)
Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର । ଖସିଲା ସୁନା ରେଟ୍(Gold Rate)। ଆଗକୁ ଆସୁଛି ଭାଲେନଟାଇନ୍ ଡେ' । ଆଉ ତା ପୂର୍ବରୁ ଶସ୍ତା ହୋଇଛି ସୁନା (Gold Price Today)। ଯଦି ଆପଣ ନିଜ ଜୀବନ ସାଥୀଙ୍କୁ କିଛି ସୁନା-ଗହଣା ଉପହାର ଦେବାକୁ ଯାଇଛନ୍ତି । ତେବେ, ଏହି ଖବର ବେଶ୍ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଏପରିକି ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ନଜର ପକାନ୍ତୁ ଆଜିର ସୁନା-ରେଟ୍ କେଉଁ ସହରରେ କେତେ ରହିଛି।
କେଉଁ ସହରରେ କେତେ ରହିଛି ସୁନା ରେଟ୍ , ନଜର ପକାନ୍ତୁ :
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୩,୧୪୦ (Gold rate in India today) ଟଙ୍କା ରହିଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୨୫୦ ଟଙ୍କା ଥିୂବା ବେଳେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୩,୫୩୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚାନ ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ହ୍ରାସ ହୋଇଛି। ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୩୮୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୨୦୦ ଟଙ୍କା ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ଦର ଖସିଛି।
ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୭୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୪୬,୦୪୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୧୦ ଟଙ୍କା ହ୍ରାସ ପାଇଛି। ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ସୁନା ଦରରେ ବଡ଼ ପରିବର୍ତ୍ତନ ଆସିଛି । ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୮,୧୦୦ ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୩୮୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୨୨ କ୍ୟାରେଟରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ହ୍ରାସ ହୋଇଛି। ସେହିପରି ରୂପା ଦର କେଜି ପିଛା ୧୦୦୦ ଟଙ୍କା ଖସି ୭୭,୦୦୦ ଟଙ୍କାରେ ପହଞ୍ଚିଛି। ସିଲଭର ସିଟି କଟକରେ ବି ସୁନା ଦର ଖସିଛି।