)
Odisha Weather Report: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆହୁରୀ ୨ ସପ୍ତାହ ଯାଏଁ ପାଗ ଶୁଖିଲା ରହିବା ସହ ଥଣ୍ତା ଲାଗିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ୍। ସେପଟେ, ଆଉ ୨ ଦିନ ପରେ ରାଜ୍ୟରେ ଶୀତ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨ ଦିନ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ସହ ପୂର୍ବପରି ଶୀତ କମିବ। ବିଶେଷକରି, ପାହାଡିଆ ଅଞ୍ଚଳରେ ହିଁ ପାରଦ ୧୦ ଡିଗ୍ରୀ ତଳେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।
Warning over the State. Day-1 & Day-2: Cold Wave warning over the marked districts.
Day- 5 to Day-7 : Dense Fog Warning at isolated pockets in the marked districts.
Day-3 & Day-4 : No Warning. #Odisha #fog #foggyweather #COLD pic.twitter.com/mvc8zxFLUf— Meteorological Centre, Bhubaneswar (@mcbbsr) January 8, 2026
ଗତ ୨୪ ଘଣ୍ଟାରେ ୭ ସହର ସର୍ବନିମ୍ନ ତାପମାତ୍ରା୭ ଡିଗ୍ରୀ ତଳେ ରହିଛି। ୨.୫ ଡିଗ୍ରୀ ସହ ପାହାଡିଆ ଅଞ୍ଚଳ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ତା ସହର ପାଲଟିଥିବା ବେଳେ ସେମିଳିଗୁଡାରେ ୩.୨ ଡିଗ୍ରୀ , ଫୁଲବାଣୀରେ ୫ ଡିଗ୍ରୀ, ଉାଉରକେଲାରେ ୫.୪, ଝାରସୁଗୁଡାରେ ୫.୬ ଡିଗ୍ରୀ, ନବରଙ୍ଗପୁର୍ ଓ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ଼ ହୋଇଛି। ଏବେ ସପ୍ତାହକ ପାଣିପାଗରେ ବିଶେଷ ପରିବର୍ତ୍ତନ ନଥିବାବେଳେ ଥଣ୍ତା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ବୁଧବାର ପରି ଗୁରୁବାର ମଧ୍ୟ ଶିମିଳିପାଳ ଅଞ୍ଚଳରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ରେକର୍ଡ଼ ହୋଇଛି।
ଆଜି ଶୀତ ଲହରୀ ଓ ଘନ କୁହୁଡି଼ ନେଇ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା,ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ଦେଓଗଡ଼, ଅନୁଗୁଳ,କେନ୍ଦୁଝର, ମୟୂରଭଞ୍ଜ। ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି ।