)
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋନ୍ତା ଏବେ ପ୍ରବଳ ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ମୁହାଁ ହୋଇଛି। ରାତି ସାଢ଼େ ଦୁଇଟା ସୁଦ୍ଧା ବାତ୍ୟା ମୋନ୍ଥା ୧୭ କିଲୋମେଗରେ ଗତି କରି ମଛଲିପଟନମ୍ଠାରୁ ୨୩୦ କିଲୋମିଟର ଦୂରରେ ଏବଂ କାକିନାଡ଼ାଠାରୁ ୩୧୦ କିଲୋମିଟର ଦୂରରେ ଗତି କରୁଛି। ଗୋପାଳପୁରଠାରୁ ଏହା ୫୭୦ କିଲୋମିଟର ଦୂରରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଏହିପରି ମେଘୁଆ ପାଗ ସହ ଗତ ରାତିରୁ ସମୟ ସମୟରେ ବର୍ଷା ହୋଇଛି। ଆସନ୍ତୁ ନଜର ପକାଇବା ବାତ୍ୟା ‘ମୋନ୍ଥା’ ଏବଂ ଏ ନେଇ ସରକାରୀ ପ୍ରସ୍ତୁତି ସମ୍ପର୍କରେ ନିମ୍ନ ୧୦ ବିନ୍ଦୁ ମାଧ୍ୟମରେ: