)
କାଶ ହେଲେ ଶିରପ୍ ଖାଇବାର ଅଭ୍ୟାସ ରହିଛି। କିନ୍ତୁ ଏହା ଶିଶୁଙ୍କ ପାଇଁ ମାରାତ୍ମକ ହୋଇପାରେ ଏଣୁ ୨ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ କାଶ ଶିରପ ଲେଖିବା ଓ ବଣ୍ଟନ କରିବା ଉପରେ କଟକଣା ଲଗାଇଛନ୍ତି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ଯଦି କ୍ଲିନିକାଲ୍ ମୂଲ୍ୟାଙ୍କନରେ ଡାକ୍ତରଙ୍କ ପାଖରେ ଏହା ଏକମାତ୍ର ବିକଳ୍ପ ହୋଇଥାଏ ତାହାକୁ ଉପଯୁକ୍ତ ପରାମର୍ଶରେ ଦେବା ଲାଗି କହିଛନ୍ତି ନିର୍ଦ୍ଦେଶାଳୟ। ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡ଼ା ଜିଲ୍ଲାରେ କାଶ ଶିରପ ପିଇ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହେବା ପ୍ରସଙ୍ଗରେ ବିଚାର କରି ଏହି ଚେତାବନୀ ଜାରି କରାଯାଇଛି।
ଏହି କାଶ ଶିରପ ଖାଇବା ଦ୍ୱାରା ଶିଶୁଙ୍କ କିଡନୀ ନଷ୍ଟ ହେଉଛି ଏବଂ ଏହା ମୃତ୍ୟୁର କାରଣ ହୋଉଛି। ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ସମାନ ଘଟଣା ଘଟୁଛି। ଭରତପୁରରେ ଦୁଇଜଣ ଏବଂ ସିକରରେ ଜଣେ ଶିଶୁଙ୍କର ଏହି କାଶ ଶିରପ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଏହି ଚେତାବନୀରେ କୁହାଯାଇଛି ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମଧ୍ୟ କଫ ସିରପ "ସାଧାରଣତଃ ସୁପାରିଶ କରାଯାଏ ନାହିଁ"। ସେହିପରି "କାଶ ଏବଂ ଥଣ୍ଡା ଔଷଧ ୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଲେଖିବା କିମ୍ବା ବଣ୍ଟନ କରାଯିବା ଉଚିତ୍ ନୁହେଁ। ଏଗୁଡ଼ିକ ସାଧାରଣତଃ୫ ବର୍ଷରୁ କମ୍ ବୟସ ଏବଂ ତା'ଠାରୁ ଅଧିକ ବୟସର ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ। ଯଦି କେତେବଳେ ଡାକ୍ତର ଏହି ପରାମର୍ଶ ଦେଉଛନ୍ତି ତାହାର ବ୍ୟବହାର ଉପରେ କଠୋର ଯାଞ୍ଚ ଏବଂ ଉପଯୁକ୍ତ ଡୋଜର ଠିକଣା ପାଳନ କରିବା ଆବଶ୍ୟକ। ସର୍ବନିମ୍ନ ପ୍ରଭାବଶାଳୀ ଅବଧି ଏବଂ ଏକାଧିକ ଔଷଧ ମିଶ୍ରଣକୁ ଏଡାଇବା ସହିତ ସତର୍କତାର ସହ କ୍ଲିନିକାଲ୍ ମୂଲ୍ୟାଙ୍କନ ଅନୁସରଣ କରିବା ଉଚିତ। ଏହା ବ୍ୟତୀତ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଡାକ୍ତର, ଡିଜିଏଚ୍ଏସ୍ ଦ୍ୱାରା ପ୍ରେସକ୍ରିପସନ୍ ପାଳନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇପାରିବ, ଡିଜିଏଚ୍ଏସ୍ ଏକ ପରାମର୍ଶରେ କହିଛି।