Indian Navy got Missiles and Ammunition Equipped Boats: ସମୁଦ୍ରରେ ବଢିବ ଭାରତୀୟ ନୌସେନା ଶକ୍ତି। ଏହି କ୍ରମରେ ନୌସେନାରେ ସାମିଲ ହୋଇଛି କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା ସହ ସଜ୍ଜିତ ଏକ ସ୍ୱଦେଶୀ ଡଙ୍ଗା। ଯାହାର ନାଁ ହେଉଛି ଏଲଏସଏଏମ-୯ (ୟାର୍ଡ-୭୭)। ପ୍ରତିରକ୍ଷା ମନ୍ତ୍ରଣାଳୟ କହିବା ଅନୁସାରେ ଏହି ଡଙ୍ଗା ଉପକୂଳ ତଥା ବାହ୍ୟ ବନ୍ଦରରେ ଭାରତୀୟ ଯୁଦ୍ଧ ଜାହାଜକୁ ଗୁଳିଗୋଳା ଭଳି ସାମଗ୍ରୀ ଯୋଗାଣକୁ ମଧ୍ୟ ସୁନିଶ୍ଚିତ କରିବ।


COMMERCIAL BREAK
SCROLL TO CONTINUE READING

ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା ସହ ସଜ୍ଜିତ ଡଙ୍ଗା 
ପ୍ରତିରକ୍ଷା ମନ୍ତ୍ରଣାଳୟ (Defense Ministry of India) ତଥ୍ୟ ଅନୁଯାୟୀ ଭାରତୀୟ ନୌସେନାକୁ (Indian Navy) ମିଳିଥିବା କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା ସହ ସଜ୍ଜିତ ଡଙ୍ଗା (Indian Navy got Missiles and Ammunition Equipped Boats) ନୌସେନା ନିୟମ ଏବଂ ଇଣ୍ଡିଆନ୍ ରେଜିଷ୍ଟର ଅଫ୍ ସିପିଂ (Indian Register of Shipping) ନିୟମାବଳୀ ଅନୁଯାୟୀ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ଡିଜାଇନ୍ ପର୍ଯ୍ୟାୟରେ ବିଶାଖାପାଟନମ୍ ନାଭାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଲାବୋରେଟୋରୀ (Naval Science and Technology Laboratory Visakhapatnam) ଠାରେ ଏପରି ଡଙ୍ଗାର ମଡେଲ୍ ପରୀକ୍ଷଣ କରାଯାଇଥିଲା।



ଆଇଏନଏସ ତୁଣୀର ଠାରେ ହୋଇଥିଲା ଲଞ୍ଚ
ପ୍ରତିରକ୍ଷା ମନ୍ତ୍ରଣାଳୟ କହିବା ଅନୁସାରେ କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା ସହ ସଜ୍ଜିତ ଡଙ୍ଗା ବ୍ୟାରେଜ୍ ବୋଟ୍ (Indian Navy gets Barge Boats Equipped with Missiles) ହେଉଛି ଭାରତ ସରକାରଙ୍କ "ମେକ୍ ଇନ୍ ଇଣ୍ଡିଆ" (Make in India Initiative) ପଦକ୍ଷେପର ଏକ ଉଦାହରଣ। ନଭେମ୍ବର ୨୨ ତାରିଖ ବୁଧବାର ଭାରତୀୟ ନୌସେନାକୁ ବ୍ୟାରେଜ୍ ବୋଟ୍ ହସ୍ତାନ୍ତର କରାଯାଇଥିଲା। ନୌସେନା ଅନୁଯାୟୀ ନଭେମ୍ବର ୨୨ ତାରିଖରେ ମୁମ୍ବାଇ ସ୍ଥିତ ନୌସେନା ଡକୟାର୍ଡ (Mumbai Naval Dockyard) ଠାରେ ଆଇଏନଏସ ତୁଣୀର (Indian Naval Ship Tunir) ଠାରେ ଏହାକୁ ହସ୍ତାନ୍ତର କରାଯାଇଛି। ପଶ୍ଚିମ ନୌସେନା କମାଣ୍ଡ (Western Naval Command), କମାଣ୍ଡ ରିଫିଟ୍ ଅଫିସର କମାଣ୍ଡର ଆଶିଷ ସେହଗଲ ଏନେଇ ଆୟୋଜିତ ହୋଇଥିବା ସମାରୋହରେ ଅଧ୍ୟକ୍ଷତା କରିଥିଲେ।


ସମୁଦ୍ରରେ ବଢିବ ନୌସେନା ସାମର୍ଥ୍ୟ
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ କ୍ଷେପଣାସ୍ତ୍ର ଏବଂ ଗୁଳିଗୋଳା ସଜ୍ଜିତ ବ୍ୟାରେଜ୍ ବୋଟ୍ (Indian Navy Barge Boats Equipped with Missiles and Ammunition) ନିର୍ମାଣ ପାଇଁ ୨୦୨୧ ଫେବୃଆରୀ ୨୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମେସର୍ସ ସେକାନ୍ ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍ ଲିମିଟେଡ୍, ବିଶାଖାପାଟନମ୍ ମଧ୍ୟରେ ଏକ ସ୍ୱାକ୍ଷରିତ ହୋଇଥିଲା। ନୌସେନା ବିଶ୍ୱାସ କରେ ଯେ ଏହି ବ୍ୟାରେଜ୍ ବୋଟ୍  ଉପଲବ୍ଧତା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କାର୍ଯ୍ୟରେ ସହାୟକ ହେବ। ଯାହା ଭାରତୀୟ ନୌସେନାର କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ।