)
Flights Cancelled: ଘନ କୁହୁଡି ଓ ପ୍ରଦୂଷଣ ବଳୟରେ ରାଜଧାନୀ ଦିଲ୍ଲୀ। କୁହୁଡି଼ର ପ୍ରଭାବ ଏତେ ମାତ୍ରାରେ ହୋଇଛି ଯେ,ଦିନ ୧୨ଟା ଯାଏଁ ଠିକ୍ ଭାବରେ ରାସ୍ତା ଦେଖାଯାଉନି। ଏପରିକି କୁହୁଡି ଯୋଗୁଁ ଆଜି ଦିଲ୍ଲୀ, ଉତ୍ତର ପ୍ରଦେଶର କେତେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଆଉ କିଛି ଟ୍ରେନ୍ କୁ ବାତିଲ୍ କରାଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଦିଲ୍ଲୀରେ ଏବେ ଜିରୋ ଭିଜିବିଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଲୋକମାନେ ନାହିଁ ନ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି।
ଘନ କୁହୁଡି ଯୋଗୁଁ, ସଡ଼କ , ରେଳ ଓ ବିମାନ ସେବା ମଧ୍ୟ ବେଶ୍ ପ୍ରଭାବିତ ହୋଇଛି। ଦିଲ୍ଲୀ-ଏନସିଆରରେ ଏବେ ବି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଗତ କିଛିଦିନ ତଳେ ଇଣ୍ତିଗୋ ବିମାନ ବାତିଲ୍ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଇଥିଲେ।
ଘନ କୁହୁଡ଼ି ଲୋକଙ୍କ ପାଇଁ ଯଥେଷ୍ଟ ଅସୁବିଧା ସୃଷ୍ଟି କରୁଛି। ଏହାର ପ୍ରଭାବ ସଡ଼କ, ରେଳ ଏବଂ ବିମାନ ସେବା ଉପରେ ଅନୁଭୂତ ହେଉଛି। ଦିଲ୍ଲୀ-ଏନସିଆର ଏବେ ବି ଘନ କୁହୁଡ଼ିରେ ଘନିଷ୍ଠ, ଯାହା ଦୃଶ୍ୟମାନତା ଏବଂ ବିମାନ ଚଳାଚଳକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରୁଛି। ଗତ କିଛି ଦିନ ଧରି ବିମାନ ବାତିଲ ହେବା ଘଟଣା ନିରନ୍ତର ଘଟୁଛି। କୁହୁଡି଼ ଯୋଗୁଁ କିଛି ବିମାନ ଆଜି ଦିଲ୍ଲୀରୁ ବାତିଲ୍ ହୋଇଛି। ଏନେଇ ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶ ଜାରି କରି ଯାତ୍ରୀମାନଙ୍କୁ ସର୍ବଶେଷ ସୂଚନା ପାଇଁ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ କହିଛି। କାହିଁକିନା ଅନେକ ଅଞ୍ଚଳରେ ଦୃଶ୍ୟମା କ୍ଷମତା ୫୦ ରୁ ୧୦୦ ମିଟରକୁ ହ୍ରାସ ପାଇଛି। ଅନେକ ଅଞ୍ଚଳରେ, ଲୋକମାନେ ସଡ଼କ ପଥରେ ଯାତ୍ରା କରିବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବଂ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 'ଅତ୍ୟନ୍ତ ଖରାପ' ବର୍ଗରେ ରହିଛି।
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରୁ ଏ-ପର୍ଯ୍ୟନ୍ତ ମୋଟ ୨୨ଟି ଉଡ଼ାଣ ବାତିଲ କରାଯାଇଛି। ଯେଉଁଥିରେ ଦିଲ୍ଲୀରୁ ଛାଡିବାକୁ ଥିବା ୧୧ଚି ବିମାନ ଏବଂ ଅନ୍ୟ ସହରରୁ ଦିଲ୍ଲୀକୁ ଆସିବାକୁ ଥିବା ୧୧ ଟି ବିମାନ ସାମିଲ୍ ରହିଛି। ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ଯୋଗୁଁ କିଛି ଦିନ ଧରି ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ପ୍ରାୟ ଶୁନକୁ ଖସି ଆସିଛି। ଯାହା ଗୁରୁତର ବାୟୁ ପ୍ରଦୂଷଣର ପ୍ରଭାବକୁ ଆହୁରି ଖରାପ କରିଛି।
ସେପଟେ, ଏନେଇ ଇଣ୍ତିଗୋ ସୋସିଆଲ ମିଡିଆ ପ୍ଲାଟଫର୍ମ' X' ରେ ଉଡ଼ାଣ ବିଳମ୍ବ ନେଇ ପୋଷ୍ଟ କରିଛି। ରାଞ୍ଚି, ପାଟନା ଏବଂ ବାରାଣସୀରେ କୁହୁଡ଼ି ଏବଂ କମ୍ ଦୃଶ୍ୟମାନତା ଉଡ଼ାଣ ସମୟସୂଚୀକୁ ପ୍ରଭାବିତ କରିପାରେ। ଇଣ୍ଡିଗୋ କହିଛି ଯେ ,ଏହା ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରୁଛି। ଗୋରଖପୁର ଏବଂ ପୂର୍ବ ଅଞ୍ଚଳର କିଛି ସ୍ଥାନରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ମଧ୍ୟ ପ୍ରଭାବିତ ହେଉଛି। ଯାହା ଫଳରେ ଉଡ଼ାଣ ଗତି ବର୍ତ୍ତମାନ ଧୀର ରହିଛି। ସେପଟେ, ପାଖାପାଖି ୨୨ ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି।
୧-୧୯୨୭୨ ହରିଦ୍ୱାର-ଭାବନଗର ଏକ୍ସପ୍ରେସ୍ - ୧ ଘଣ୍ଟା ୭ ମିନିଟ୍ ବିଳମ୍ବରେ ଚାଲିଛି।
୨-୧୨୪୧୭ ପ୍ରୟାଗରାଜ ଏକ୍ସପ୍ରେସ୍ - ୪ ଘଣ୍ଟା ୪ ମିନିଟ୍ ବିଳମ୍ବରେ ଚାଲିଛି।
୩-୧୨୪୨୭ ରେୱା-ଆନନ୍ଦ ବିହାର ଏକ୍ସପ୍ରେସ୍ - ୩ ଘଣ୍ଟା ୫୭ ମିନିଟ୍ ବିଳମ୍ବରେ ଚାଲିଛି।
୪-୨୨୪୩୫ ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ - ୮ ଘଣ୍ଟା ୫୨ ମିନିଟ୍ ବିଳମ୍ବରେ।
୫-୧୧୮୪୧ ଗୀତା ଜୟନ୍ତୀ ଏକ୍ସପ୍ରେସ୍ - ୧ ଘଣ୍ଟା ୪୦ ମିନିଟ୍ ବିଳମ୍ବରେ ଚାଲିଛି।
୬-୧୪୨୪୧ ନୌଚଣ୍ଡି ଏକ୍ସପ୍ରେସ୍ - ପ୍ରାୟ ୫ ଘଣ୍ଟା ବିଳମ୍ବରେ ଚାଲିଛି।
୭-୧୩୨୫୭ ଆନନ୍ଦ ବିହାର ଟର୍ମିନସ୍ ଜନସାଧରଣ ଏକ୍ସପ୍ରେସ୍ -ପ୍ରାୟ ୧୨ ଘଣ୍ଟା ବିଳମ୍ବରେ ଚାଲିଛି।
୮-୧୨୫୫୭ ସପ୍ତ କ୍ରାନ୍ତି ଏକ୍ସପ୍ରେସ୍ - ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଚାଲିଛି।
୯-୧୨୪୨୯ ନୂଆଦିଲ୍ଲୀ ଏସି ସୁପରଫାଷ୍ଟ ଏକ୍ସପ୍ରେସ୍ - ପ୍ରାୟ ୪୫ ମିନିଟ୍ ବିଳମ୍ବରେ ଚାଲିଛି।
୧୦-୧୪୨୦୭ ପଦ୍ମାବତ୍ ଏକ୍ସପ୍ରେସ୍ - ପ୍ରାୟ ୪ ଘଣ୍ଟା ବିଳମ୍ବରେ ଚାଲିଛି।
୧୧-୧୨୨୨୫ କୈଫିୟତ ଏକ୍ସପ୍ରେସ୍ - ୪ ଘଣ୍ଟା ବିଳମ୍ବରେ ଚାଲିଛି।