Advertisement
Article Detail0/zeeodisha/odisha2993054

ନୂଆପଡା ଜିଲ୍ଲାରୁ ୧ କୋଟି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅବକାରୀ ସାମଗ୍ରୀ ଜବତ

ଭୋଟ ମୁହାଁ ହୋଇଥିବା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅବକାରୀ ସାମଗ୍ରୀ ବିକ୍ରି ଓ ବଣ୍ଟନ ବଢ଼ୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଶୋଭାଯାତ୍ରା ଓ ବୈଠକ ଲାଗି ଲୋକଙ୍କୁ ମଦ ଏବଂ ଅନ୍ୟନ୍ୟ ନିଶା ସାମଗ୍ରୀ ବଣ୍ଟାଯାଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ସତର୍କ ହୋଇଛି। ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ଏହି ନିର୍ବାଚନ ମଣ

  • ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନରେ ଭୋଟ ଗ୍ରହଣ କରାଯିବ। ଏଥିଲାଗି ବିଭନ୍ନ ସ୍ଥାନରେ ପ୍ରଚାର ଜୋରଦାର ଚାଲିଛି। ଆଉ ଦୁଇଦିନ ଏହି ପ୍ରଚାର ଚାଲିବ।  ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଅବକାରୀ ସାମଗ୍ରୀର ତଲାସୀ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Trending Photos

ନୂଆପଡା ଜିଲ୍ଲାରୁ ୧ କୋଟି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଅବକାରୀ ସାମଗ୍ରୀ ଜବତ

ଭୁବନେଶ୍ୱର: ଭୋଟ ମୁହାଁ ହୋଇଥିବା ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅବକାରୀ ସାମଗ୍ରୀ ବିକ୍ରି ଓ ବଣ୍ଟନ ବଢ଼ୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ଶୋଭାଯାତ୍ରା ଓ ବୈଠକ ଲାଗି ଲୋକଙ୍କୁ ମଦ ଏବଂ ଅନ୍ୟନ୍ୟ ନିଶା ସାମଗ୍ରୀ ବଣ୍ଟାଯାଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ସତର୍କ ହୋଇଛି। ନିରପେକ୍ଷ ନିର୍ବାଚନ ପରିଚାଳନା ଲାଗି ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଏଥିଯୋଗୁ ୧ କୋଟି ୨୦ ଲକ୍ଷ ଟଙ୍କାରୁ ଅଧିକ ସାଗ୍ରୀ ଏ ଭିତରେ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନରେ ଭୋଟ ଗ୍ରହଣ କରାଯିବ। ଏଥିଲାଗି ବିଭନ୍ନ ସ୍ଥାନରେ ପ୍ରଚାର ଜୋରଦାର ଚାଲିଛି। ଆଉ ଦୁଇଦିନ ଏହି ପ୍ରଚାର ଚାଲିବ।  ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗକୁ ଅବକାରୀ ସାମଗ୍ରୀର ତଲାସୀ ପ୍ରକ୍ରିୟାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 ଏହିକ୍ରମରେ ନୂଆପଡ଼ା ବକାରୀ ବିଭାଗ କଡ଼ାକଡ଼ି ଭାବେ ଚଢ଼ଉ କରୁଛି।  ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦିନରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅବକାରୀ ବିଭାଗ ୮୬  ଲିଟର ବିଅର୍, ୪୨ ଲିଟର ବିଦେଶୀ ମଦ, ୬୯୬୩    ଲିଟର ହାତ ରନ୍ଧା ମଦ, ୧୫୧୨   ଲିଟର ବାହାର ଭାଟି ମଦ, ୬୦ କିଲୋଗ୍ରାମ ଗଞ୍ଜେଇ ଏବଂ ୧,୭୧, ୩୦୦ କିଲୋଗ୍ରାମ ମହୁଲ ପୋଚ ଜବତ କରିଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୨୦  ଲକ୍ଷ ୦୩  ହଜାର ୭୫୬  ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହା ସହିତ ୮  ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ୨୪୨ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଥିଲା ବେଳେ ୧୩୪    ଜଣଙ୍କୁ ଗିରଫ କରାଯାଇଥିବା ନୂଆପଡାର ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣକୁ ସମ୍ପୂର୍ଣ୍ଣ ପ୍ରତିହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ପ୍ରଶାସନ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Add Zee News as a Preferred Source
About the Author