Shocking Act of Thief: ଟଙ୍କା, ସୁନା ରୂପା କିମ୍ବା ଧନସମ୍ପତ୍ତି ନୁହେଁ ମହିଳାଙ୍କ ଅନ୍ତ ବସ୍ତ୍ର ଚୋରି କରି ନେଉଛନ୍ତି ଚୋର। ଏଭଳି ଅଜବ ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ମଧ୍ୟ ପ୍ରଦେଶ ଗ୍ୱାଲିଅର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଘଚଣା। ଏନେଇ ମିଳିଥିବା ଅନୁଯାୟୀ, ଚୋର ମଧ୍ୟରାତ୍ରୀରେ ଛାତ କିମ୍ବା ପାଇପ୍ ଜରିଆରେ ଘର ଭିତରକୁ ପ୍ରବେଶ କରି ଶୁଖାଇବା ପାଇଁ ରଖାଯାଇଥିବା ଅନ୍ତ ବସ୍ତ୍ର ଚୋରି କରିନେଉଛି।


COMMERCIAL BREAK
SCROLL TO CONTINUE READING

ପୁରା ଘଟଣା କ୍ୟାମେରା ରେ କଏଦ ହୋଇଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଖବର ଅନୁଯାୟୀ ଏପରି ଅନେକ ଚୋରି ଘଟଣା ଘଟୁଥିଲା। ହେଲେ ଲଜ୍ଜା କିମ୍ବା ପ୍ରମାଣ ଅଭାବରୁ ଲୋକେ ଏଭଳି ଅଜବ ଧରଣର ଚୋରି ବାବଦରେ କୌଣସି ଅଭିଯୋଗ କରୁନଥିଲେ।


ଏହି ଘଟଣା ସାମ୍ନାକୁ ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ଜଣେ ବ୍ୟବସାୟୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ରାତି ଅଧରେ ଜଣେ ଚୋର ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କ ଅନ୍ତ ବସ୍ତ୍ର ଚୋରି କରି ନେଇଥିଲା। ବ୍ୟବସାୟୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତକୁ ଉକ୍ତ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଆକାଶ ବର୍ମା ବୋଲି ଚିହ୍ନଟ କରିଛି। ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ପୋଲିସ କହିଛି।


କେବଳ ମଧ୍ୟ ପ୍ରଦେଶ (Madhya Pradesh) ଗ୍ୱାଲିୟର (Gwalior) ନୁହେଁ ଏହା ପୂର୍ବରୁ ଉତ୍ତର ପ୍ରଦେଶ (Uttar Pradesh) ମେରଠ (Meerut) ଠାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା। ସେଠାରେ ମଧ୍ୟ ଅନ୍ତ ବସ୍ତ୍ର ଚୋରି ମାମଲା ସାମ୍ନାକୁ ଆସିଥିଲା। ଯେଉଁଠି ୨ ଜଣ ଯୁବକ ମହିଳାଙ୍କ ପୋଷାକ ଚୋରି କରୁଥିବା ବେଳେ ଧରା ପଡିଥିଲେ।


Also Read: United Kingdom Heatwave: ଗ୍ରୀଷ୍ନ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ, ପୁରୁଷ ପିନ୍ଦୁଛନ୍ତି ନାଇଟ


କେବଳ ଅନ୍ତ ବସ୍ତ୍ର ଚୋରି ହେଉନାହିଁ ବରଂ ବିଦେଶରେ ମହିଳାଙ୍କ ବସ୍ତ୍ର ପରିଧାନ କରିବାକୁ ପଛେଇ ନଥିଲେ ପୁରୁଷ। ଆଣ୍ଟଲାଟିକ ମହାସାଗରରେ ଅବସ୍ଥିତ ବିଟ୍ରେନ ଭଳି ଦ୍ୱୀପରାଷ୍ଟ୍ରରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହି କାରଣରୁ ସାଧାରଣ ଜୀବନଯାତ୍ରା ହୋଇଛି ପ୍ରଭାବିତ। ଗ୍ରୀଷ୍ମ ପ୍ରବାହରୁ ଆରାମ ପାଇବା ପାଇଁ ଲୋକଙ୍କୁ ଦିଆଯାଉଛି ଅଦ୍ଭୁତ ପରାମର୍ଶ। ଫିଲିପାଇନ୍ସ ଭଳି ଅନ୍ୟତମ ଦ୍ୱୀପରାଷ୍ଟ୍ରରେ ବସବାସ କରୁଥିବା ଲୋକେ ଗରମରୁ ଆଶ୍ୱସ୍ତି ପାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଯେଉଁଥିରେ କିଛି ମଜାଳିଆ ପ୍ରଣାଳୀ ମଧ୍ୟ ରହିଛି। ପ୍ରବଳ ଗରମରେ ବ୍ରିଟେନ ବାସିନ୍ଦା ଥଣ୍ଡା ହେବାର ଉପାୟ ଖୋଜୁଛନ୍ତି। ଏନେଇ ଟ୍ୱିଟର ଯୋଗେ ପରାମର୍ଶ ଦିଯାଯାଉଛି ଯେ ଜଣେ ଖାଲି କଟନ କିମ୍ବା ଲାଇଲନ୍ ନିର୍ମିତ ପୋଷାକ ପିନ୍ଧିବା ଆବଶ୍ୟକ। ଯାହା ସମସ୍ତଙ୍କୁ ସହଜରେ ମିଳିପାରିବ। 


