)
ଭୁବନେଶ୍ୱର: ପେସାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିନ୍ତୁ କୋଟି କୋଟି ଟଙ୍କା ଜିଏସ୍ଟି ଠକେଇ ପାଇଁ ବାଟ ଦେଖାନ୍ତି। ସରକାରୀ ନିୟମର ଫନ୍ଦି ଫିକରଙ୍କୁ ବଡ଼ ବଡ଼ କମ୍ପାନୀଙ୍କୁ କହି ତାଙ୍କଠାରୁ ଜିଏସ୍ଟି ଠକିଥାଆନ୍ତି। ପୁଣି େକାଟିଏ କି ଦୁଇ କୋଟି ଟଙ୍କା ନୁହେଁ ତାଙ୍କ ନାଁରେ ରହିଛି ୩୨୫ କୋଟି ଟଙ୍କାର ଠକେଇ ମାମଲା। ଏହି ଅଭିଯୋଗ ପରେ ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ମୁମ୍ବାଇରୁ ତାଙ୍କୁ ଗିରଫ କରିଛି।
ଏହି ଅଭିଯୁକ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଉଛନ୍ତି ନୀଲେଶ ଯୋଗେଶ ଜିଗିୱାଲା। ଡିଜିଜିଆଇ ତାଙ୍କୁ ମୁମ୍ବାଇରୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସେ ଏକ ବିସ୍ତୃତ ନେଟୱାର୍କ ପଛରେ ମାଷ୍ଟରମାଇଣ୍ଡ ଥିଲେ। ଏହି ନେଟଓ୍ୱର୍କ ଜାଲିଆତି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ସୃଷ୍ଟି କରିବା ପାଇଁ ଅନେକ ସେଲ୍ କମ୍ପାନୀ ତିଆରି ଏବଂ ପରିଚାଳନା କରୁଥିଲେ।
ସେ ଛୋଟ ବ୍ୟବସାୟୀଙ୍କ ଜିଏସଟି ନମ୍ବର ବ୍ୟବହାର କରି ବଡ଼ କମ୍ପାନୀଗୁଡ଼ିକୁ ସବସିଡି ପାଇବାରେ ସାହାଯ୍ୟ କରିଥିବା ଜଣାପଡ଼ିଛି। ସେ ୧୦୫ ରୁ ଅଧିକ କମ୍ପାନୀର ଜିଏସଟି ଠକେଇରେ ଜଡିତ ଥିବା ଅଭିଯୋଗ ହୋଇଛି। ଡିଜିଜିଆଇ ଭୁବନେଶ୍ୱର ଶାଖା ତାଙ୍କୁ ଗିରଫ କରି ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଛନ୍ତି।