କେନ୍ଦୁପତ୍ରକୁ ନେଇ ଓଡ଼ିଶା-ଛତିଶଗଡ଼ ପୋଲିସ ମୁହାଁମୁହିଁ, ସମସ୍ୟାରେ ଓଡିଶାର କେନ୍ଦୁପତ୍ର ବ୍ୟବସାୟୀ
Advertisement

କେନ୍ଦୁପତ୍ରକୁ ନେଇ ଓଡ଼ିଶା-ଛତିଶଗଡ଼ ପୋଲିସ ମୁହାଁମୁହିଁ, ସମସ୍ୟାରେ ଓଡିଶାର କେନ୍ଦୁପତ୍ର ବ୍ୟବସାୟୀ

ଛତିଶଗଡ଼ରୁ ଏତେ ପରିମାଣରେ କେନ୍ଦୁପତ୍ର କିପରି ଆସିଲା ଓଡିଶା ଏବଂ ସେହି ସମୟରେ ଛତିଶଗଡ଼ ଓ ମାଲକାନଗିରି ବନବିଭାଗ ଅଧିକାରୀ କରୁଥିଲେ କଣ ତାହାକୁ ନେଇ ଏବେ ଜଣ ମାନସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 କେନ୍ଦୁପତ୍ରକୁ ନେଇ ଓଡ଼ିଶା-ଛତିଶଗଡ଼ ପୋଲିସ ମୁହାଁମୁହିଁ, ସମସ୍ୟାରେ ଓଡିଶାର କେନ୍ଦୁପତ୍ର ବ୍ୟବସାୟୀ

ମାଲକାନଗିରି: କେନ୍ଦୁପତ୍ରକୁ ନେଇ ମୁହାଁମୁହିଁ ଓଡିଶା ଓ ଛତିଶଗଡ଼। କେନ୍ଦୁପତ୍ର କାହାର ଓଡ଼ିଶାର ନା ଛତିଶଗଡ଼ର। ଏଭଳି କିଛି ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ତେବେ ମାଲକାନଗିରି ସୀମାନ୍ତରେ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟ ଥିବା ହେତୁ ଉଭୟ ରାଜ୍ୟର ବାସିନ୍ଦା ବ୍ୟବସାୟ ସାଙ୍ଗକୁ ପାରମ୍ପରିକ କ୍ଷେତ୍ରରେ ମଧ୍ୟ ପରସ୍ପର ସହ ଜଡିତ ରୁହନ୍ତି। କେତେବେଳେ ଓଡିଶାର ଅଧିବାସୀ ଆନ୍ଧ୍ର ଓ ଛତିଶଗଡ଼ ଉପରେ ନିର୍ଭର କରୁଛନ୍ତି ତ ପୁଣି କେତେବେଳେ ଆନ୍ଧ୍ର ଓ ଛତିଶଗଡର ଅଧିବାସୀ ଓଡିଶା ଉପରେ ନିର୍ଭର କରୁଛନ୍ତି । ଏହି ସବୁ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକରେ ରେ ଅନେକ ପ୍ରାକୁତିକ ସମ୍ପଦ ଭରି ରହିଥିବା ବେଳେ ଋତୁ କାଳୀନ ବ୍ୟବସାୟ ଅଧିକ ମାତ୍ରା ରେ ଦେଖା ଦେଇଥାଏ । ତେବେ ସେହି ସବୁ ବ୍ୟବସାୟ ମଧ୍ୟରୁ କେନ୍ଦୁପତ୍ର ମଧ୍ୟ ଗୋଟେ ମୁଖ୍ୟ ବ୍ୟବସାୟ । କିନ୍ତୁ ବର୍ତମାନ ଛତିଶଗଡ଼ ରେ ଚୋରି ହୋଇଥିବା କେନ୍ଦୁପତ୍ର କୁ ନେଇ ଏବେ ଓଡିଶା ରେ ପଶି ତନାଘନା କରୁଛି ଛତିଶଗଡ଼ ର ପ୍ରଶାସନ ଯାହାକୁ ନେଇ ସମସ୍ୟାରେ ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ବ୍ୟବସାୟୀ । 

ମାଲକାନଗିରି ଜିଲ୍ଲା ସମେତ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡ଼ ର ଅନେକ ଗ୍ରାମବାସି କେନ୍ଦୁପତ୍ର ବ୍ୟବସାୟ କରି  ନିଜର ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଛତିଶଗଡ଼ ରାଜ୍ୟରୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର ଚୋରାରେ ମାଲକାନଗିରିକୁ ଆସିଥିବା ସହ ଗୁଲାମ ଖାନ ନାମକ ଜଣେ ଛତିଶଗଡ଼ର ବ୍ୟବସାୟୀ ଛତିଶଗଡ଼ ଆଦିବାସୀଙ୍କ ଠାରୁ କେନ୍ଦୁପତ୍ର କିଣି ପଇସା ଦେଇନଥିବା ଘଟଣା ସୁକୁମା ଜିଲ୍ଲାର କୋଣ୍ଟା ଥାନାରେ ଅଭିଯୋଗ ହେଲାପରେ ସୁକମା ପୋଲିସ, ସୁକମା  ବନବିଭାଗ  ମାଲକାନଗିରି ପ୍ରଶାସନ ସହାୟତାରେ ମାଲକାନଗିରି ରେ ଥିବା ଏକାଧିକ କେନ୍ଦୁପତ୍ର ଗୋଦାମ ଗୁଡିକ ଉପରେ ଚଢ଼ାଉ କରିଛନ୍ତି  । 

ତେବେ ଛତିଶଗଡ଼ ର କେନ୍ଦୁପତ୍ର ତୋଳାଳୀଙ୍କୁ ସେଠାକାର ବ୍ୟବସାୟୀ ପଇସା ଦେଇନଥିବା ବେଳେ କେନ୍ଦୁପତ୍ର ତୋଳାଳୀ ଏବେ ସୁକମା ଡି.ଏଫ.ଓଙ୍କ କାର୍ଯ୍ୟଳୟ ସମ୍ମୁଖରେ ପାଞ୍ଚ ଦିନ ଧରି ଅହ ରାତ୍ର ଧାରଣା ଦେଇଛନ୍ତି। ଏବଂ ଛତିଶଗଡ଼ ରେ ଚୋରି ହୋଇଥିବା କେନ୍ଦୁପତ୍ର ମାମଲାରେ ଛତିଶଗଡ଼ ର ସୁକମା ଜିଲ୍ଲା କଣ୍ଟା ଥାନା ଅଞ୍ଚଳର ବ୍ୟବସାୟୀ ଗୁଲାମ ଖାନ ନାମକ ଜଣେ ବ୍ୟକ୍ତି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କ ସମ୍ପର୍କୀୟଙ୍କ ପାଖରେ କେନ୍ଦୁପତ୍ର ଗଚ୍ଛିତ କରିଥିବା ଜାଣିବା ପରେ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଗୋଦାମ ଉପରେ ଚଢ଼ାଉ ଚାଲିଛି । ଅପରି ପକ୍ଷରେ ଓଡିଶା ର ଆଦିବାସୀଙ୍କ ଠାରୁ ଓଡିଶା ନିୟମ ଅନୁସାରେ କେନ୍ଦୁପତ୍ର ଖରିଦି କରି  ଗଚ୍ଛିତ ରଖିଥିବା ବେଳେ ଅଚାନକ ଛତିଶଗଡ଼ ପ୍ରଶାସନର ଚଢ଼ାଉ କୁ ନେଇ ଏବେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଇଥିବା କହିଛନ୍ତି ମାଲକାନଗିରିର କେନ୍ଦୁପତ୍ର ବ୍ୟବସାୟୀ। 

ତେବେ ଛତିଶଗଡ଼ରୁ ଏତେ ପରିମାଣରେ କେନ୍ଦୁପତ୍ର କିପରି ଆସିଲା ଓଡିଶା ଏବଂ ସେହି ସମୟରେ ଛତିଶଗଡ଼ ଓ ମାଲକାନଗିରି ବନବିଭାଗ ଅଧିକାରୀ କରୁଥିଲେ କଣ ତାହାକୁ ନେଇ ଏବେ ଜଣ ମାନସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।