)
Odisha Vigilance: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ମୁରିବାହାଲ ରେଞ୍ଜ ଗୁଲ୍ମୀ ଫରେଷ୍ଟର ଅଶୋକ କୁମାର ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଲୁମି ସେକ୍ସନର ଫରେଷ୍ଟର ଶ୍ରୀ ଅଶୋକ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେ ଜଣେ ଚାଷୀଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ।
ଚାଷୀଙ୍କ ଜମିରୁ ଗତ କିଛି ଦିନ ତଳେ କଟା ହୋଇଥିବା ଗୋଟିଏ ସାଗୁଆନ ଏବଂ ଗୋଟିଏ ଶାଳ ଗଛର କାଠ ପରିବହନ ପାଇଁ ଅନୁମତି ଦେବାକୁ ବାବୁ ଜଣକ ୧୦,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ। ଯେତେବେଳେ ଚାଷୀ ଜଣକ କାଠ କାଠ ପରିବହନ ପାଇଁ ଫରେଷ୍ଟର ଶ୍ରୀ ନାୟକଙ୍କ ଠାରୁ ଅନୁମତି ମାଗିଥିଲେ। ହେଲେ, ଗରିବ ଚାଷୀ ଜଣକ ଉପାୟ ଶୂନ୍ୟ ହୋଇ ଲାଞ୍ଚ ଦେଇ ନ ପାରି ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ଏବଂ ପୂର୍ବ ଯୋଜନା ମୁତାବକ ଚାଷୀ ଜଣକ ଅଶୋକଙ୍କୁ ଟଙ୍କା ଦେବା ସମୟରେ ଧରିଥିଲା ଭିଜିଲାନ୍ସ। ପରେ ତାଙ୍କ ବାସଭବନ ସମତେ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।