)
ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ରଙ୍କୁ ନିର୍ବାଚନ କମିଶନଙ୍କୁ ନିର୍ବାଚନ କମିଶନ ନୋଟିସ। ଏ ନୋଟିସ୍ ବିହାର କିମ୍ବା ଏସ୍ଆଇଆର୍ ସମ୍ପର୍କିତ ନୁହେଁ, ବରଂ ଏ ନୋଟିସ ଆଇନ ଉଲ୍ଲଂଘନ କରିବା ନେଇ ଆସିଛି। ଲୋକପ୍ରତିନିଧି ଆଇନ ୧୯୫୦କୁ ଉଲ୍ଲଂଘନ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି। ଆଉ ନିର୍ବାଚନ କମିଶନ ତାଙ୍କୁ ୮ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ମୁଖପାତ୍ର ଜଣକ ହେଉଛନ୍ତି ପବନ ଖେଡ଼ା। ଦିଲ୍ଲୀର ନିବାସୀ। ଭୋଟର ତାଲିକାରେ ତାଙ୍କର ରହିଛି ଦୁଇଟି ନିର୍ବାଚନ ମଣ୍ଡଳୀରେ ନାଁ। ଅନେକ ସଚେତନ ହୋଇଥିଲେ ମଧ୍ୟ ଖେଡ଼ା କୌଣସି ଗୋଟିକୁ ଉଚ୍ଛେଦ କରିବା ପାଇଁ କେବେ ଉଲ୍ଲେଖ କରି ନାହାନ୍ତି। ଏଣୁ ଭାରତର ନିର୍ବାଚନ କମିଶନ ତାଙ୍କ ବିରୋଧରେ ଏକ ନୋଟିସ୍ ଜାରି କରିଛନ୍ତି। ଏହାକୁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ନିଜର ଏକ୍ସ ହ୍ୟାଣ୍ଡଲରେ ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ କାର୍ଯ୍ୟକୁ ଆଇନ ବିରୋଧ ବୋଲି ଦର୍ଶାଯାଇ ତାଙ୍କଠାରୁ କାରଣ ମଗାଯାଇଛି। ହେଲେ ଶ୍ରୀ ଖେଡ଼ାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।
କହିରଖୁଛୁ ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଭୋଟ ଚୋରି ପ୍ରସଙ୍ଗରେ କଂଗ୍ରେସକୁ ଜବାବ ଦେବା ସମୟରେ ପବନ ଖେଡାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ ପବନ ଖେଡା ଦୁଇଟି ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନିଜକୁ ପଞ୍ଜିକୃତ କରିଛନ୍ତି। ସେ ଖେଡାର ଦୁଇଟି ପରିଚୟପତ୍ର ନମ୍ବର ମଧ୍ୟ ସେୟାର କରିଥିଲେ। ଏହି ନମ୍ବରଗୁଡ଼ିକ ମଧ୍ୟରୁ ଗୋଟିଏ ଜଙ୍ଗପୁରା ବିଧାନସଭା ନିର୍ବାଚନମଣ୍ଡଳୀର ଏବଂ ଅନ୍ୟଟି ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀର, ଯାହା ଯଥାକ୍ରମେ ପୂର୍ବ ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସେ।