E-ZERO FIR: ଗୃହମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି ଯେ, ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଯେକୌଣସି ଅପରାଧୀଙ୍କୁ ଦ୍ରୁତ ଗତିରେ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ କରିଛି।
Trending Photos
E-ZERO FIR: ସୋମବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ x ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି। ଗୃହମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି ଯେ, ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଯେକୌଣସି ଅପରାଧୀଙ୍କୁ ଦ୍ରୁତ ଗତିରେ ଧରିବା ପାଇଁ ଏକ ନୂତନ ଇ-ଜିରୋ ଏଫଆଇଆର ପଦକ୍ଷେପ ଆରମ୍ଭ କରିଛି।
ଗୃହମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଦିଲ୍ଲୀ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିବା ଏହି ନୂତନ ବ୍ୟବସ୍ଥା, NCRP କିମ୍ବା 1930 ରେ ପଞ୍ଜିକୃତ ସାଇବର ଆର୍ଥିକ ଅପରାଧଗୁଡ଼ିକୁ ସ୍ୱୟଂଚାଳିତ ଭାବରେ FIR ରେ ପରିଣତ କରିବ। ଏହି ନୂତନ ବ୍ୟବସ୍ଥା, ଯାହା ପ୍ରାରମ୍ଭରେ 10 ଲକ୍ଷ ଟଙ୍କା ସୀମାରୁ ଅଧିକ ମାମଲା ପାଇଁ ପ୍ରଯୁଜ୍ୟ ହେବ । ଏଥିସହ ସାଇବର ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦ୍ରୁତ ଯାଞ୍ଚ କରିବ । ଏହା ଖୁବ୍ ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
Union Home Minister Amit Shah tweets, "The MHA's Indian Cybercrime Coordination Centre (I4C) introduced the new e-Zero FIR initiative to nab any criminal with unprecedented speed. Launched as a pilot project for Delhi, the new system will automatically convert cyber financial… pic.twitter.com/DF8FoXRwom
— ANI (@ANI) May 19, 2025
ଅମିତ ଶାହ କହିଛନ୍ତି ଯେ, ଏକ ସାଇବର-ସୁରକ୍ଷିତ ଭାରତ ଗଠନ ପାଇଁ ମୋଦୀ ସରକାର ସାଇବର ସୁରକ୍ଷା ଗ୍ରୀଡକୁ ସୁଦୃଢ଼ କରୁଛନ୍ତି। I4C ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ଏହାଦ୍ଵାରା ଏକ ସମନ୍ୱିତ ଏବଂ ବ୍ୟାପକ ଭାବରେ ସାଇବର ଅପରାଧର ମୁକାବିଲା କରିବା ପାଇଁ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ଏକ ଢାଞ୍ଚା ଏବଂ ଇକୋସିଷ୍ଟମ ପ୍ରଦାନ କରାଯାଇପାରିବ। ଶାହ କହିଛନ୍ତି ଯେ, ଦେଶରେ ସାଇବର ଅପରାଧ ରୋକିବା ପାଇଁ I4C କୁ ନୋଡାଲ ବିଭାଗ କରାଯାଇଛି। ନୂତନ ବ୍ୟବସ୍ଥା ସାଇବର ଅପରାଧୀଙ୍କୁ ଧରିବାକୁ ସହଜ କରିବ।
Also Read- BSNL Plan: ବିଏସଏନଏଲ ଲଞ୍ଚ କଲା ଦୁଇଟି ନୂଆ ପ୍ଲାନ୍, ପ୍ରତିଦିନ ମିଳିବ 2GB ଡାଟା !
Also Read- EPFO: ସେବାରେ ପରିବର୍ତ୍ତନ କରିଛି ଇପିଏଫଓ, କେମିତି କରିବେ PF ଟ୍ରାନ୍ସଫର ଏବଂ ବାଲାନ୍ସ ଚେକ୍ ? ଜାଣନ୍ତୁ