Advertisement
Article Detail0/zeeodisha/odisha2531787
Zee OdishaOdisha Trending8th Pay Commssion: ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ଖୁସି ଖବର, ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

8th Pay Commssion: ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ଖୁସି ଖବର, ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

ଅଷ୍ଟମ ବେତନ କମିଶନକୁ ନେଇ କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟରତ କର୍ମଚାରୀମାନେ ନୂଆ ବର୍ଷରେ ଖୁସି ଖବର ପାଇ ପାରନ୍ତି। ସରକାର ଏହି ଅଷ୍ଟମ ବେତନ କମିଶନକୁ ନେଇ ଖୁବ ଶୀଘ୍ର ଏକ ଘୋଷଣା କରିବାକୁ ଯାଉଛନ୍ତି। କୁହାଯାଉଛି କି ଏହି ଅଷ୍ଟମ ବେତନ କମିଶନ ଲାଗୁ ହେବା ନେଇ ଘୋଷଣା ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ସର୍ବନିମ୍ନ ଦରମା ୧୮୬ ପ୍ରତିଶତ ବୃଦ

8th Pay Commssion: ନୂଆବର୍ଷରେ ସରକାରୀ କର୍ମଚାରୀଙ୍କୁ ଖୁସି ଖବର, ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

8th Pay Commssion: ଅଷ୍ଟମ ବେତନ କମିଶନକୁ ନେଇ କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟରତ କର୍ମଚାରୀମାନେ ନୂଆ ବର୍ଷରେ ଖୁସି ଖବର ପାଇ ପାରନ୍ତି। ସରକାର ଏହି ଅଷ୍ଟମ ବେତନ କମିଶନକୁ ନେଇ ଖୁବ ଶୀଘ୍ର ଏକ ଘୋଷଣା କରିବାକୁ ଯାଉଛନ୍ତି। କୁହାଯାଉଛି କି ଏହି ଅଷ୍ଟମ ବେତନ କମିଶନ ଲାଗୁ ହେବା ନେଇ ଘୋଷଣା ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ସର୍ବନିମ୍ନ ଦରମା ୧୮୬ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦିଓ ଏହାକୁ ନେଇ ସରକାରୀ ସ୍ତରରେ କୌଣସି ସୂଚନା ସାମ୍ନାକୁ ଆସିପାରି ନାହିଁ. କିନ୍ତୁ ଆଗାମୀ ବଜେଟରେ ଏନେଇ ସରକାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। 

କେତେ ବଢିବ ଦରମା
ମିଡିଆ ରିପୋର୍ଟ ମୁତାବକ ସରକାର ନୂଆ ବେତନ ଆୟୋଗ ଅନୁଯାୟୀ ୨.୮୬ ଗୁଣା ବେତନ ବୃଦ୍ଧି କରିବାକୁ ସରକାର ସୁପାରିଶ କରିପାରନ୍ତି। ଏହି ବୃଦ୍ଧି ୨.୮୬ ଫିଟମେଣ୍ଟ ଫ୍ୟାକ୍ଟର ଉପରେ ଆଧାରିତ ହେବ। ଯାହା ନ୍ୟାସନାଲ କାଉନସିଲ୍ ଅଫ୍ ମିଳିତ ପରାମର୍ଶଦାତା (NC-JCM) ଦ୍ୱାରା ପ୍ରସ୍ତାବିତ। ସରକାରୀ କର୍ମଚାରୀଙ୍କ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଫିଟମେଣ୍ଟ ଫ୍ୟାକ୍ଟର୍ ମାଧ୍ୟମରେ ନିର୍ଣ୍ଣୟ କରାଯାଏ।

ସପ୍ତମ ବେତନ ଆୟୋଗ ଅନୁଯାୟୀ କେନ୍ଦ୍ର ସରାକର ୨.୫୭ ଫିଟମେଣ୍ଟ ଫ୍ୟାକ୍ଟରର ବ୍ୟବହାର କରିଥିଲେ। ଏହି ଫିଟମେଣ୍ଟ ଫ୍ୟାକ୍ଟରର ସର୍ବନିମ୍ନ ବେତନ ୭ ହଜାର ଟଙ୍କାରୁ ବୃଦ୍ଧି ପାଇଁ ୧୮ ହଜାର ଟଙ୍କାରେ ପହଞ୍ଚିଥିଲା। ଏଭଳି ନୂଆ ବେତନ ଆୟୋଗ ଲାଗୁ ହେବା ପରେ ଦରମା ଓ ପେନସନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଯଦିଓ କେନ୍ଦ୍ରୀୟ କର୍ମଚାରୀ ୨.୫୭ ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ଦରମା ଦିଆଯାଇଥାଏ। ଏଥିରେ ବୃଦ୍ଧି କରାଯାଇ ୨.୮୬ କରାଯାଏ ତେବେ କର୍ମଚାରୀଙ୍କର ବର୍ତ୍ତମାନ ମୂଳ ଦରମାରେ ବଡ଼ ପରିବର୍ତ୍ତନ ହେବ। ଉଦାହରଣ ସ୍ୱରୂପ ମୂଳ ଦରମା ୧୮ ହଜାର ଟଙ୍କା ହୁଏ ତେବେ ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ପରେ ଏହା ବୃଦ୍ଧି ପାଁ ୫୧୪୮୦ ଟଙ୍କାରେ ପହଞ୍ଚିବ। 

Add Zee News as a Preferred Source

ପେନସନରେ କେତେ ହେବ ପରିବର୍ତ୍ତନ
ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ପାଇବା ପରେ ପେନସନରେ ମଧ୍ୟ ବୃଦ୍ଧି ହେବ। ଯେମିତିକି ବର୍ତ୍ତମାନ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା ରହିଛି। ଫିଟମେଣ୍ଟ ଫ୍ୟାକ୍ଟର ୨.୮୬ ପ୍ରତିଶତ ହେଲେ ଏହା ବୃଦ୍ଧି ପାଇଁ ୨୫୭୪୦ ଟଙ୍କାରେ ପହଞ୍ଚିବ। ଏଠାରେ କହି ରଖୁ କି ଚଳିତ ବର୍ଷ ଦୀପାବଳୀରେ କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଥିଲେ। ସରକାର ମହଙ୍ଗା ଭତ୍ତାରେ 3 ପ୍ରତିଶତ ବୃଦ୍ଧି କରିଥିଲେ। ମହଙ୍ଗା ଭତ୍ତା ବୃଦ୍ଧି ବ୍ୟତିତ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପିଛିଲା ଭାବେ ଲାଗୁ କରିଥିଲେ ସରକାର। 

About the Author