)
Jatra Artist Guru Prusty Death Update: ଯାତ୍ରା ଅଭିନେତା ତଥା କମେଡିଆନ୍ ଗୁରୁ ପୃଷ୍ଟି ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଗୁରୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇନି। ତାଙ୍କୁ ହତ୍ୟା କରାଯାଇଥିବା ପ୍ରଥମେ ଅଭିଯୋଗ ଆଣିଥିଲେ ଗୁରୁଙ୍କ ପତ୍ନୀ ସ୍ନେହଲତା। ଆଉ ଏବେ ଗୁରୁଙ୍କ ପତ୍ନୀଙ୍କ ସହ ସ୍ବର ମିଳାଇଛନ୍ତି ଯାତ୍ରା ଅଭିନେତା ତଥା କମେଡିଆନ୍ ନରୀ ପଣ୍ତା।

ସେ ଦାବି କରିଛନ୍ତି ଗୁରୁଙ୍କର ଦୁର୍ଘଟଣା ଘଟିନି, ତାଙ୍କୁ ହତ୍ୟା କରାଯାଇଛି। ଗୁରୁଙ୍କର ମୃତ୍ୟୁ କିପରି ହେଲା ତାହା ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି। ଏହି ମୃତ୍ୟୁ ରହସ୍ୟର ଉନ୍ମୋଚନ ହେଉ। କାହିଁକିନା ମୃତ୍ୟୁର କିଛି ସମୟ ପୂର୍ବରୁ ଅଭିନେତା ଗୁରୁ ଅଭିନେତ୍ରୀ ଜିନାଙ୍କ ସହ ପାଣିତୁଣ୍ତ ହୋଇଥିଲା। ଏ-ପରିକି ଗୁରୁଙ୍କ ପତ୍ନୀ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ,ଜିନାଙ୍କ ସହ ତାଙ୍କର ଗୁରୁଙ୍କ ପ୍ରେମ ସମ୍ପର୍କ ଦିର୍ଘ ଦିନ ହେବ ରହିଥିଲା। ଏପରିକି ଗୁରୁ ବିବାହିତ ଜାଣି ମଧ୍ୟ ଅଭିନେତ୍ରୀ ଜଣଙ୍କ ଗୁରୁଙ୍କ ସହ ସମ୍ପର୍କରେ ରହିଥିଲେ। ଏପରିକି ଗୁରୁଙ୍କର ଦୁର୍ଘଟଣା ଦିନ, ସମ୍ପୃକ୍ତ ଯୁବତୀଙ୍କ ସହ ଗୁରୁଙ୍କ ପାଟିତୁଣ୍ତ ହେବାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ,ଗୁରୁ ଏବଂ ସମ୍ପୃକ୍ତ ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଓ ଚାଟ୍ ମଧ୍ୟ ସାମ୍ୱାକୁ ଆସିଥିବା କହିଛନ୍ତି ଗୁରୁଙ୍କ ପତ୍ନୀ। ତେବେ, ଗୁରୁଙ୍କ ମୃତ୍ୟୁ ପଛରେ ଜିନାଙ୍କ ହାତ ଥିବା ଅଭିଯୋଗ ହୋଇଛି। ତଦନ୍ତ ହେଲେ ସତ ସାମ୍ନା କୁ ଆସିବ ବୋଲି କହିଛନ୍ତି ଯାତ୍ରା କମେଡିଆନ୍ ନରି ପଣ୍ତା।
ସୂଚନା ଅନୁସାରେ, ଗତ ରବିବାର ଦିନ ଗୁରୁ ନିଜ ବାଇକ୍ ରେ ଯାତ୍ରାସ୍ଥଳକୁ ଯିବା ବାଟରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର କେନାଲ୍ ଛକ ଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଘଟିଥିଲା। ଏ-ନେଇ ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ଗୁରୁଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲା। ହେଲେ,ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।
ଯାତ୍ରାରେ କମେଡି କରି କୋଟି କୋଟି ଲୋକଙ୍କ ମୁହଁରେ ହସ ଫୁଟାଉଥିବା ଗୁରୁ ନାହାଁନ୍ତି ସତ । ତାଙ୍କର ଜୀବନ୍ତ ଅଭିନୟକୁ ଦର୍ଶକ ଆଜବି ମନରୁ ପାଶୋରି ନାହାଁନ୍ତି। ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ ଗୁରୁଙ୍କ ଅଭିନୟ ଦର୍ଶକ ଦେଖିସାରିଛନ୍ତି। ହେଲେ ଏବେ ସେ ଯାତ୍ରା ଇନ୍ଦ୍ରଭୁବନରେ ଦିର୍ଘ ବର୍ଷ ହେବ କାମ କରୁଥିଲେ । ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଘର ଢେଙ୍କାନାଳ ଯୋରନ୍ଦାରେ ହୋଇଥିବା ବେଳେ ସେ କଟକ ଚଣ୍ତି ମନ୍ଦିରରେ ରହୁଥିଲେ। ଗୁରୁଙ୍କ ଅକାଳ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଯାତ୍ରା ଜଗତ ପାଇଁ ଏକା ଏକ ଅପୂରଣୀୟ କ୍ଷତି କହିଲେ ଅତୃକ୍ତି ହେବ ନାହିଁ।