)
Odisha News: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବର ନନ୍ଦରାଜାଙ୍କ ପରଲୋକ ହୋଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ବିଶେଷକରି , ସେ ଦିର୍ଘ ୨୦ ବର୍ଷ ହେଲା ବରଗଡ ନନ୍ଦରାଜା ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ଅଭିନୟକୁ ଲୋକେ ବେଶ୍ ପସନ୍ଦ କରୁଥିଲେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ହୃଦଘାତ୍ ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ଘରୋଇ ମେଡିକାଲ୍ ରେ ଭର୍ତ୍ତି କରିଥିଲେ। ହେଲେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ନନ୍ଦରାଜାଙ୍କ ପ୍ରକୃତ ନାଁ ହେଉଛି ସତ୍ୟନାରାୟଣ ପୋଡ଼। ସତ୍ୟନାରାୟଣ ପୋଡ଼ ପେଶାରେ ଶିକ୍ଷକ ଥିଲା ବେଳେ ନିଶା ଥିଲା ଅଭିନୟ କରିବା। ସେ ଅମ୍ବାପାଲି ଗାଁର ଆଦର୍ଶ ଶିକ୍ଷକ ଭାବେ ନିଜ କାର୍ଯ୍ୟ ତୁଲାଇ ଅବସର ଗ୍ରହଣ କରିଥିଲେ । ହେଲେ, ହଠାତ୍ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବାର ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଯାହାକୁ ନେଇ ବରଗଡ଼ ସମେତ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।