Advertisement
Article Detail0/zeeodisha/odisha2680728
Zee OdishaOdisha TrendingHeat Wave Alert: ରାଜ୍ୟରେ ଏହି ସବୁ ସ୍ଥାନ ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

Heat Wave Alert: ରାଜ୍ୟରେ ଏହି ସବୁ ସ୍ଥାନ ପାଇଁ ହିଟ୍ ୱେଭ୍ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

Odisha Heat Wave Alert: ଭାରତୀୟ ପାଣିପାଗ ବିଭାଗ (IMD) ମାର୍ଚ୍ଚ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସ୍ଥିତି (severe heat wave) ଉପୁଜିବା ନେଇ ପୂର୍ବାନୁମାନ କରିଛି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Odisha Heat Wave Alert
Odisha Heat Wave Alert

IMD Heat Wave Alert: ଭାରତୀୟ ପାଣିପାଗ ବିଭାଗ (IMD) ମାର୍ଚ୍ଚ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳ ଗ୍ରୀଷ୍ମ ପ୍ରବାହ (severe heat wave) ସ୍ଥିତି ଉପୁଜିବା ନେଇ ପୂର୍ବାନୁମାନ କରିଛି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ଲୋକଙ୍କୁ ଅତ୍ୟଧିକ ତାପମାତ୍ରାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

IMD ଅନୁଯାୟୀ ଝାରସୁଗୁଡ଼ା, ସମ୍ବଲପୁର ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ ହିଟ୍ ୱେଭ୍ରୁ ହେବି ହିଟ୍ ୱେଭ୍ ସ୍ଥିତି ଜାରି ରହିବାର ସମ୍ଭାବନା ଅଛି। ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସୋନପୁର, କଳାହାଣ୍ଡି ଏବଂ ଗଜପତିରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ସ୍ଥିତି ଆଶଙ୍କା କରାଯାଉଛି।

ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗିର ଏବଂ ମାଲକାନଗିରି ଭଳି ଜିଲ୍ଲାଗୁଡ଼ିକରେ ରାତିରେ ଗରମ ରହିବାର ସମ୍ଭାବନା ଥିବାବେଳେ ଖୋର୍ଦ୍ଧା, ପୁରୀ, ଯାଜପୁର ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ସମେତ ଗୁଳୁଗୁଳିର ପରିସ୍ଥିତି ହେବାର ସମ୍ଭାବନା ରହିଛି।

Add Zee News as a Preferred Source

IMD ଏସବୁ ଦିନ ପାଇଁ ଜାରି କଲା ୱାର୍ଣ୍ଣିଂ:

ମାର୍ଚ୍ଚ ୧୫: ଝାରସୁଗୁଡା, ସମ୍ବଲପୁର ଏବଂ ମୟୂରଭଞ୍ଜରେ ହିଟ୍ ୱେବ୍ ରୁ ତୀବ୍ର ହିଟ୍ ୱେବ୍ ପରିସ୍ଥିତି ଦେଖା ଦେବ।

ମାର୍ଚ୍ଚ ୧୬: ସୁନ୍ଦରଗଡ, ବୌଦ୍ଧ, ବଲାଙ୍ଗିରରେ ହିଟ୍ ୱେବ୍ ପରିସ୍ଥିତି ଏବଂ ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡରେ ରାତିରେ ଗରମ ରହିବ।

ମାର୍ଚ୍ଚ ୧୭: ବୌଦ୍ଧ ଏବଂ ସୋନପୁରରେ ହିଟ୍ ୱେବ୍ ପରିସ୍ଥିତି ରହିପାରେ ଏବଂ ବୌଦ୍ଧ ଏବଂ ସୋନପୁରରେ ରାତିରେ ଅଧିକ ଗରମ ରହିବ।

ମାର୍ଚ୍ଚ ୧୮: ବୌଦ୍ଧ ଏବଂ ସମ୍ବଲପୁରରେ ହିଟ୍ ୱେବ୍ସ୍ଥିତି ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ ଏବଂ ଗୁଳୁଗୁଳି ପରିସ୍ଥିତି ଦେଖାଦେବ।

About the Author