)
ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନ ଲାଗି ପ୍ରାର୍ଥୀଙ୍କୁ ନିଜର ଅପରାଧିକ ରେକର୍ଡ ଦାଖଲ କରିବାକୁ ହେବ। ପ୍ରାର୍ଥୀ ହେବାର ୪୮ ଘଣ୍ଟା ମଧ୍ୟରେ ନିଜ ବାବଦରେ ଥିବା ସମସ୍ତ ଅପରାଧିକ ମାମଲାକୁ ପ୍ରକାଶ କରିବାକୁ ପଡ଼ିବ। ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ ସୋସିଆଲ ମିଡ଼ିଆରେ ତଥ୍ୟ ଦେବାକୁ କମିଶନଙ୍କ ପକ୍ଷରୁ କୁହାଯାଇଛି। ଏପରିକି ୱେବ୍ସାଇଇଟ ମାଧ୍ୟମରେ ମଧ୍ୟ ନିଜ ଆପରାଧିକ ତଥ୍ୟ ଦେଇପାରିବେ। କେବଳ ନୂଆପଡ଼ା ନୁହେଁ ୭ଟି ରାଜ୍ୟର ଉପ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ଲାଗି ଏହି ନିର୍ଦ୍ଦେଶ ଜାରି ହୋଇଛି।
ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡ଼ିଆ ଓ ୱେବସାଇଟ ମାଧ୍ୟମରେ ଫର୍ମସି ୭ର ସୁସ୍ପଷ୍ଟ ପରିପ୍ରକାଶ କରିବେ। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ ୮ ସି କୁ ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରେରଣ କରିବେ। ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ (ସୋମବାର) ସୁଦ୍ଧା ଫର୍ମାଟ-ସିଏ କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭ ଏ କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଉପରୋକ୍ତ ସମସ୍ତ ଦସ୍ତାବିଜ୍ camc-eci@eci.gov.in ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ।