ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ ୬୬ ବର୍ଷ ବୟସରେ ଦେବେନ୍ଦ୍ରଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
Trending Photos
)
ଭୁବନେଶ୍ୱର: ଆଳି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ସମୟରେ ୬୬ ବର୍ଷ ବୟସରେ ଦେବେନ୍ଦ୍ରଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି ।
ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ କେନ୍ଦ୍ରାପଡା ରାଜନିତୀରେ ଦେବେନ୍ଦ୍ର ସକ୍ରିୟ ରହିଥିଲେ । ୨୦୧୪ ମସିହାରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର । ଦେବେନ୍ଦ୍ରଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ବିଶିଷ୍ଠ ନେତା ଦେବେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକପ୍ରତିନିଧି ଭାବେ ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
ଓମ୍ ଶାନ୍ତି— Mohan Charan Majhi (@MohanMOdisha) March 21, 2025
Also Read- ରାମ ନବମୀ, ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ନିମନ୍ତେ ପୋଲିସ ବିଭାଗର ବୈଠକ
Also Read- Weekly Lucky Zodiac Sign: ମାର୍ଚ୍ଚ ୨୪ରୁ ୩୦ ଭିତରେ ୫ ରାଶିକୁ ମିଳିବ ଶୁଭଫଳ