T20 World Cup: ବର୍ଷା ପାଇଁ ବାତିଲ ହେଲା ଭାରତର ଓ୍ୱାର୍ମ ଅପ ମ୍ୟାଚ, ବିସିସିଆଇ ଦେଇଥିଲା ଏତିକି ଓଭର ଖେଳିବାକୁ ପ୍ରସ୍ତାବ
ବିସିସିଆଇ ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ୫ ଓଭର ଖେଳାଯିବାକୁ କଟ ଅଫ ଟାଇମ ଜାରି କରିଥିଲା। ଅଷ୍ଟ୍ରେଲିଆ ସମୟ ଅନୁଯାୟୀ ରାତି ୮.୪୫ ମିନିଟରେ ଏହି ମ୍ୟାଚ ଖେଳାଯିବାକୁ ଥିଲା।
T20 World Cup: ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି (T20) ବିଶ୍ୱକପ (World Cup) ଆରମ୍ଭ ହୋଇ ସାରିଲାଣି। ଭାରତ (India) ୨୩ ତାରିଖରୁ ତାର ମିଶନ ଆରମ୍ଭ କରିବାକୁ ଯାଉଛି। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ (NewZealand) ବିପକ୍ଷରେ ଭାରତ (India) ତାର ଶେଷ ଓ୍ୱାର୍ମ ଅପ (WarmUp Match) ମ୍ୟାଚ ଖେଳିବାକୁ ଯାଉଛି। ତେବେ ଏହି ମ୍ୟାଚରେ ବର୍ଷା (Heavy Rain) ବାଧକ ସାଜିଛି। ଏହି ମ୍ୟାଚଟି ବ୍ରିସବେନର (Brisbane) ଗାବାରେ ଖେଳାଯିବାକୁ ଥିଲା। କିନ୍ତୁ ବ୍ରିସବେନରେ ଆଜି ସକାଳ ଠାରୁ ଲଗାଣ ବର୍ଷା ଜାରି ରହିଚି। ଫଳରେ ଏହି ମ୍ୟାଚ ଆରମ୍ଭ ହୋଇପାରିନଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗାବାରେ ପାକିସ୍ତାନ-ଆଫଗାନିସ୍ତାନ ମ୍ୟାଚ ମଧ୍ୟ ସମ୍ପୂର୍ଣ୍ଣ ଓଭର ଖେଳାଯାଇ ପାରିନଥିବା ଜଣାପଡ଼ିଛି। ସେପଟେ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚକୁ ମଧ୍ୟ ବର୍ଷା ଧୋଇ ନେଇଥିବା ଜଣାପଡ଼ିଛି। ଯଦିଓ ପ୍ରଥମ ଓ୍ୱାର୍ମ ଅପ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ୱିକେଟରେ ଭାରତ ହରାଇଥିଲା।
ବିସିସିଆଇ ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ୫ ଓଭର ଖେଳାଯିବାକୁ କଟ ଅଫ ଟାଇମ ଜାରି କରିଥିଲା। ଅଷ୍ଟ୍ରେଲିଆ ସମୟ ଅନୁଯାୟୀ ରାତି ୮.୪୫ ମିନିଟରେ ଏହି ମ୍ୟାଚ ଖେଳାଯିବାକୁ ଥିଲା। ଯାହା ଭାରତୀୟ ସମୟ ଅନୁଯାୟୀ ୪.୧୫ ମିନିଟ ରହିଥିଲା। ତେବେ ବର୍ଷା କାରଣରୁ ଏହାକୁ ବାତିଲ କରି ଦିଆଯାଇଛି। ଅଷ୍ଟ୍ରେଲିଆ ସମୟ ଅନୁଯାୟୀ ଧାର୍ଯ୍ୟ ୨୦ ଓଭର ବିଶିଷ୍ଟ ମ୍ୟାଚ ୬ଟାରେ ଆରମ୍ଭ ହେବାର ଥିଲା। ମାତ୍ର ବର୍ଷା କାରଣରୁ ତାହା ବାତିଲ କରାଯାଇଛି।
ସୂଚନାଯୋଗ୍ୟ ଭାରତୀୟ ଦଳ ସୁପର ୧୨ରେ ପ୍ରଥମ ମ୍ୟାଚ ଆସନ୍ତା ୨୩ ତାରିଖରେ ଖେଳିବ। ପାକିସ୍ତାନ ବିପକ୍ଷରେ ଭାରତ ତାର ପଦାର୍ପଣ ଆରମ୍ଭ କରିବ। ଏଥିପାଇଁ ଷ୍ଟାଡ଼ିୟମର ପ୍ରାୟ ୬୦ ହଜାର ସିଟ ମାତ୍ର କେତେଟା ମିନିଟରେ ସରିଯାଇଥିଲା। ସେପଟେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତ ଓ୍ୱାର୍ମ ଅପ ମ୍ୟାଚରେ ବିଜୟ ହାସଲ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଓ କେଏଲ ରାହୁଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। କେଏଲ ରାହୁଲ ୫୭ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୫୦ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା ୧୫, ବିରାଟ କୋହଲି ୧୯ ଓ ଦିନେଶ କାର୍ତ୍ତିକ ୨୦ ରନ କରିଥିଲେ। ଫଳରେ ଦଳ ୭ ଓ୍ୱିକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କେନ ରିଚାର୍ଡସନ ସର୍ବାଧିକ ୪ଟି ଓ୍ୱିକେଟ, ମିଚେଲ ଷ୍ଟାର୍କ, ଆଷ୍ଟନ ଅଗର, ଗ୍ଲେନ ମ୍ୟାକ୍ସଓ୍ୱେଲ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ।
ଅଧିକ ପଢନ୍ତୁ: 'ଟିମ ଇଣ୍ଡିଆର ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ମାତ୍ରା ୩୦ ପ୍ରତିଶତ ରହିଛି'
ଅଧିକ ପଢନ୍ତୁ: Reservation: ନ୍ୟାୟପାଳିକା ବନାମ ବ୍ୟବସ୍ଥାପିକା! ଆଦିବାସୀ ସାଂସଦ ଓ ବିଧାୟକ ନେଲେ ଏହି ବଡ଼ ନିଷ୍ପତ୍ତି
ଅଧିକ ପଢନ୍ତୁ: Mayurbhanj: ସାତ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଅଜା ଗିରଫ