)
Gold And Silver Price Today: ବିବାହ ସିଜିନ୍ (Wedding Season) ଆରମ୍ଭ ହୋଇଯାଇଛି । ଲଗାତର ଭାବେ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦର (Gold Price Today)ରେ ପରିବର୍ତ୍ତନ ହୋଇଛି। ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଦେଶର ପ୍ରମୁଖ ସହର ସମେତ ଓଡ଼ିଶାରେ କେତେ ରହିଛି ସୁନା ଦର ?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭, ୨୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପିଛା ୬୨,୫୧୦ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୦୦୦ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ଖସିଛି। ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୫୭,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୦୦୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୨୦୦ ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ରୂପା ଦରରେ ୭୦୦ ଟଙ୍କା ହ୍ରାସ ହୋଇଛି। ରୂପା କିଲୋ ପିଛା ୭୪,୫୦୦ ଟଙ୍କାରେ ପହଞ୍ଚିଛି।
ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦରରେ ମଧ୍ୟ ବିରାଟ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନା ଭରି ପିଛା ରେଟ୍ ୫୮,୩୦୦ ଟଙ୍କା ରହିଛି । ଏବଂ ୨୪ କ୍ୟାରେଟ୍ ଦାମ୍ ୧୦ ଗ୍ରାମ୍ ପିଛା ୬୩,୬୦୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୨୦୦ ଟଙ୍କା ଖସି ଥିବା ବେଳେ ୨୪ କ୍ୟାରେଟରେ ୨୨୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି ଓଡି଼ଶାର ପ୍ରମୁଖ ସହର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ଭରି ପିଛା ୫୭,୭୫୦ ଟଙ୍କା ଥିଲା ବେଳେ ୨୪ କ୍ୟାରେଟ୍ ର ଦାମ ୬୩,୦୦୦ ଟଙ୍କା ରହିଛି। ତେବେ,ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୨୦୦ ଟଙ୍କା ଓ ୨୪ କ୍ୟାରେଟରେ ୨୨୦ ଟଙ୍କା ହ୍ରାସ ପାଇଛି। ସେହିପରି ରୂପାଦରରେ ବି ବିରାଟ ପରିବର୍ତ୍ତନ ହୋଇଛି। ରୂପା ଦର କେଜି ପିଛା ୭୦୦ ଟଙ୍କା ଖସି ୭୬,୦୦୦ ଟଙ୍କାରେ ପହଞ୍ଚିଛି। ସିଲଭର ସିଟିରେ ବି ସୁନା -ରୂପା ଦର ଖସିଛି।