)
MR Gulua and Barsha Case: ଲୋକପ୍ରିୟ ୟୁଟୁବର୍ ତଥା ହାସ୍ୟ ଅଭିନେତା ଗୁଲୁଆ ଏବଂ ଧର୍ମପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି । ଗଣମାଧ୍ୟମରେ ଉଭୟ ବର୍ଷା ଏବଂ ଗୁଲୁଆ ପ୍ରତିଦିନ ନୂଆ ନୂଆ ଗୁମର ଖୋଲୁଛନ୍ତି । କ୍ୟାମେରା ସାମ୍ନାରେ ବର୍ଷା ଗୁଲୁଆଙ୍କର ଅନେକ ପୋଲ୍ ଖୋଲିଛନ୍ତି ।
ବର୍ଷାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ବର୍ଷା କହିଛନ୍ତି ଯେ, 'ମୁଁ ଘରେ ଅଛି ଆପଣ କଣ କରିବେ ବର୍ଷା କାହିଁକି ରଖିଲାନି ରିଲେସନସିପ୍ ସେଥିପାଇଁ ଆପଣ ପଳେଇବେ ଆପଣଙ୍କୁ ଲାଜ ଲାଗୁନି ଟିକେ'। 'ଆପଣ ରିଲେସନସିପ୍ ରଖିକି ଏପରି କହିବେ' । 'ଆପଣଙ୍କ ପାଇଁ ଶାରିରୀକ ସମ୍ପର୍କ ଏତେ ଇମ୍ପୋଣ୍ଟାଣ୍ଟ ଆପଣ ପଳେଇବେ' । 'କଣ ପ୍ରମାଣ ଅଛି ମୁଁ ଅନୁରୋଧ କରୁଛି ଦିଅନ୍ତୁ' । 'ମୁଁ କେଉଁଠି କହିଛି ତମ ମୋ ଭିତରେ ଆଉ ଫିଜିକାଲ୍ ରେଲେସନସିପ୍ ନାହିଁ ଯେଉଁଥିପାଇଁ ତମେ ଏକ୍ସଟ୍ରାମାରିଟାଲ ଆଫୟାର କଲ ତାର ପ୍ରମାଣ ଦିଅ' । 'ତମେ ଏତେ ମିଛୁଆ ଆଶିଷ, ତମେ ଜାଣିନ ଯେତେବେଳେ ମୁଁ ଘର ଛାଡିକି ଆସିଥିଲି ତମେ ଏପଟ ଘରକୁ ଆସିଥିଲ' । 'ତମେ କହିଲ ବର୍ଷା ମୋ ସହ ଫିଜିକାଲ ରିଲେସନ୍ ରଖିଲାନି ବୋଲି ମୁଁ ଏକ୍ସଟ୍ରା ଆଫାୟାର କଲି' । 'ତମେ ଯେଉଁ ଭିଡିଓ ଦେଖାଉଛ ସେ ଭିଡିଓର ଡେଟ୍ ଦେଖାଅ' । 'ତମେ କହୁଛ ବାହାଘରର ୬ମାସ ପରେ ଏମିତି ହୋଇଛି ତେବେ ତମେ ଡେଟ୍ ଦେଖାଅ' । 'ଯଦି ବାହାଘର ବର୍ଷେ ପରେ ଆମେ ଭିଡିଓ କରିଥିବା ତାହାର ଭାଲ୍ୟୁ କିଛି ନାହିଁ' ।
କାନ୍ଦି କାନ୍ଦି କ୍ୟାମେରା ଆଗରେ ବର୍ଷା କହିଛନ୍ତି ଯେ, 'ତମେ ମତେ କାହିଁକି ବାଡେଇକି ଘରୁ ବିଦା କରିଥିଲ' ? 'କଣ ପାଇଁ ତମ ବାପା କହିଲେ ତୁ ପଳା'? । 'କଣ ପାଇଁ କହିଲେ ତୁ ପଳା ତତେ ପଇସା ଦେଇକି ସର୍ଟଆଉଟ୍ କରିଦବୁ' ? । 'ମୁଁ ୮ ବର୍ଷ ରହିଲି ମୋ ଲାଇଫ୍ ସ୍ମଏଲ୍ ହେଲା ମୋ ଲାଇଫ୍ ର କିଛି ଭ୍ୟାଲ୍ୟୁ ନାହିଁ' ? 'ରାତି ଦିନ ଏକ କରି ମୁଁ ସବୁକାମ କରିଥିଲି ମୋ ଲାଇଫ୍ ର ଭ୍ୟାଲ୍ୟୁ କଣ' ? 'ଆପଣ ୨୦କି ୩୦ ଲକ୍ଷ ଟଙ୍କା ଦେଇଦେବେ ମୋ ଲାଇଫ୍ ସେଟେଲ୍ ହେଇଯିବ' ?
