Advertisement
Article Detail0/zeeodisha/odisha2651172
Zee OdishaOdisha Trendingହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା

ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା

ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ହାତଲେଖା ଚିଠିକୁ ନେଇ IAS ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ଚର୍ଚ୍ଚା

ଭୁବନେଶ୍ୱର: ବରିଷ୍ଠ ଆଇଏସଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା ନେଇ କିଛି ଗଣମାଧ୍ୟମରେ ଖବର ପରିବେଷଣ ହୋଇଛି । ଏକ ହାତ ଲେଖା ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବିଷ୍ଣୁପଦ ସେଠୀ । ସିବିଆଇ ରେଡକୁ ବିରୋଧ କରି ବିଷ୍ଣୁପଦ ଇସ୍ତଫା ଦେଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ସୂଚନାଯୋଗ୍ୟ, ୧୯୯୫ ବ୍ୟାଚର IAS ଅଫିସର ହେଉଛନ୍ତି ବିଷ୍ଣୁପଦ ସୋଠୀ। ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲା କାରଣରୁ ତାଙ୍କ ଘରେ ରେଡ୍ କରାଯାଇଥିଲା । ଆଜି ପୁଣି ଥରେ ସକାଳୁ ସିବିଆଇର ୮ ଜଣିଆ ଏକ ଟିମ୍ ପହଞ୍ଚି ତାଙ୍କ ଘରେ ରେଡ୍ କରିଛି ।

ସୂଚନା ଅନୁସାରେ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ ରେଡ୍ କରାଯାଇଥିବା କୁହାଯାଉଛି । ରେଡ୍ ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ବିଷ୍ଣୁପଦଙ୍କ କହିବାନୁଯାୟୀ, କୌଣସି ଏତଲା ନ ଥାଇ ବିନା କାରଣରେ ତାଙ୍କ ଘରେ ସିବିଆଇ ରେଡ୍ କରିଛି । ୩୦ ବର୍ଷ ହେବ ସ୍ଵଚ୍ଛତାର ସହ କାମ କରୁଛି ତଥାବି ମତେ ହାରାସ୍ କରାଯାଉଛି ବୋଲି ବିଷ୍ଣୁ ଅଭିଯୋଗ କରିଛନ୍ତି । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡର ଗୋଷ୍ଠୀ ମହାପ୍ରବନ୍ଧକ ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ଏପରିକି ସେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆଶଂକା କରିଛନ୍ତି । ତାଙ୍କ ପତ୍ନୀଙ୍କ ଉପରେ ମଧ୍ଯ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ବିଷ୍ଣୁପଦ ଏକଥା ମଦ୍ୟ କହିଛନ୍ତି ଯେ, କଲେଜକୁ ଯାଇ ଝିଅକୁ ମଧ୍ୟ ହାରାସ କରାଯାଇଛି ବିଭିନ୍ନ ସମୟରେ ପରିବାରକୁ ଧମକ ଦିଆଯାଉଛି । ଆମେ ନିଃସହାୟ ।

Add Zee News as a Preferred Source

ପୂର୍ବରୁ ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ମାମଲାରେ ଆଗରୁ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଦୁଇ ଠିକାଦାର ଓ ୩ ଜଣଙ୍କୁ ସିବିଆଇ ପକ୍ଷରୁ ଗିରଫ  କରାଯାଇଥିଲା। ପରେ ସେମାନେ ଜାମିନ ପାଇଁ ଆବେଦନ କରିଥିଲେ । ଏହି ମାମଲାରେ ଆଗରୁ ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇଥିଲେ ଏବଂ ତାଙ୍କୁ ଜେରା କରାଯାଇଥିଲା। ଆଜି ବିଷ୍ଣୁପଦଙ୍କ ଭୋଗରାଇ ବ୍ଳକ୍ ସ୍ଥିତ ନରସଂହପୁର ଅଞ୍ଚଳରେ ଥିବା ପୈତୃକ ବାସଭବନରେ ୩ ଜଣିଆ ସିବିଆଇ ଟିମ ଚଢାଉ କରିଛନ୍ତି । ଛାନବିନ କରି ବିଭିନ୍ନ ତଥ୍ୟ ହାସଲ କରିଛନ୍ତି ସିବିଆଇ ଟିମ୍ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଷ୍ଣୁପଦ କହିଛନ୍ତି ଯେ, ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ । ମତେ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଛି । ମତେ ମାନସିକ ସ୍ତରରେ ହଇରାଣ କରାଯାଉଥିବା ସେ କହିଛନ୍ତି ।

About the Author