ଗ୍ରୀଷ୍ମ ପ୍ରବାହରୁ (Heatwave ) ଆରାମ ପାଇବା ପାଇଁ ଟ୍ୱିଟର ୟୁଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ପରାମର୍ଶ ଦିଆଯାଇଥିଲା ଯେ ପୁରୁଷ (Men) ମହିଳା (Women) ବ୍ୟବହାର କରୁଥିବା ନାଇଟୀ (Nighty Dress) ଭଳି ପୋଷାକ ପିନ୍ଧିବା ଆବଶ୍ୟକ। ଯାହାକୁ ଫିଲିପାଇନ୍ସରେ 'ଡଷ୍ଟର ଡ୍ରେସ' (Philippines Duster Dress) କୁହାଯାଏ।


ପ୍ରବଳ ଗରମ ସମୟରେ ଥଣ୍ଡା ହେବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଆରାମ ପାଇଁ ଲୋକେ ସୋସିଆଲ ମିଡିଆ ଜରିଆରେ ପରାମର୍ଶ ଦେଇଥିଲେ। ଜଣେ ଉପଭୋକ୍ତା କିଛି ନକରିବାକୁ ଏବଂ ସମସ୍ତ ଝରକା ଖୋଲିବାକୁ ପରାମର୍ଶ ଦେବା ସବ ସୋଫା ସାମ୍ନାରେ ପଙ୍ଖା ଲଗାଇ ଶୋଇବାକୁ ପରାମର୍ଶ ଦେଇଥିଲେ। ଗରମ ଦିନରେ  ଅନେକ ଥର ଗାଧୋଇବା ଏବଂ ଦିନସାରା ଘର ଭିତରେ ବିତାଇବା ଭଳି ପରାମର୍ଶ ମଧ୍ୟ ଦିଆୟାଇଛି। ରାତିରେ ସମୟରେ କେଉଁ ଖାଦ୍ୟ ଗ୍ରହଣ କରାଯିବ ଆବଶ୍ୟକ ଏବଂ କେଉଁ ଖଦ୍ୟ ଖାଇବା ଠିକ ନୁହେଁ ସେ ବାବଦରେ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଜଣେ ଫିଲିପାଇନ୍ସ ଟ୍ୱିଟ୍‌ର ୟୁଜର କହିଛନ୍ତି ଯେ ସେ ସାଲାଡ ଖାଉ ନାହାଁନ୍ତି। କାରଣ ତାଙ୍କ ଘର ବହୁତ ଗରମ ହୋଇଯାଉଥିବାରୁ ସେମାନେ ଘର ଭିତରେ ରୋଷେଇ ମଧ୍ୟ କରୁନାହାଁନ୍ତି। 


ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପୁରୁଷଙ୍କ ନାଇଟି ପିନ୍ଧିଥିବାର ଫଟୋ ଅଧିକ ଭାଇରାଲ ହୋଇଥିଲା। ଲୋକେ ଫିଲିପାଇନ୍ସ ଶୈଳୀରେ ଗରମରୁ ରକ୍ଷା ପାଇବାର ଏହି ଉପାୟକୁ ପସନ୍ଦ କରିଥିଲେ। ଲୋକଙ୍କୁ ଗୋଟିଏ ଉପାୟ ପସନ୍ଦ ଆସିଥିଲା ଯେଉଁଥିରେ ମହିଳା ବ୍ୟବହାର କରୁଥିବା ନାଇଟୀ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏନେଇ ଜଣେ ୟୁଜର କହିଛନ୍ତି ଆପଣ କେଉଁଠାରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଗ୍ରୀଷ୍ମ ପ୍ରବାହରୁ କିପରି ବଞ୍ଚିହେବ ତାହା ଜରୁରୀ। ଏହି ଉପାୟ ପ୍ରଭାବଶାଳୀ ହୋଇପାରେ। ଗରମ ବେଳେ ଥଣ୍ଡା ରହିବା ଆବଶ୍ୟକ।