Advertisement
Article Detail0/zeeodisha/odisha2951178

ଆଡଭୋକେଟ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳିବ କହିଲେ ମୁଖ୍ୟମନ୍ତ୍ରୀ

ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର  ତାଙ୍କ ହତ୍ୟାକାରୀଙ୍କୁ ପୁଲିସ ଆଇନ ସମ୍ମୁଖରେ ଠିଆ କରାଯିବ ଏବଂ ଦୋଷୀଙ୍କୁ ଖୋଜି ସେମାନଙ୍କ ଵିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସୋମବାର କୁମାର ପୂର୍ଣ୍ଣମୀ ରାତିରେ&nbs

  • ସୋମବାର କୁମାର ପୂର୍ଣ୍ଣମୀ ରାତିରେ  ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ହୋଇଛି। ତାଙ୍କ ବାସଭବନରେ କେହି ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଟଳିପଡ଼ିଥିଲେ ପୀତବାସ। ତାଙ୍କ ପରେ ଏମ୍‍କେସିଜି ପଠାଯାଇଥିଲା। 

Trending Photos

 ଆଡଭୋକେଟ ପୀତବାସ ପଣ୍ଡାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ମିଳିବ କହିଲେ ମୁଖ୍ୟମନ୍ତ୍ରୀ

ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିଛନ୍ତି। ଖୁବ୍ ଶୀଘ୍ର  ତାଙ୍କ ହତ୍ୟାକାରୀଙ୍କୁ ପୁଲିସ ଆଇନ ସମ୍ମୁଖରେ ଠିଆ କରାଯିବ ଏବଂ ଦୋଷୀଙ୍କୁ ଖୋଜି ସେମାନଙ୍କ ଵିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସୋମବାର କୁମାର ପୂର୍ଣ୍ଣମୀ ରାତିରେ  ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ହୋଇଛି। ତାଙ୍କ ବାସଭବନରେ କେହି ଅଜଣା ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଟଳିପଡ଼ିଥିଲେ ପୀତବାସ। ତାଙ୍କ ପରେ ଏମ୍‍କେସିଜି ପଠାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୀତବାସ ପ୍ରଥମେ କଂଗ୍ରେସ ଓ ପରେ ବିଜେପିରେ ଯୋଗ ଦେଇଥିଲେ। ଗତ ନିର୍ବାଚନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ବିଜେପି ବିଜୟ ପଛରେ ତାଙ୍କର ହାତ ଥିବା କୁହାଯାଏ। 

ଏହି ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା  ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ । 

Add Zee News as a Preferred Source

   ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡା ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି 

About the Author