Weather forecast: ପ୍ରବଳ ଗରମ ବର୍ତ୍ତମାନ ଦିଲ୍ଲୀ ସମେତ ଉତ୍ତର ଭାରତର ବଡ଼ ଭାଗରେ ଲୋକଙ୍କୁ ଅସୁବିଧାରେ ପକାଉଛି। ବିହାର, ବେଙ୍ଗଲ, ଓଡି଼ଶା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବଡ଼ ଅଂଶରେ ଅତ୍ୟଧିକ ଉତ୍ତାପ ଅନୁଭୂତ ହେଉଛି। ଯଦିଓ ବର୍ତ୍ତମାନ କେତେକ ରାଜ୍ୟ ଗରମରୁ ଆରାମ ପାଇବାକୁ ଯାଉଛନ୍ତି। ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଅବପାତ ରୂପ ନେଇ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଯଦି ଏହା ଘଟେ, ତେବେ ଶୀଘ୍ର ବେଙ୍ଗଲ ଏଂବ ଓଡି଼ଶାର ବଡ଼ ଭାଗରେ ପ୍ରବଳ ବର୍ଷା ହୋଇପାରେ।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବତ୍ୟା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପାରା ମଧ୍ୟରେ ୨୬ ମଇ ମଧ୍ୟରାତ୍ରିରେ ଆସିବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମେ ୨୪ ରେ ପାଣିପାଗ ବିଭାଗ ଏହି ଅଞ୍ଚଳଗୁଡିକ ପାଇଁ ସତର୍କ ସୂଚନା ଜାରି କରିଛି। ବିଭାଗ କହିଛି ଯେ ଏହି ବାତ୍ୟା ସ୍ଥଳଭାଗକୁ ଆସିଥିବାରୁ ବେଙ୍ଗେଲର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ।


ପାଣିପାଗ ବିଭାଗ ଅନୁଯାୟୀ, କ୍ୟାନିଙ୍ଗର ପ୍ରାୟ ୮୧୦ କିଲୋମିଟର ଦକ୍ଷିଣରେ ଥିବା ବଙ୍ଗୋପସାଗରରେ ଏହି ଲଘୁଚାପ ମେ ୨୫ ସୁଦ୍ଧା ଏକ ବଡ଼ ବତ୍ୟା ପରିଣତ ହୋଇପାରେ। ଏହି ବାତ୍ୟା ଯୋଗୁଁ, ପଶ୍ଚିମବଙ୍ଗର କୋଲକାତା, ଦକ୍ଷିଣ ଓ ଉତ୍ତର ୨୪ ପରଗାନା, ପୂର୍ବ ମେଦିନୀପୁର ଓ ହାୱଡାରେ ୨୬ ଓ ୨୭ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆହୁରି ମଧ୍ୟ, ପ୍ରବଳ ପବନର ସମସ୍ତ ସମ୍ଭାବନା ଅଛି।


ଓଡି଼ଶାରେ ପଡିପାରେ ଏହାର ପ୍ରଭାବ 
ଆପଣଙ୍କୁ କହିବା ଯେ ଏହି ବାତ୍ୟାର ପ୍ରଭାବ ଓଡି଼ଶାର କେତେକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିପାରେ। ଆଇଏମଡି ଅନୁଯାୟୀ, ମେ ୨୬ ରେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (ସାତରୁ ୨୦ ସେମି) ର ଚେତାବନୀ ଦିଆଯାଇଛି। ଭଦ୍ରକ ଓ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି) ହୋଇପାରେ। ଏହି ବାତ୍ୟା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଅନୁସାରେ ଆସନ୍ତାକାଲି ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଥିସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖରେ ଭଦ୍ରକ, ବାଲେଶ୍ୱରରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।