)
Covid in Odisha Updates: ବୁଧବାର ଦିନ ରାଜ୍ୟରେ ପାଞ୍ଚଟି ନୂଆ କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଛି। ଏହା ରାଜ୍ୟରେ ସଂକ୍ରମଣ ଫେରିବା ନେଇ ଚିନ୍ତା ସୃଷ୍ଟି କରିଛି। ସରକାରୀ ସୂତ୍ର ଅନୁସାରେ ନୂଆ କରି ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ଭୁବନେଶ୍ୱରର ବାସିନ୍ଦା। ଯେତେବେଳେ କି ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ମାମଲା ରିପୋର୍ଟ ହୋଇଛି।
ପାଞ୍ଚଟି COVID-19 ପଜିଟିଭ୍ ମାମଲା ମଧ୍ୟରୁ ଚାରି ଜଣ ପୁରୁଷ ଏବଂ ଜଣେ ମହିଳା। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରେ ଅନେକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସଂକ୍ରମିତ ବ୍ୟକ୍ତିମାନଙ୍କୁ ପୃଥକୀକରଣ ସୁବିଧା ଥିବା ଯାଗାକୁ ସ୍ଥାନାନ୍ତର କରାଯାଇଛି ଏବଂ ବର୍ତ୍ତମାନ ସେମାନେ ଡାକ୍ତରୀ ତଦାରଖରେ ଅଛନ୍ତି।
ଜନସ୍ୱାସ୍ଥ୍ୟ ଅଧିକାରୀମାନେ ନାଗରିକମାନଙ୍କୁ ସତର୍କ ରହିବାକୁ କୋଭିଡ୍-୧୯ ପାଇଁ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ଏବଂ ଯେକୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି। ଯଦିଓ ବର୍ତ୍ତମାନ ମାମଲା ସଂଖ୍ୟା କମ୍ ଅଛି ତଥାପି ରାଜ୍ୟ ସରକାର ଏହାର ବ୍ୟାପିବାକୁ ରୋକିବା ପାଇଁ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ପ୍ରାୟ ଅଢ଼େଇ ବର୍ଷ ପରେ ମେ ୨୨ ତାରିଖରେ ଓଡ଼ିଶାରେ ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣ ପଜିଟିଭ୍ ମାମଲା ରିପୋର୍ଟ ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଦିଲ୍ଲୀରୁ ଭୁବନେଶ୍ୱର ଫେରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଶରୀରରେ ଭାଇରସ୍ ପଜିଟିଭ୍ ଆସିଥିଲା। ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ରଖାଯାଇଥିଲା।
ଆପଣଙ୍କୁ ମନେ ପକାଇ ଦେଉଛୁ ଯେ ୨୦୨୦ ମସିହା ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ କୋଭିଡ୍-୧୯ ମହାମାରୀ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।