)
ଭୁବନେଶ୍ୱର: ଆଉ କିଛି ସମୟ ଭିତରେ ବାତ୍ୟା ‘ମୋନ୍ଥା’ ସ୍ଥଳଭାଗ ଛୁଇଁବ। ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ଏହା ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଓ କଳିଙ୍ଗ ପଟନମ୍ ମଧ୍ୟବର୍ତ୍ତୀ କୌଣସି ବି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ। ଏଥିନେଇ କାକିନାଡ଼ା ଅଞ୍ଚଳକୁ ଲ୍ୟାଣ୍ଡଫଲ ଅଞ୍ଚଳ ଭାବେ ଗ୍ରହଣ କରାଯାଉଛି। ଏହି ଲ୍ୟାଣ୍ଡଫଳ୍ ପ୍ରକ୍ରିୟା ବିଳମ୍ବିତ ରାତି ଯାଏ ଚାଲିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ସମୟରେ ସର୍ବାଧିକ ୧୧ହ କିଲୋମିଟର ବେଗର ପବନ ବହିପାରେ। ଯାହା ଧନ ଜୀବନ ତଥା ସାଧାରଣ ଭିତ୍ତିଭୂମି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ମଛଲିପଟନମଠାରୁ ଦକ୍ଷଣ ଓ ଦକ୍ଷିଣ ପୂର୍ବ ଦିଗର ପ୍ରାୟ ୫୦ କିଲୋମିଟର ଦୂରରେ ରହିଛି। ଏହା ୧୦ କିଲୋମିଟର ପ୍ରତି ଘଣ୍ଟାରେ ଗତି କରୁଛି। ଯେଉଁ ବେଗରେ ଏହା ସ୍ଥଳ ଭାଗ ଆଡ଼କୁ ଆସୁଛି ଲ୍ୟାଣ୍ଡଫଳ ପ୍ରକ୍ରିୟା ଆଉ ୪ ଘଣ୍ଟା ସମୟ ନେଇପାରେ। ଅର୍ଥାତ୍ କିଛି ସମୟ ଭିତରେ ଏହା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବ।
ଏହି ବାତ୍ୟାର ପ୍ରଭାବରେ ଓଡ଼ିଶା ଉପକୂଳ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ପୁଣି ବାତ୍ୟା ପରବର୍ତ୍ତୀ ସମୟରେ ପ୍ରବର ବର୍ଷା ଆଶଙ୍କା ଥିବାରୁବିଭିନ୍ନ ସ୍ଥାନରେ ବାହାଡ଼ ଅତଡ଼ା ଖସିବା, ଗଛ ଭାଙ୍ଗିବା ଆଶଙ୍କା ରହିଛି।
ଏବେ ମଛଲିପଟନମରେ ୨୮ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ପ୍ରବାହିତ ହେଉଛି। ସବୁଠାରୁ ଅଧିକ ବର୍ଷା ଉଲ୍ଲାଭାପୁଡ଼ୁ ଅଞ୍ଚଳରେ ୧୨୬ ସେଣ୍ଟିମିଟର ରେକର୍ଡ କରାଯାଇଛି।
ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏବେଠାରୁ ପ୍ରଭାବ ଅନୁଭୂତ ହୋଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ ଆର୍ ଉଦୟଗିରିଳ କାଶିନଗର ଏବଂ ଅନାଗାଁଠାରେ ଭୂସ୍ଖଳନ ହୋଇଛି। ଏହାଦ୍ୱାରା ରାସ୍ତା ଅବରୋଧ ହେବା ସହ ସାଧାରଣ ଜୀବନଯାପନ ବ୍ୟାହତ ହୋଇଛି। ଗୁମା, ମୋହନା, ରାୟଗଡ ପ୍ରଭୃତି ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଉଛି। ଏଠାରେ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ଏଭିତରେ ୯୪୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ମୋନ୍ଥା ପ୍ରଭାବରେ ବର୍ଷା ଲାଗି ରହିଛି। ଆସନ୍ତା କାଲିଠାରୁ ବର୍ଷା ପରିମାଣ କମିବା ସମ୍ଭାବନା ରହିଛି।