Advertisement
Article Detail0/zeeodisha/odisha2699913
Zee OdishaOdisha Trendingକାମାକ୍ଷା ଏକ୍ସପ୍ରେସ ବଗି ଲାଇନ୍‌ଚ୍ୟୁତ ଘଟଣାରେ ହେଲ୍ପଲାଇନ୍ ନମ୍ୱର ଜାରି

କାମାକ୍ଷା ଏକ୍ସପ୍ରେସ ବଗି ଲାଇନ୍‌ଚ୍ୟୁତ ଘଟଣାରେ ହେଲ୍ପଲାଇନ୍ ନମ୍ୱର ଜାରି

କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧, ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି ।

କାମାକ୍ଷା ଏକ୍ସପ୍ରେସ ବଗି ଲାଇନ୍‌ଚ୍ୟୁତ ଘଟଣାରେ ହେଲ୍ପଲାଇନ୍ ନମ୍ୱର ଜାରି

କଟକ: କାମାକ୍ଷା ଏକ୍ସପ୍ରେସ ବଗି ଲାଇନ୍‌ଚ୍ୟୁତ ଘଟଣାରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଇଷ୍ଟକୋଷ୍ଟ ରେଲୱେ । ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି । ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି । କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧, ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଉପରିସ୍ଥ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି। ଫସିଥିବା ଯାତ୍ରୀଙ୍କୁ କଟକ ଅଣାଯାଉଛି । ସେମାନଙ୍କୁ କଟକ ଫେରାଇ ଆଣିବା ପରେ ବିକଳ୍ପ ବ୍ୟବସ୍ଥା ନେଇ ଯୋଜନା କରାଯିବ । ଘଣ୍ଟାଏରୁ ଅଧିକ ସମୟ ଧରି ଟ୍ରେନ ଅଟକି ରହିବା କାରଣରୁ ପିଇବା ପାଇଁ ଯାତ୍ରୀମାନେ ନିବେଦନ କରିଛନ୍ତି। ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ନିଆଯାଉଛି। ଷ୍ଟ୍ରେଚରରେ ୩ ଆହତଙ୍କୁ SCB ମେଡିକାଲ ନିଆଯାଇଛି । ମୋଟ ୨୩ ଜଣ ଯାତ୍ରୀ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି

ଅନ୍ୟପଟେ, ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ହୋଇଛି । ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳିଥିବା ସୂଚନା ମିଳିଛି ।

Add Zee News as a Preferred Source

Also Read- Sun Mars Moon Transits: ତିନି ଗ୍ରହଙ୍କ ଶୁଭ ପ୍ରଭାବ ପଡିବ ୩ ରାଶିରେ, ମିଳିବ ଧନ !

Also Read- ଯାତ୍ରା ଅଭିନେତା ନରୀ ପଣ୍ଡାଙ୍କୁ ମାଡ ଅଭିଯୋଗ, କହିଲେ ଯାତ୍ରା ଛାଡିଦେବି

About the Author