)
ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ସୁରକ୍ଷା ଚିନ୍ତା। ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ବିଭିନ୍ନ ସ୍ଥାନରେ ଦଙ୍ଗାଫସାଦ ଲାଗି ରହିଥିବାରୁ ଏଭଳି ଚିନ୍ତା ଘାରିଛି। ଏଥିରେ ପୁଲିସର ଗୁଇନ୍ଦା ଅଭରାବକୁ ଦାୟୀ କରାଯାଉଛି। ପରିସ୍ଥିତିକୁ ଆୟତ୍ତାଧୀନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜରୁରୀ ଭିତ୍ତିରେ ଡକାଇଛନ୍ତି। ଏଥିରେ ଅଫିସରମାନଙ୍କୁ ପରିସ୍ଥିତି ବିଷୟରେ ତାଗିଦ କରିବା ସହ ଆଗକୁ ଯେମିତି ଏପରି ଘଟଣା ନଘଟେ ସେଥିପ୍ରଅତି ଯତ୍ନବାନ ରହିବାକୁ କୁହାଯାଇଥିବା ସୂଚନା ମିଳିଛି।
ଏହି ବୈଠକରେ ଗୃହ ବିଭାଗର ଅଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙକ୍ ସୁରକ୍ଷା ପରାମର୍ଶଦାତା ଉପସ୍ଥିତ ଥିବା ସୂଚନା ମିଳିଛି। ଏହାଙ୍କ ସୈ ପୁଲିସ ମହାନିର୍ଦ୍ଦେଶକ, ଗୃହ ସଚିବ, ଗୁଇନ୍ଦା ଅଧିକାରୀ ପୁଲିସ କମିଶନର ପ୍ରଭୃତି ଉପସ୍ଥିତ ରହିଛନ୍ତି।
ବିଶେଷ କରି ଏହି ବୈଠକରେ କଟକ ପରିସ୍ଥିତି, ବ୍ରହ୍ମପୁରରେ ଗୁଳିକାଣ୍ଡ, ଏବଂ ଆଗକୁ ଆସୁଥିବା ପର୍ବାଣୀ ଋତୁରେ କିପରି ସୁରକ୍ଷାକୁ କଡ଼ାକଡ଼ି କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବିଶେଷ କରି ରାଜ୍ୟରେ ପୁଲିସ ଗୁଇନ୍ଦାକୁ ନେଇ ବିଭାଗରେ ସମନ୍ୱୟ ରହୁ ନଥିବା ଅଭିଯୋଗକୁ କିପରି ତୁଲାଯାଇପାରିବ ସେ ବାବଦରେ ଏଠାରେ ବିସ୍ତାର ଭାବେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୁଲିସ ଉପରେ ତୁଟୁଥିବା ଆସ୍ଥା କିପରି ରୋକାଯିବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏହାର ଅଧିକାରୀ। ଜିଲ୍ଲାସ୍ତରରେ ଗୁଇନ୍ଦା ସୂଚନାର ସମନ୍ୱୟ ଉପରେ ଏଥିରେ ଚର୍ଚ୍ଚା ହୋଇଛି।
ଦୁର୍ଗାପୂଜା ଭସାଣୀ ସମୟରେ ଯେଉଁ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେଲା ସେଥିରେ ପୁଲିସର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବାଧ୍ୟ ହୋଇ ୩୬ ଘଣ୍ଟା କର୍ଫ୍ୟୁ ଲଗାଇବାକୁ ପଡ଼ିଥିଲା। ଏହା ସହ ଇଣ୍ଟରନେଟ ଓ ସୋଶାଲ୍ ମିଡିଆ କଟକଣା ଲଗାଯାଇଥିଲା। ତିନି ଦଶନ୍ଧି ପରେ ଏପରି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେବାରୁ ସାଧାରଣ ଲୋକେ ସରକାରଙ୍କ ଆଡ଼କୁ ଇଙ୍ଗିତ କରିଥିଲେ। ଏଯାଏ ଏବାବଦରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।