Advertisement
Article Detail0/zeeodisha/odisha2776955
Zee OdishaOdisha TrendingGoods Train Derails: ଟ୍ରାକରୁ ଖସିଲା ମାଲବାହି ଟ୍ରେନ, ୩୦ ବଗି ଲାଇନଚ୍ୟୁତ

Goods Train Derails: ଟ୍ରାକରୁ ଖସିଲା ମାଲବାହି ଟ୍ରେନ, ୩୦ ବଗି ଲାଇନଚ୍ୟୁତ

Goods Train Derails: ବୁଧବାର ଦିନ ଅପରାହ୍ନରେ ଆନ୍ଧ୍ରପ୍ରଦେଶର ଚିମିଡିପାଲି ନିକଟରେ ଏକ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ପଡ଼ିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା।

Goods Train Derails
Goods Train Derails

Goods Train Derails: ବୁଧବାର ଦିନ ଅପରାହ୍ନରେ ଆନ୍ଧ୍ରପ୍ରଦେଶର ଚିମିଡିପାଲି ନିକଟରେ ଏକ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ପଡ଼ିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ପୂର୍ବ ତଟ ରେଳପଥ (ECoR)ର ୱାଲ୍‌ଟେୟାର ଡିଭିଜନ ଅଧୀନରେ ଥିବା ଆରାକୁ-କୋଟ୍ଟାଭାଲସା ସେକ୍ସନରେ ଅପରାହ୍ନ ୧:୦୫ ସମୟରେ ଏହି ଘଟଣା ଘଟିଥିଲା।

ECoRର ଏକ ଅଫିସିଆଲ୍ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବରିଷ୍ଠ ରେଳ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏକ ସ୍ୱତନ୍ତ୍ର ରିଲିଫ୍ ଟ୍ରେନ୍ ଘଟଣା ସ୍ଥଳକୁ ପଠାଯାଇଛି । ଏହି ଲାଇନଟି ମୁଖ୍ୟତଃ ମାଲବାହୀ ଟ୍ରେନ ପାଇଁ  ବ୍ୟବହୃତ। 

fallback

Add Zee News as a Preferred Source

ପ୍ରଭାବିତ ଅଂଶଟି ମୁଖ୍ୟତଃ ଏକ ମାଲ ପରିବହନ କରିଡର କିନ୍ତୁ ଲାଇନଚ୍ୟୁତ ହେବା ଫଳରେ କିଛି ଯାତ୍ରୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ବିଶାଖାପାଟଣା ଏବଂ କିରନ୍ଦୁଲ ମଧ୍ୟରେ କିଛି  ଯାତ୍ରୀବାହୀ ଟ୍ରେନ୍‌କୁ ବିଜୟନଗରମ୍ ଓ ରାୟଗଡ଼ା ମାର୍ଗରେ ଗତି ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହେବ ନାହିଁ।

ECoR ବିୟାନରେ ଆହୁରି କୁହାଯାଇଛି, "ଦ୍ରୁତ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସାଧନ ଓ ସମ୍ବଳ ନିୟୋଜିତ କରାଯାଇଅଛି ।"

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ହୋଇଥିବାର ସୂଚନା ମିଳିନାହିଁ। ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଅଧିକାରୀକ ଭାବରେ ଦିଆଯାଇ ନାହିଁ। 

About the Author