Greece Train Accident: ଭୀଷଣ ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୨୬ ଜଣଙ୍କ ଜୀବନ, ୮୫ରୁ ଉର୍ଦ୍ଧ୍ୱ ଗୁରୁତର; ବଢ଼ିପାରେ ମୃତ୍ୟୁ ସଂଖ୍ୟା
Advertisement

Greece Train Accident: ଭୀଷଣ ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୨୬ ଜଣଙ୍କ ଜୀବନ, ୮୫ରୁ ଉର୍ଦ୍ଧ୍ୱ ଗୁରୁତର; ବଢ଼ିପାରେ ମୃତ୍ୟୁ ସଂଖ୍ୟା

Greece Train Accident: ଘଟଣାର କିଛି ସମୟ ପରେ ଅଗ୍ନିଶମ ବିଭାଗର ଅନେକ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଜଣେ ଉଦ୍ଧାର କର୍ମଚାରୀ କହିଛନ୍ତି ଯେ, ରାତିରେ ଘନ ଅନ୍ଧକାର ହେବା ସହ ଦୁର୍ଘଟଣା ପରେ ସବୁଆଡେ ଧୂଆଁ ବ୍ୟାପିବା କାରଣରୁ ଉଦ୍ଧାର କାର୍ଯ୍ୟ ଚଳାଇବାରେ ଅସୁବିଧା ହୋଇଥିଲା, କିନ୍ତୁ ଦଳ ଯଥାସମ୍ଭବ ଚେଷ୍ଟା କରୁଛି ।

Greece Train Accident: ଭୀଷଣ ଟ୍ରେନ୍ ଦୁର୍ଘଟଣା: ଚାଲିଗଲା ୨୬ ଜଣଙ୍କ ଜୀବନ, ୮୫ରୁ ଉର୍ଦ୍ଧ୍ୱ ଗୁରୁତର; ବଢ଼ିପାରେ ମୃତ୍ୟୁ ସଂଖ୍ୟା

Greece Train Accident: ଗ୍ରୀସ (Greeceରେ ୨ଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଭୀଷଣ ଟକ୍କର (Train Accident) ହୋଇଛି । ଏହି ଦୁର୍ଘଟଣାରେ ଅତିକମରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଏହି ଦୁର୍ଘଟଣାରେ ୮୫୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି । ଏହା କୁହାଯାଉଛି ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ଦୁର୍ଘଟଣା ପରେ ଟ୍ରେନରୁ ଲଗାତର ଧୂଆଁ ବାହାରୁ ଥିବାର ନଜରକୁ ଆସିଛି । ଉଦ୍ଧାରକାରୀମାନେ ଟର୍ଚ୍ଚ ସାହାଯ୍ୟରେ ଟ୍ରେନରେ ଫସି ରହିଥିବା ଯାତ୍ରୀମାନଙ୍କୁ ଖୋଜି ବାହାର କରି ଚିକିତ୍ସା ପାଇଁ ପଠାଇଥିଲେ ।

ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଉଦ୍ଧାରକାରୀ ଦଳକୁ ମଧ୍ୟ ଉଦ୍ଧାର କରିବାରେ ସାହାଯ୍ୟ କରୁଛନ୍ତି । ଘଟଣାର କିଛି ସମୟ ପରେ ଅଗ୍ନିଶମ ବିଭାଗର ଅନେକ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଜଣେ ଉଦ୍ଧାର କର୍ମଚାରୀ କହିଛନ୍ତି ଯେ, ରାତିରେ ଘନ ଅନ୍ଧକାର ହେବା ସହ ଦୁର୍ଘଟଣା ପରେ ସବୁଆଡେ ଧୂଆଁ ବ୍ୟାପିବା କାରଣରୁ ଉଦ୍ଧାର କାର୍ଯ୍ୟ ଚଳାଇବାରେ ଅସୁବିଧା ହୋଇଥିଲା, କିନ୍ତୁ ଦଳ ଯଥାସମ୍ଭବ ଚେଷ୍ଟା କରୁଛି ।

ଗ୍ରୀସ (Greece) ଗଣମାଧ୍ୟମ ଅନୁଯାୟୀ, ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଛି । କାହାର ଦୋଷ ଯୋଗୁଁ ଏହି ଦୁର୍ଘଟଣା ଘଟିଛି, ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ । ଗ୍ରୀସର ଥେସାଲୀ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି ଯେ ଏଥେନ୍ସରୁ ଉତ୍ତର ସହର ଥେସଲାନିକୀକୁ ଏକ ଯାତ୍ରୀବାହୀ ଟ୍ରେନ୍ ଯାଉଥିବାବେଳେ ଅନ୍ୟ ଏକ ମାଲବାହୀ ଟ୍ରେନ୍ ଥେସଲନୀକୀରୁ ଲାରିସାକୁ ଆସୁଥିଲା । ଲାରିସା ସହର ପୂର୍ବରୁ ଏହି ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା ।

ଆଗୋରାଷ୍ଟୋସ କହିଛନ୍ତି ଯେ, ଟ୍ରେନରେ ପ୍ରାୟ ୩୫୦ ଲୋକ ଥିଲେ । ସେଥିମଧ୍ୟରୁ ୨୫୦ ଯାତ୍ରୀଙ୍କୁ ଟ୍ରେନ (Train) ରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ଓ ବସ୍‌ରେ ଥେସଲାନିକୀ ସହରକୁ ପଠାଯାଇଛି । ଦୁର୍ଘଟଣା ସମୟରେ ଘଟଣାସ୍ଥଳ ନିକଟ ଦେଇ ଯାଉଥିବା ବ୍ୟକ୍ତିଙ୍କ ଅନୁଯାୟୀ ଦୁର୍ଘଟଣା (Train Accident) ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇଟି ଟ୍ରେନ ମୁହାଁମୁହିଁ ହେବା ପରେ ଲାଗିଲା ଯେମିତି ଭୂକମ୍ପ ଘଟିଛି । ଲୋକମାନେ ଜୋରରେ ପାଟି କରି ସାହାଯ୍ୟ ପାଇଁ ଅପିଲ୍ କରୁଥିଲେ । ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗର ମୁଖପାତ୍ର ଭାସିଲିସ୍ ଭର୍ତ୍ତାକୋଗିଆନିସ୍ କହିଛନ୍ତି ଯେ, ଦୁର୍ଘଟଣା ପରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, IPL 2023ରୁ ବାହାର ହେଲେ ଜସପ୍ରୀତ ବୁମ୍ରା

ଅଧିକ ପଢ଼ନ୍ତୁ:-ଜିଓ ଦେଉଛି ୧ ମାସର ମାଗଣା ରିଚାର୍ଜ! ଡାଟା ଓ କଲିଂ ସବୁକିଛି ଫ୍ରି, ଏପରି ଉଠାନ୍ତୁ ଲାଭ