)
Earthquake in Delhi: ଭୂମିକମ୍ପ ଝଟକାରେ ପୁଣିଥରେ ଦିଲ୍ଲୀ-ଏନସିଆର ଥରି ଉଠିଛି। ଏହି ଝଟକା ଦିଲ୍ଲୀ, ଗୁଡ଼ଗାଓଁ, ନୋଏଡା ଓ ହରିୟାଣାରେ ମଧ୍ୟ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୭ ମାପ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝଜ୍ଜରରେ ବୋଲି କୁହାଯାଉଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଥିଲା ଏବଂ ଏହାର ଅକ୍ଷାଂଶ ୨୮.୬୮ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୭୬.୭୨ ଡିଗ୍ରୀ ପୂର୍ବ ଥିଲା।
EQ of M: 3.7, On: 11/07/2025 19:49:43 IST, Lat: 28.68 N, Long: 76.72 E, Depth: 10 Km, Location: Jhajjar, Haryana.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/Msp1JNfEb9— National Center for Seismology (@NCS_Earthquake) July 11, 2025
କହି ରଖୁଛୁ ଯେ ଗୁରୁବାର ଦିନ ଦିଲ୍ଲୀ ଏନସିଆରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ଭୂମି ପୂରା ୧୦ ମିନିଟ୍ ପର୍ଯ୍ୟନ୍ତ ଥରିଥିଲା ଏବଂ ଲୋକମାନେ ଘରୁ ଏବଂ ଅଫିସରୁ ବାହାରକୁ ବାହାରି ଆସିଥିଲେ। ଏହି ସମୟ ମଧ୍ୟରେ ଭୂମିକମ୍ପର ତୀବ୍ରତା ୪.୧ ମାପ କରାଯାଇଥିଲା।