Advertisement
Article Detail0/zeeodisha/odisha2775933
Zee OdishaOdisha TrendingEmmanuel Macron: ସମସ୍ତଙ୍କ ସାମ୍ନାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଜୋରରେ ଚାପୁଡ଼ା ମାରିଲେ ତାଙ୍କ ପତ୍ନୀ! ଦେଖନ୍ତୁ VIDEO

Emmanuel Macron: ସମସ୍ତଙ୍କ ସାମ୍ନାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଜୋରରେ ଚାପୁଡ଼ା ମାରିଲେ ତାଙ୍କ ପତ୍ନୀ! ଦେଖନ୍ତୁ VIDEO

French President Emmanuel Macron: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା କୌଣସି ସାଧାରଣ ସାର୍ବଜନୀନ କାର୍ଯ୍ୟକ୍ରମର ଭିଡିଓ ନୁହେଁ ବରଂ ଭିଏତନାମର ରାଜଧାନୀ ହାନୋଇକୁ ତାଙ୍କର ରାଜ୍ୟ ଗସ୍ତର ଭିଡିଓ।

 

French President Emmanuel Macron
French President Emmanuel Macron

French President Emmanuel Macron: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ଏହା କୌଣସି ସାଧାରଣ ସାର୍ବଜନୀନ କାର୍ଯ୍ୟକ୍ରମର ଭିଡିଓ ନୁହେଁ ବରଂ ଭିଏତନାମର ରାଜଧାନୀ ହାନୋଇକୁ ତାଙ୍କର ସରାକାରୀ ଗସ୍ତର ଭିଡିଓ। ଯେଉଁଠାରେ ସେ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରନଙ୍କ ସହିତ ପହଞ୍ଚିଥିଲେ। କିନ୍ତୁ ବିମାନରୁ ଓହ୍ଲାଇବା ସମୟରେ ଏପରି କିଛି ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

କହିରଖୁଛୁ ଯେ ରାଷ୍ଟ୍ରପତି ମାକ୍ରନ୍ ବିମାନର ଦ୍ୱାର ପାଖରେ ପହଞ୍ଚିବା ମାତ୍ରେ କ୍ୟାମେରାଗୁଡ଼ିକ ତାଙ୍କ ଆଡ଼କୁ ମୁଁହାଇଥିଲା। ସେହି ସମୟରେ ତାଙ୍କ ପତ୍ନୀ ବ୍ରିଜିଟ୍ ତାଙ୍କ ମୁହଁକୁ ଏପରି ଭାବରେ ଠେଲି ଦେଇଥିଲେ ଯେ ଏହା ଏକ ଚାପୁଡ଼ା ପରି ଦେଖାଯାଉଥିଲା। ଏହି ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା ଏବଂ ତା’ପରେ ଏହି ଭିଡିଓଟି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା।

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନର ଦ୍ୱାର ଖୋଲିବା ମାତ୍ରେ ବ୍ରିଜିଟ୍ ମାକ୍ରନ୍ ତାଙ୍କ ସ୍ୱାମୀଙ୍କ ମୁହଁକୁ ନିଜ ହାତରେ ଠେଲି ଦିଅନ୍ତି। ଏହା ଏକ ପ୍ରେମପୂର୍ଣ୍ଣ ଇଙ୍ଗିତ ପରି ମନେ ହେଉନଥିଲା ବରଂ ଏକ ଚାପୁଡା ଦେବା ପରି ମନେ ହେଉଥିଲା। ରାଷ୍ଟ୍ରପତି ମାକ୍ରନ୍ କିଛି ମୁହୂର୍ତ୍ତ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଟିକିଏ ପଛକୁ ହଟିଗଲେ। ତଳେ ଗଣମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରା ଥିବା ଜାଣିବା ମାତ୍ରେ ସେ ତୁରନ୍ତ ହସିଲେ, ହାତ ହଲାଇ କିଛି ସମୟ ପାଇଁ ବିମାନ ଭିତରକୁ ଫେରିଗଲେ।

Add Zee News as a Preferred Source

ପ୍ରାରମ୍ଭରେ ଫ୍ରାନ୍ସ ରାଷ୍ଟ୍ରପତି ଭବନ (ଏଲିସି ପ୍ୟାଲେସ) ଏହି ଭିଡିଓକୁ 'AI ଦ୍ୱାରା ତିଆରି ଏକ ନକଲି ଭିଡିଓ' କହି ଖାରଜ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହାର ସତ୍ୟତା ନିଶ୍ଚିତ ହେବା ମାତ୍ରେ ସରକାରୀ ବୟାନ ଏହାର ମତ ବଦଳାଇ ଥିଲା। ମାକ୍ରନଙ୍କ ନିକଟତର ଜଣେ ସୂତ୍ର ଏହାକୁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ସାମାନ୍ୟ ଝଗଡ଼ା ବୋଲି ବର୍ଣ୍ଣନା କରିଛନ୍ତି। 

 କହି ରଖୁଛୁ ଯେ ଇମାନୁଏଲ ମାକ୍ରନ ଏବଂ ବ୍ରିଜିଟଙ୍କ ପ୍ରେମ କାହାଣୀ ସବୁବେଳେ ଖବରରେ ରହିଆସିଛି। ବ୍ରିଜିଟ୍ ମାକ୍ରନ୍, ବର୍ତ୍ତମାନ ଫ୍ରାନ୍ସର ପ୍ରଥମ ମହିଳା। ମାକ୍ରନଙ୍କ ଠାରୁ ତାଙ୍କ ପତ୍ନୀ ୨୪ ବର୍ଷ ବଡ଼। ବ୍ରିଜିଟ୍ ୧୫ ବର୍ଷ ବୟସରେ ମାକ୍ରନ୍‌ଙ୍କ ସ୍କୁଲ୍ ଶିକ୍ଷୟିତ୍ରୀ ଥିଲେ। ସେହି ସମୟରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା। ସେହି ସମୟରେ ବ୍ରିଜିଟ୍ ବିବାହିତ ଥିଲେ ଏବଂ ତିନିଟି ପିଲାର ମାଆ ଥିଲେ।

୧୬ ବର୍ଷ ବୟସରେ ମାକ୍ରନ୍ ବ୍ରିଗିଟ୍‌ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଯଦିଓ ତାଙ୍କ ପରିବାର ଏହି ସମ୍ପର୍କକୁ ଦୃଢ଼ ବିରୋଧ କରିଥିଲେ। କିନ୍ତୁ ସମସ୍ତଙ୍କୁ ପ୍ରେମ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଲା। ବ୍ରିଜିଟ୍ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଦୁହେଁ ୨୦୦୭ ମସିହାରେ ବିବାହ କରିଥିଲେ। ବିବାହ ସମୟରେ ମାକ୍ରୋନ୍ ୨୯ ବର୍ଷ ଏବଂ ବ୍ରିଜିଟ୍ ୫୪ ବର୍ଷ ବୟସର ଥିଲେ। ୨୦୧୭ରେ ଇମାନୁଏଲ ମାକ୍ରନ ଫ୍ରାନ୍ସର ରାଷ୍ଟ୍ରପତି ହେବା ପରଠାରୁ,  ରିଜିଟ୍ ପ୍ରତ୍ୟେକ ଅନ୍ତର୍ଜାତୀୟ ଗସ୍ତରେ ତାଙ୍କ ସହିତ ଅଛନ୍ତି। ତଥାପି ସାମ୍ପ୍ରତିକ ଭିଡିଓଟି ପୁଣି ଥରେ ସେମାନଙ୍କ ସମ୍ପର୍କକୁ ନେଇ ବିତର୍କ ଆରମ୍ଭ କରିଛି। ଏହା କେବଳ ଏକ ବ୍ୟକ୍ତିଗତ ମୁହୂର୍ତ୍ତ ନା ଅଧିକ କିଛି ଥିଲା ସେ ବିଷୟରେ ବିତର୍କ ଚାଲିଛି।

About the Author