ରଖି, ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀ ଆଇଆରଏସ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ଅବରୋଧିତ ରାସ୍ତାରେ ଯାତାୟାତକୁ ସୁବ୍ୟବସ୍ଥିତ କରିବା ଏବଂ ସେଠାରେ ପୁଣିଥରେ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Also Read- Mangal Gochar 2025: ଏପ୍ରିଲ ମାସରେ ମଙ୍ଗଳଙ୍କ ବଡ଼ ପ୍ରଭାବ, ୩ ରାଶିର ବଦଳିବ ଭାଗ୍ୟ

Also Read- ଆମେରିକାର ‘ଟାରିଫ୍‍’ କଟକଣାକୁ ଜବାବ ଦେବ ଭାରତ-ଇୟୁ ବାଣିଜ୍ୟ ଚୁକ୍ତି

About the Author