)
Odisha Traffic Constable Subhamitra Sahoo murder Update: ଭୁବନେଶ୍ବର କମିଶନରେଟ୍ ପୋଲିସ୍ ରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ୍ ଆସିଛି। ପ୍ରେମିକାରୁ ପତ୍ନୀ ସାଜିଥିବା ଶୁଭମିତ୍ରାଙ୍କୁ ମାରି ଗାଡି଼ ଡିକିରେ ନେଇ କେନ୍ଦୁଝର ନିକଟ ଏକ ଜଙ୍ଗଲରେ ଜଣେ ସହଯୋଗୀଙ୍କ ସହିତ ନେଇ ପୋତି ଦେଇଥିଲା। ପୋତାଯାଇଥିବା ସ୍ଥାନରେ ଜେସିବି ସହାୟତାରେ ଖୋଳି ବାହାର କରିଛି ପୋଲିସ। ଆଉ ତା ପରେ ଚାଲିଛି ଘନ ଘନ ତଦନ୍ତ। ଆଉ ପରେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତକୁ ଘଟଗାଁ ଥାନାକୁ ନେଇ ଜେରା କରିଥିଲା ପୋଲିସ୍। ଏହି ଘଟଣାରେ ଦୀପକକୁ ସହଯୋଗ କରିଥିବା ଦୀପକର ମାଉସୀ ପୁଅକୁ ମଧ୍ୟ ପୋଲିସ୍ ଧରିଛି। ତେବେ, ଦୀପକ ଶୁଭ୍ରସ୍ମିତାକୁ କାହିଁକି କଲେ ହତ୍ୟା।ଏହା ପଛରେ କଣ ରହିଛି କାରଣ । କଥା ଉଠୁଛି କି, ଉଭୟଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କାକୁ ନେଇ ଝଗଡା ହୋଇଛି। ଝଗଡାକୁ ନେଇ ହତ୍ୟା ହୋଇପାରେ। ସେପଟେ, ଅଭିଯୁକ୍ତ ଦୀପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିସିପି। ଗିରଫ ପରେ ଦୀପକଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ୨୦୨୪, ଜୁଲାଇ ମାସରେ ଶୁଭମିତ୍ରାଙ୍କୁ କନେଷ୍ଟବଲ ଦୀପକ ବିବାହ କରିଥିଲେ। ହେଲେ ଏହା ପୂର୍ବରୁ ଦୀପକଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଦୀପକଙ୍କର ଏହା ଦ୍ବୀତିୟ ବିବାହ ହୋଇଥିବା ବେଳେ ପ୍ରଥମ ସ୍ତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କ ନାଁରେ କୋଟିଏ ଟଙ୍କାର ବୀମା ରହିଥିଲା। କୋଟିଏ ଟଙ୍କା ପାଇଁ ତାଙ୍କ ଜୀବନ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଥମ ସ୍ତ୍ରୀର ମୃତ୍ୟୁ ମାମଲା ଏବେବି ସନ୍ଦେହ ଘେରରେ ଥିବା ବେଳେ ଏବେ ଶୁଭମିତ୍ରାଙ୍କ ମୃତ୍ୟୁ ଦୀପକଙ୍କୁ ଅଡୁଆରେ ପକାଇଛି। ଏହି ଘଟଣାରେ, ଘଟଗାଁ ଥାନା ପୋଲିସ ଓ ଭୁବନେଶ୍ବର ପୋଲିସ୍ ପକ୍ଷରୁ ତଦନ୍ତ ଚାଲିଛି। ଗତ ୬ ତାରିଖ ଦିନ ଶେଷଥର ଲାଗି ଅଫିସ୍ ରେ ଡ୍ୟୁଟି କରିଥିଲେ ଶୁଭମିତ୍ରା। ଏହାପରେ ସେ ନିଖୋଜ ହୋଇଯାଇଥିଲେ। ପରେ ପରିବାର ଲୋକେ ଏନେଇ କ୍ୟାପିଟାଲ୍ ଥାନାର ଲିଖିତ ଅଭିଯୋଗ କରିଥିଲେ।