)
Gold Rate Today: ବିବାହ ସିଜିନ୍ ରେ ଗ୍ରାହକଙ୍କୁ ଝଟକା। ଲଗାତର୍ ସପ୍ତାହେ ହେବ ସୁନା ଦର ହୁ ହୁ ହୋଇ ବଢିବାରେ ଲାଗିଛି। ରୂପା ଦର ମଧ୍ୟ ଆକାଶ ଛୁଆଁ ହେବାରେ ଲାଗିଛି। ଯାହାକୁ ନେଇ ଟେନସନ୍ ରେ ରହିଛନ୍ତି ଗ୍ରାହକ । ତେବେ,ଯଦି ଆପଣ ଆଜି ସୁନା ଅଳଙ୍କାର କିଣୁଛନ୍ତି। ତେବେ, ଆସନ୍ତୁ ନଜର ପକାଇବା କେଉଁ ସହରରେ କେତେ ରହିଛି ସୁନା ରୁପା ରେଟ୍..
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୮,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୪୦,୦୨୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ୭୦୦ ଓ ୭୭୦ ଟଙ୍କା ବୃଦ୍ଧି ହୋଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୨୮,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୦,୧୭୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ବଢିଛି।ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୮,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୦,୬୨୦ ଟଙ୍କା ରହିଛି। ଏଠାରେ ଦର ବଢିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୨୮,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୪୦,୦୨୦ ଟଙ୍କା ରହିଛି।
ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୨୮,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୦,୦୨୦ ଟଙ୍କା ରହିଛି।ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୮,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୪୦,୦୨୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୧,୦୫,୦୨୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଦରରେ ୭୦୦,୭୭୦ ଓ ୫୮୦ ଟଙ୍କା ରେଟ ବୃଦ୍ଧି ହୋଇଛି। ଏବଂ ରୂପା କେଜି ପିଛା ୯୦୦୦ ଟଙ୍କା ବୃଦ୍ଧି ହୋଇ ଦର ୨,୫୪,୦୦୦ ରେ ପହଞ୍ଚିଛି। କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୨୮,୩୫୦ ଓ ୧,୪୦,୦୨୦ ଟଙ୍କା ରହିଛି।ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୨୮,୩୫୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୪୦,୦୨୦ ଟଙ୍କା ରହିଛି। ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୨୮,୩୫୦ ଓ ୨୪ କ୍ୟାରେଟ୍ ରେଟ୍ ୧,୪୦,୦୨୦ ଟଙ୍କା ରହିଛି।
ଲଗାତର କିଛି ଦିନ ହେବ ସୁନାରୁପା ଦରରେ ବ୍ରେକ୍ ଲାଗୁ ନାହିଁ। ସୁନାରୁପା ଦର ବୃଦ୍ଧି ହେବାର ପ୍ରମୁଖ କାରଣ କହିଛନ୍ତି ଏକ୍ସପର୍ଟ। ସୁନା ତୁଳନାରେ ରୂପା ଧାତୁ ଅଧିକ ବେଗରେ ବଢୁଛୁ। ବର୍ତ୍ତମାନ ଲକ୍ଷେ ୪୦ ହଜାର ଆଡ଼କୁ ମୁହାଁଇଲାଣୀ ସୁନା। ସୁନା ବୃଦ୍ଧି ହେବାର ଅନେକ ପ୍ରମୁଖ କାରଣ ହେଉଛି, ଋଷ-ୟୁକ୍ରେନ୍ ଯୁଦ୍ଧ,ବିଶ୍ବବ୍ୟାପି ଅଶାନ୍ତି। ଗତକାଲି ଗୋଟିଏ ଦିନରେ ସୁନାଦର କେଜି ପିଛା ୧୦ ହଜାର ଟଙ୍କା ବଢିଛି।ବିଭିନ୍ନ ପ୍ରକାର ଭୂ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ଦର ଦ୍ରୃତ ବେଗରେ ବଢିଚାଲିଛି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ବିଜନେସ୍ ଓ୍ବେବସାଇଟ୍ goodreturns ଉପରେ ଆଧାରିତ। )