ବର୍ଷା ଏକଥା ମଧ୍ୟ କହିଛନ୍ତି ଯେ, 'ଯେତେବେଳେ ମୁଁ ଏ କେସ୍ ଧରିଲି ମୋର ସନ୍ଦେହ ଆସିଲା ମୁଁ କହିଲି ନାଇଁ ତମେ ଏମିତି ଆଫାୟାର କରୁଛ ମୋର ତମ ଉପରେ ଭରଷା ନାହିଁ' । 'ଆଉ ଆମେ ଫ୍ୟାମିଲି ପ୍ଲାନିଂ କରିବା ବୋଲି ମୁଁ ମୋନାର୍ ଯାଇଥିଲି' । 'ତମେ କହିଲ ବୁଲାବୁଲି କରିକି ଆସ କାରଣ ଫ୍ୟାମିଲି ପ୍ଲାନିଂ କଲେ ଆମେ ଆଉ ବୁଲାବୁଲି କରିପାରିବାନି' । 'କେମିତି ଏତେ ଆକ୍ଟିଂ କରି ମିଛ କହୁଛ' ? 'କଣ ପାଇଁ ମିଛ କହୁଛ' ? 'ମତେ ଖାଲି କୁହ ତ ଝିଅ ଆଫାୟାର ତମେ କାହିଁକି କଲ' ? 'ତା ମାନେ ମୁଁ ବେବି ପ୍ଲାନ୍ କଲିନି ବୋଲି ତମେ ଆଫାୟାର କଲ ?' ଆପଣ ଯେଉଁ ବଡ ଆକ୍ଟରଙ୍କଠାରୁ ଶିଖିକି ଏକଥା କହୁଛନ୍ତି ତାର କିଛି ଲାଭ ନାହିଁ ଆଜ୍ଞା, ସେ ପ୍ଲାନ୍ ଫେଲ୍ । 'ମୁଁ ଆଠ ମାସ ଯଦି ରହିଲିନି ତମେ ଆଫାୟାର କରିଦବ' ? ବୋଲି ବର୍ଷା ପ୍ରଶ୍ନ କରିଛନ୍ତି ।
ଗୁଲୁଆଙ୍କ ପତ୍ନୀ ବର୍ଷା ଆଉଏକ ଅଭିଯୋଗ କରି କହିଛନ୍ତି ଯେ, 'ଯେତେବେଳେ ମୁଁ ଗୁଲୁଆଙ୍କ ଏକ୍ସଟ୍ରାମାରିଟାଲ ଆଫାୟାର ଧରିଥିଲି ତାପରେ ତାଙ୍କର ବହୁତ ସାରା ପ୍ରୋବ୍ଲେମ୍ ଆସିଥିଲା । ତାଙ୍କୁ ଏକ ରୋଗ ହୋଇଥିଲା ଯେଉଁଥିପାଇଁ ଆମେ ଗାଇନିଂ ଟେଷ୍ଟ କରାଇଥିଲୁ । ମୋର ମଧ୍ୟ ଇନଫେକ୍ସନ ହେଇଥିଲା । ଡାକ୍ତର ତାଙ୍କୁ କହିଥିଲେ ୩ ମାସର ଗ୍ୟାପ୍ ନେବା ପାଇଁ ହେଲେ ଗୁଲୁଆ ଡାକ୍ତରଙ୍କ କଥା ମାନି ନଥିଲେ' ।